ୱାଶିଂଟନ୍: ପୂର୍ବରୁ ଆମେରିକା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)କୁ ସାମୟିକ ଭାବେ ପାଣ୍ଠି ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏବେ WHO ସହ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।
ଏହାଛଡ଼ା କରୋନା ଭାଇରସ୍ ପ୍ରସଙ୍ଗରେ ବି ଚୀନକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଚୀନ ଏହି ଭାଇରସ୍ ବାବଦରେ ବିଶ୍ୱକୁ ନ ଜଣାଇବା ଦ୍ୱାରା ଏହା ମହାମାରୀରେ ପରିଣତ ହେଲା। ଏଥିପାଇଁ ଆମେରିକାରେ ଲକ୍ଷେ ଲୋକଙ୍କ ଜୀବନ ଯିବା ସହ ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଲାଣି।