Odisha news

ବିହାର ଓ ପଶ୍ଚିମ ବଙ୍ଗ ମତଦାନ ପରେ ଓବେଶୀଙ୍କର ନଜର ଉତ୍ତରପ୍ରଦେଶ ଉପରେ : ୧୦୦ଟି ସିଟ୍ ରେ ଠିଆ କରିବେ ପ୍ରାଥୀ

ନୂଆଦିଲ୍ଲୀ : ବିହାର ବିଧାନସଭା ମତଦାନ ପରେ ଏଆଇଏମଆଏମ୍ ର ନଜର ବର୍ତ୍ତମାନ୍ ଉତ୍ତରପ୍ରଦେଶ ଉପରେ ରହିଛି । ରବିବାର ଦିନ ୨୦୨୨ ରେ ହେବାକୁ ଥିବା ବିଧାନସଭା ମତଦାନରେ ୧୦୦ଟି ସିଟ୍ ରେ ଲଢ଼ିବା ପାଇଁ ଘୋଷଣା କରିଛି । ପାର୍ଟି ଅଧକ୍ଷ ଅସବୁଦିନ୍ ଓବେଶି କହିଛନ୍ତି ଭାରତୀୟ ସମାଜ ପାର୍ଟି ଓ ଛୋଟ ଛୋଟ ଦଳ ଗୁଡ଼ିକ ସହିତ ଗଠ ବନ୍ଧନ ଭାଗିଦାରୀ ସଂକଳ୍ପ କରି ମୋର୍ଚ୍ଚା ସହିତ ମତଦାନ ଲଢ଼ିବେ ।

ହାଇଦ୍ରାବାଦର ସାଂସଦ ଜଣାଇଛନ୍ତି ଯେ ତାଙ୍କ ଦଳ ଉତ୍ତରପ୍ରଦେଶ ବିଧାନସଭା ମତଦାନ ଲଢିବ । ଓବେଶୀ ସାଧାରଣତଃ ସୋସିଆଲ ମିଡ଼ିଆ ରେ ଇଂରାଜୀରେ ସନ୍ଦେଶ ଦେଇଥାଆନ୍ତି । ଓବେସି ଟ୍ୱୀଟ୍ କରି ଜଣାଇ ଥିଲେ ଯେ ଆମ ଦଳ ଉତ୍ତରପ୍ରଦେଶ ରେ ୧୦୦ଟି ଆସନ ରେ ଲଢିବ । ପାର୍ଥି ମାନଙ୍କର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ” ଆମେ ଓ ପି ରାଜଭର ସାହେବଙ୍କ ସହିତ ଭାଗିଦାରୀ ରେ ମତଦାନ ଲଢ଼ିବୁ । ଆମର ଆଉ କୌଣସି ଦଳ ସହିତ ଭାଗିଦାରୀ ନାହିଁ । ଆମେ ୨୦ଟି ସିଟ୍ ରେ ବିହାର ବିଧାନସଭା ମତଦାନ ଲଢି ସଫଳତା ହାସଲ କରିଥିଲୁ ।

IEC 2 years

Comments are closed.