ପଳାତକ ନିତ୍ୟାନନ୍ଦ ର ସିଶ୍ୟା ବିଜୟାପ୍ରିୟା କିଏ ? ଯିଏ କି କୈଳାସା ନାମକ ନୂତନ ହିନ୍ଦୁ ଦେଶ ପକ୍ଷରୁ ଭାରତ ଉପରେ ଲଗାଇଛନ୍ତି ଆରୋପ
ଭାରତୀୟ ସାଧ୍ୱୀ ମାନଙ୍କ ଭଳି ବେଶଭୂଷା , ମସ୍ତକ ଉପରେ କେଶ ଗୁଛ ର ଜଟା , ମସ୍ତକ ରେ ଟୀକା , ଗଳା ରେ ରୁଦ୍ରାକ୍ଷ ର ବଡ ମାଳା ଓ ଗେରୁଆ ବସ୍ତ୍ର । ସଂଯୁକ୍ତ ରାଷ୍ଟ୍ର ର ଜେନିଭା କାର୍ଯ୍ୟାଳୟ ରେ ଯେତେବେଳେ ଇଂରାଜୀ ରେ ଭାଷଣ ଦେଉଥିବା ଏହି ମହିଳାଙ୍କ ଭିଡିଓ ଦେଖିବାକୁ ମିଳିଥିଲା ସେତେବେଳେ ବିଲକୁଲ ବି ବୁଝି ହେଲାନାହିଁ ଯେ ଏହି ମହିଳା କେଉଁ ଦେଶ ର ପ୍ରତିନିଧିତ୍ଵ କରୁଛନ୍ତି । ପରେ ଯେତେବେଳେ ନିତ୍ୟାନନ୍ଦ ଙ୍କ ଟୁଇଟର ଆକାଉଣ୍ଟ ଏହି ଫଟୋ ଦେଖିବାକୁ ମିଳିଥିଲା ସେତେବେଳେ ଲୋକେ ଏହାର କରଣ ବୁଝିବା ଆରମ୍ଭ କରିଥିଲେ ।
