ଇତିହାସ ପୃଷ୍ଠା ରେ ପ୍ରଥମ ଥର ଦୁନିଆର ଅଧିକାଂଶ ଦେଶ ଏହି କଥାକୁ ନେଇ ସହମତି ଦେଖାଇଛନ୍ତି ଯେ ମହାସାଗର ଗୁଡ଼ିକ ରେ ଜଳ ରେ ଜୈବ ବିବିଧତା କୁ ରକ୍ଷା କରିବା ଆବଶ୍ୟକ । ଏହି ଚୁକ୍ତି ପାଇଁ ବିଗତ ୧୦ ବର୍ଷ ହେଲାଣି ମୂଲ ଚାଲ ଚାଲିଥିଲା। କିନ୍ତୁ ବର୍ତ୍ତମାନ ସଂଯୁକ୍ତ ରାଷ୍ଟ୍ର ର ସଦସ୍ୟ ଦେଶ ମାନଙ୍କ ମଧ୍ୟରେ ଅନ୍ତ ରାଷ୍ଟ୍ରୀୟ ସାଗର ରାଜିନାମା କୁ ସହମତି ହୋଇ ଯାଇଛି । ଏହି ଐତିହାସିକ ରାଜିନାମା ଦୀର୍ଘ ୨୦ ବର୍ଷ ପରେ ସଫଳ ହୋଇଛି । ନ୍ୟୁୟର୍କ ରେ ଗତ ୨ସପ୍ତାହ ଚାଲିଥିବା ଏହି ବୈଠକ ରେ ସହମତି ର ଘୋଷଣା ହୋଇଛି । ଏହା ପୂର୍ବରୁ ୧୯୯୪ ରେ ମହାସାଗର ରେ ହୋଇଥିବା ନିୟମ ଅନୁସାରେ ଜୈବ ବିବିଧତା ର ପରିଭାଷା କୁ ସ୍ପଷ୍ଟତା ମିଳିଥିଲା ।
ଅନ୍ତ ରାଷ୍ଟ୍ରୀୟ ସାଗର ଚୁକ୍ତି ସେହି ଅଞ୍ଚଳ ରେ ଜଳୀୟ ଜୈବ ବିବିଧତା ର ଦେଖା ଚାହାଁ ପାଇଁ କେନ୍ଦ୍ରିତ ଅଟେ । ଯାହାକି ଯେ କୌଣସି ଦେଶର ଜଳୀୟ ସୀମା ଠାରୁ ବାହାରେ ହୋଇଥାଏ । ଇଂରାଜୀ ରେ ହାଇ ସିଜ୍ ଭାବରେ ଜଣାଶୁଣା ଏହି ଅଞ୍ଚଳ ର ନିୟମ ଲାଗୁ ହେବା ପାଇଁ ଦୀର୍ଘ ୨୦ବର୍ଷ ହେଲା ଚର୍ଚ୍ଚା ଚାଲିଥିଲା । କିନ୍ତୁ ଏହି ଚର୍ଚ୍ଚାରେ ସର୍ବଦା କିଛି ନା କିଛି ବାଧକ ସାଯୁ ଥିଲା ।
ଶେଷ ରେ ୟୁଏନ୍ ସଦସ୍ୟ ଦେଶ ର ଗୋଟିଏ ରାଜିନାମା ଉପରେ ସହମତି ଜଣାଇ ପୃଥିବୀ ରୁ ପାଖାପାଖି ଅଧା ଅଂଶ ରେ ଏହା ଲାଗୁ କରାଯିବ । ଜର୍ଜଟାଉନ ରେ ରହୁଥିବା ଜଣେ ଜୈବ ବିଜ୍ଞାନୀ ଙ୍କ ମତରେ ବିଶ୍ୱରେ ୨ଟି ଜୀବନରେ ଜିନିଷ ଯାହା କୁ ନେଇ ପ୍ରତ୍ୟେକ ଲୋକେ ଜୀବନ ଅତିବାହିତ କରି ଥାଆନ୍ତି, ଗୋଟିଏ ହେଲା ବାତାବରଣ ଓ ଅନ୍ୟଟି ହେଲା ମହାସାଗର । ଏପରି ସ୍ଥିତି ରେ ଆମେ ମହାସାଗର ଆଡ଼କୁ ଖୁବ୍ କମ୍ ଧ୍ୟାନ ଦେଇ ଥାଉ , ଯେବେକି ଆମ ଗ୍ରହରୁ ଅଧିକ ଭାଗ ଅଟେ । ଯାହାର ସୁରକ୍ଷା ଖୁବ୍ ମହତ୍ତ୍ଵ ପୂର୍ଣ୍ଣ ।
ଏହି ସନ୍ଧି ଅନୁସାରେ ଗୋଟିଏ ନୂଆ ସଂସ୍ଥା ପ୍ରସ୍ତୁତ କରାଯିବ । ଯାହାକି ମହାସାଗରୀୟ ଜୀବ ଙ୍କୁ ସଂରକ୍ଷଣ ପ୍ରବନ୍ଧ କରିବ ଓ ଅନ୍ତ ରାଷ୍ଟ୍ରୀୟ ଜଳ ରେ ସରଙ୍ଖିତ କ୍ଷେତ୍ର କୁ ଜାଣି ତାହାକୁ ସ୍ଥାପନା କରିବ । ବର୍ତମାନ ଏହି ସନ୍ଧି କୁ କିପରି ଲାଗୁ କରାଯିବ ତାହା ପ୍ରଶ୍ନ ଉଠୁଛି । ଯାହା ଉପରେ ଅନେକ ପର୍ଯ୍ୟବରଣ ସମୂହ ଙ୍କ ଦୃଷ୍ଟି ରହିଛି ।
ପର୍ଯ୍ୟା ବରଣ ର କାର୍ଯ୍ୟ କର୍ତ୍ତା ମାନେ ଆମଜନ୍ ର ଜଙ୍ଗଲ ରେ ଗଛ କାଟିବାକୁ ନେଇ ପ୍ରଶ୍ନ ଉଠିଛି । ଏହି ଜଙ୍ଗଲ ରେ ଗଛ କାଟୁ ଥିବା କମ୍ପାନୀ ଉପରେ କେଶ କରାଯାଇଛି । ଭାରତ ସରକାର ଙ୍କ ପକ୍ଷରୁ ୨୫ ବର୍ଷ ରୁ ଉର୍ଦ୍ଧ୍ବ ପୁରୁଣା ତୈଳ ଟ୍ୟାଙ୍କ ଗୁଡ଼ିକ ର ଲାଇସେନ୍ସ ରଦ୍ଧ କରାଯାଇଛି । ପୁରୁଣା ବାହନ ରୁ ଗ୍ରୀନ ହାଉସ ଗ୍ୟାସ୍ ର ଅଧିକ ବ୍ୟବହାର ହୋଇଥାଏ ଓ ଭାରତ ଏହାର ବିକଳ୍ପ ରେ ନୂଆ ବାହନ ର ବ୍ୟବହାର କରିବାକୁ ଚାହୁଁଛି ।
