Odisha news

କଂଗ୍ରେସ ଓ ବାମମେଣ୍ଟର କୋଲାକାତାରେ ବିଶାଳ ରାଲି

0

କୋଲକାତା : କୋଲକାତା ବ୍ରିଗେଡ ପ୍ୟାରେଡ୍‌ ଗ୍ରାଉଣ୍ଡରେ ଆଜି ବାମମୋର୍ଚ୍ଚା, କଂଗ୍ରେସ ଏବଂ ଆଇଏସ୍‌ଏଫ୍‌ ଏକ ମେଗା ରାଲିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପିର ଏକମାତ୍ର ବିକଳ୍ପ ଏହି ଧର୍ମନିରପେକ୍ଷ ମେଣ୍ଟ ଲୋକଙ୍କ ଆସ୍ଥା ଜିଣିବ ବୋଲି ବିଭିନ୍ନ ଦଳର ନେତାମାନେ ଘୋଷଣା କରିଛନ୍ତି। ମେଣ୍ଟରେ ସାମିଲ ସବୁ ଦଳର ନେତା କେନ୍ଦ୍ରର ମୋଦୀ ସରକାର ଏବଂ ରାଜ୍ୟର ମମତା ସରକାରଙ୍କ ଉପରେ ଜୋର୍‌ଦାର ଆକ୍ରମଣ କରିଛନ୍ତି। ସମସ୍ତେ ଏକ ସ୍ବରରେ ‘ବଙ୍ଗଳାରେ ନୂଆ ପରିବର୍ତ୍ତନ’ର ସ୍ଲୋଗାନ ଦେଇଛନ୍ତି।

ଆଜିର ବିଶାଳ ଜନସମାବେଶ ତ୍ରିକୋଣୀୟ ଲଢ଼େଇର ସଙ୍କେତ ଦେଉଛି। ଆଗାମୀ ଦିନରେ ବଙ୍ଗଳାରେ ତୃଣମୂଳ କି ବିଜେପି ନଥିବ, ମେଣ୍ଟ ହିଁ ସରକାର ଗଠନ କରିବ ବୋଲି ବାମ-କଂଗ୍ରେସ ନେତାମାନେ କହିଛନ୍ତି। ମୋଦୀ ଓ ଦିଦିଙ୍କ ରାଜନୈତିକ ଡିଏନ୍‌ଏ ଏକା ଏବଂ ସେମାନଙ୍କୁ ପ୍ରତ୍ୟାଖ୍ୟାନ ପାଇଁ ଲୋକେ ପ୍ରସ୍ତୁତ ହୁଅନ୍ତୁ ବୋଲି ଆଇଏସ୍‌ଏଫ୍‌ ନେତା ଆହ୍ବାନ ଦେଇଛନ୍ତି। ସମାବେଶରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ, ବାମମୋର୍ଚ୍ଚା ଅଧ୍ୟକ୍ଷ ବିମାନ ବୋଷ, ସିପିଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ରାଜ୍ୟ ସଚିବ ସୂର୍ଯ୍ୟକାନ୍ତ ମିଶ୍ର, ବରିଷ୍ଠ ନେତା ମହମ୍ମଦ ସଲିମ୍‌, ଇଣ୍ଡିଆନ୍‌ ସେକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍‌) ମୁଖ୍ୟ ଆବ୍ବାସ ସିଦ୍ଦିକ୍‌ ପ୍ରମୁଖ ଯୋଗ ଦେଇଥିଲେ।

Govt
Leave A Reply