Odisha news

ପଶ୍ଚିମବଙ୍ଗ ଫେରନ୍ତା ଲୋକଙ୍କୁ ଏବେ ସାଧାରଣ ଲୋକଙ୍କ ଭୟ

0

ଧର୍ମଶାଳା : ସାରା ରାଜ୍ୟର ନଜର ଏବେ ଯାଜପୁର,ଭଦ୍ରକ ଓ ବାଲେଶ୍ୱର ଜିଲା ଉପରେ । ବିଭିନ୍ନ ରାଜ୍ୟ ତଥା ବିଶେଷ କରି ପଶ୍ଚିମବଙ୍ଗରୁ ଆସୁଥିବା ଓଡଶାର ଶ୍ରମିକ ଭାଇମାନେ ଏବେ ଏହି ୩ଟି ଜିଲା ପାଇଁ ଚିନ୍ତାର କାରଣ ପାଲଟିଛି । ପଶ୍ଚିମବଙ୍ଗ ଫେରନ୍ତା ଲୋକଙ୍କୁ ଏବେ ସାଧାରଣ ଲୋକଙ୍କ ଭୟ ଘାରୁଛି । ତେବେ ରାଜ୍ୟରେ ସମସ୍ତ ସରପଞ୍ଚ ମାନଙ୍କୁ ଜିଲାପାଳ ଭଳି ଦାୟିତ୍ୱ ଦିଆଯିବା ପରେ ଯାଜପୁର ଜିଲାର ଥିବା ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ତତ୍ପର ହୋଇ ଉଠିଛନ୍ତି ବାହାରୁ ଆସି ଲୁଚି ଛପି ରହିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ । ଏଥିରେ ଅଙ୍ଗନବାଡି କର୍ମୀ,ଆଶା କର୍ମୀ ଓ ପ୍ରତ୍ୟେକ ୱାର୍ଡର ୱାର୍ଡ ମେମ୍ବର ମାନେ ଘରଘର ବୁଲି ଯାଞ୍ଚ କରି ତଥ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ଜିଲାରେ କରୋନ ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଯାହା ଦ୍ୱାରା ପ୍ରଶାସନକୁ ନକେଦମ ହେବାକୁ ପଡୁଛି । ସଟ୍ଡାଉନ ଉଠିବାକୁ ମାତ୍ର ଆଉ କେଇ ଘଣ୍ଟା ବାକି ରହିଛି । ସମଗ୍ର ଜିଲାରେ ଲକ୍ଡାଉନ୍ ଚାଲିଥିବା ବେଳେ ଏହାକୁ ସାଧାରଣ ଲୋକ ପୂର୍ଣ୍ଣ ସହଯୋଗ କରି ସମର୍ଥ ଜଣାଇଛନ୍ତି । ଜିଲାର ପ୍ରତ୍ୟକ ଲୋକ କରୋନାକୁ ମୁକାବିଲା କରିବା ପାଇଁ ଆଗେଇ ଆସିବା ଦରକାର । ବାହାରୁ ଆସୁଥିବା ନିଜର ଯେତେ ସଂପର୍କୀୟ ହେଲେ ସୁଧା ସେହି ଲୋକଙ୍କୁ ସରପଞ୍ଚଙ୍କ ମାଧ୍ୟମରେ ପଞିକରଣ କରିବା ନିହାତି ଦରକାର ପଡୁଛି । ତେବେ ଯାଇଁ ଆମ ଜିଲାକୁ ବହୁଶିଘ୍ର କରୋନା ମୁକ୍ତ କରିପାରିବା ବୋଲି ବହୁ ବୁଦ୍ଧିଜିବୀ ମାନେ ମତ ଦେଇଛନ୍ତି । ସଟ୍ଡାଉନ ଘୋଷଣା ପରେ ଧର୍ମଶାଳା ବ୍ଲକ ରେ ଥିବା ଜେନାପୁର ଓ ଧର୍ମଶାଳା ଥାନା ପୋଲିସ ପକ୍ଷରୁ ୪୫ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ସଚେତନତା କରାଇବା ସହ ତଦାରକ କରିଥିଲେ । ଫଳରେ ୬୦ଘଣ୍ଟା ଧରି ଧର୍ମଶାଳା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । କିଛି ରୋଗୀ ସାଇକେଲରେ ଡାକ୍ତର ଖାନା ଯାଉଥିବା ଦେଖିବକୁ ମିଳୁଥିଲା । ଅତ୍ୟବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଭାଡି ଗୁଡିକୁ ଛାଡିଦେଲେ ଆଉ ବନ୍ଦ ରହିଥିବା ଜଣାଯାଇଥିଲା । ଯାଜପୁର ଜିଲାରେ କରୋନା ଚିହ୍ନଟ ୧୨ଜଣଙ୍କ ମଧ୍ୟରେ ୧୧ଜଣ ପଶ୍ଚିମବଙ୍ଗ ଫେÿରନ୍ତା ହୋଇଥିବା ଜଣାପଡିବାପରେ ସାଧାରଣ ଜନତାତାଙ୍କ ମନରେ ଛନକା ପଶିଯାଇଥିବା ଦେଖିବାକୁ ମିଳୁଛି । ତେବେ ଜିଲାର ବିଭିନ୍ନ ବ୍ଲକକୁ ପଶ୍ଚିମବଙ୍ଗରୁ ଫେରିଥିବା ଲୋକମାନେ ତୁରନ୍ତ ନାମ ପଞିକରଣ କରି ଯଥା ସ୍ଥାନରେ ରଖିବା ପାଇଁ ଚେଷ୍ଟା ଜାରୀ ରହିଛି ବୋଲି ବିଡିଓ ନାମ ସ୍ମିତା ରଥ,ତହସିଲଦାର ସରୋଜ କୁମାର ପଣ୍ଡା ଓ ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନାଦେଇଛନ୍ତି ।

Leave A Reply