ଥାଲାସେମିଆ ଗୋଟିଏ ଅନୁବଂଶିକ ରୋଗ ଅଟେ , ଯାହାକି ପିତାମାତା ନିକଟରୁ ପିଲା ପାଖକୁ ଆସିଥାଏ l ଏହାଦ୍ୱାରା ପିଲା ମାନଙ୍କୁ ଖୁବ କଷ୍ଟ ଲାଭ ହୋଇଥାଏ ଓ ପିତାମାତା ଚିନ୍ତାରେ ରହି ଥାଆନ୍ତି l ଗବେଷକ ଙ୍କ ମତ ଅନୁସାରେ ଯଦି ପିତାମାତା ଙ୍କ ନିକଟରେ ଥାଲାସେମିଆ ନାଚି ପିଲାକୁ ହେବନାହିଁ l ତେଣୁ ଭବିଷ୍ୟତ ରେ ସନ୍ତାନ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୂର୍ବରୁ ଉଭୟ ପୁରୁଷ ଓ ମହିଳା ଚିନ୍ତା କରିବା ଆବଶ୍ୟକ l ତେଣୁ ପ୍ରତ୍ୟେକ ଯୁବକ ଯୁବତୀ ବିବାହ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ l
ଥାଲାସେମିଆ ହେବା ଦ୍ୱାରା କଣ ସବୁ ସମସ୍ୟା ଦେଖା ଯାଇଥାଏ –
ଆମ ଶରୀର ରେ ଯେଉଁ ବ୍ଲଡ଼ ରହିଛି, ତାହା ୨ଟି ତତ୍ୱର ମିଳନ ରେ ହୋଇଥାଏ l ପ୍ରଥମ ଟି ହେଲା ହିମ ଅର୍ଥାତ ଲୌହ ଓ ଅନ୍ୟଟି ହେଲା ଗ୍ଲୋବିନ ଯାହାକି ଏକ ପ୍ରକାରର ପ୍ରୋଟିନ ଅଟେ l ଯେତେବେଳେ କୌଣସି ଛୁଆ ଥାଲାସେମିଆ ରେ ପୀଡିତ ହୋଇଥାଏ ସେତେବେଳେ ତା ଶରୀର ରେ ଲୌହ ତତ୍ୱ ତିଆରି ହୋଇପାରି ନଥାଏ ଓ ତାର ରକ୍ତ ଖୁବ ପତଳା ହୋଇଥାଏ l ଏହାଦ୍ୱାରା ଶିଶୁଟିର ବିକାଶ ହୋଇ ନଥାଏ ଓ ଶରୀର ର ବାକି ଅଂଶକୁ ଅକ୍ସିଜେନ ପହଂଚି ପାରେ ନାହିଁ l ଏପରି ସ୍ଥିତି ରେ ପିଲାକୁ ପ୍ରଶ୍ୱାସ ନେବାକୁ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ , ଲଗାତାର ଥକା ଲାଗିଥାଏ ଓ ଜ୍ୱର ଆସିଥାଏ l ଏହି ସମସ୍ୟା ପାଇଁ ପିଲାଟିକୁ ବାରମ୍ବାର ରକ୍ତ ଦେବାକୁ ପଡିଥାଏ l ଜନ୍ମ ପରେ ୫ମାସ ହୋଇଗଲେ ଏହି ସମସ୍ୟା ଦେଖିବାକୁ ମିଳିଥାଏ l
ଥାଲାସେମିଆ ର ଲକ୍ଷଣ –
– ଛୁଆର ନଖ ଓ ଜିଭ ହଳଦିଆ ଦେଖାଯିବା l
– ଛୁଆର ମୁହଁ ଫୁଲିବା ଓ ଅସାମାନ୍ୟ ଦେଖାଯିବା l
– ପିଲାର ବିକାଶ ରେ ବାଧାପ୍ରାପ୍ତ ହେବା ଓ ବୟସ ଅନୁପାତ ରେ ଛୋଟ ଦେଖାଯିବା l
– ଶିଶୁ ତୁ ଶୁଷ୍କ ଦେଖାଯିବା ଓ ଓଜନ ବୃଦ୍ଧି ନହେବା l
– ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଓ ବାରମ୍ବାର ଜ୍ୱର ଆସିବା l
ଥାଲାସେମିଆର ଚିକିତ୍ସା –
ଚିକିତ୍ସକ ଙ୍କ ମତରେ ଯଦି କୌଣସି ପିଲା ଥାଲାସେମିଆ ରେ ପୀଡିତ ରହିଛି ତେବେ ତାକୁ ଦୁଇଟି ଉପାୟ ରେ ଚିକିତ୍ସା କରାଯାଇ ପାରିବ l ଗୋଟିଏ ହେଉଛି ରକ୍ତ ଦେଇ ଓ ଅନ୍ୟଟି ହେଲା ବନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରି l ପିଲାଟିର ବୟସ ବଢିବା ସହିତ ବ୍ଲଡ଼ ର ଆବଶ୍ୟକତା ସେତେ ଅଧିକ ପଡିଥାଏ, ଯେଉଁ କାରଣରୁ ଏତେ ମାତ୍ରାରେ ବ୍ଲଡ଼ ୱାରେଞ୍ଜ କରିବାରେ ଅସୁବିଧା ହୋଇଥାଏ l ତେଣୁ ଉଚିତ ସମୟରେ ଚିକିତ୍ସା କରିବା ଜରୁରୀ ଅଟେ l
ଗର୍ଭ ରେ ଶିଶୁ ର ଚିକିତ୍ସା କରାଯାଇ ପାରିବ –
ଡାକ୍ତରଙ୍କ ସୂଚନା ଅନୁସାରେ ଯଦି ବିବାହ ପରେ ଯଦି ପିତାମାତା ଜନ୍ମିତ ଶିଶୁ ଥାଲାସେମିଆ ରେ ପୀଡିତ ଅଛନ୍ତି ଜାଣି ହୋଇଥାଏ ତେବେ ଏହା ଅନେକ ଅସୁବିଧାର କାରଣ ହୋଇଥାଏ l ତେଣୁ ବିବାହ ପୂର୍ବରୁ ପ୍ରତ୍ୟେକ ଯୁବକ ଯୁବତୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିହାତି କରିବା ଆବଶ୍ୟକ l