Odisha news

ସତରେ କଣ ମମତା ତାଙ୍କ ପୁତୁରାକୁ ମୁଖ୍ୟ ମନ୍ତ୍ରୀ କରିବାକୁ ଚାହୁଁଛନ୍ତି : ଆସନ୍ତୁ ଜାଣିବା ଗୃହ ମନ୍ତ୍ରୀ ଅମିତ ସାହା କଣ କହୁଛନ୍ତି

ନୂଆଦିଲ୍ଲୀ : ମମତା ଓ ଅମିତ ସାହଙ୍କ ମଧ୍ୟରେ ତୁତୁ ମେମେ ଥମିବାର ନାଁ ଧରୁନାହିଁ l ବର୍ତମାନ EVM ରାଜନୀତି ସରଗରମ ଥିବାବେଳେ ଅମିତ ସାହଙ୍କ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ l

ମମତା ବାନାର୍ଜୀ ଙ୍କୁ ଆକ୍ଷେପ କରି ଅମିତ ସାହା  କହିଛନ୍ତି ଦିଦି ଦୁତୀୟ ଥର ମୁଖ୍ୟ ମନ୍ତ୍ରୀ ହେବାକୁ ଏଥିପାଇଁ ଚାହୁଁଛନ୍ତି କାରଣ ସେ ତାଙ୍କ ପୁତୁରାକୁ ମୁଖ୍ୟ ମନ୍ତ୍ରୀ କରିବାକୁ ଚେଷ୍ଟା କରୁଛନ୍ତି l  ତାଙ୍କର ଏହି ଚେଷ୍ଟା ଜନ ସାଧାରଣଙ୍କୁ ଏତେ ଅସନ୍ତୁଷ୍ଟ କରିଦେଇଛିଯେ ସେମାନେ ଦିଦିଙ୍କୁ ବାଏ ବାଏ କରିବାକୁ ମନ ସ୍ଥିର କରିସାରିଛନ୍ତି l କିନ୍ତୁ ଆଶ୍ଚର୍ଯ୍ୟର କଥା ନିଜ ପୁତୁରା ବିଷୟରେ ଦିଦି ମୁହଁ ବନ୍ଦ କରିରଖିଛନ୍ତି l ସେ ପଶ୍ଚିମ ବଙ୍ଗ ଓ ଆସାମର ମତଦାନକୁ ନେଇ କହିଛନ୍ତି ସମସ୍ତ ଚିନ୍ତା ମଇ୨ ତାରିଖକୁ ସମାପ୍ତ ହୋଇଯିବ l ନନ୍ଦୀ ଗ୍ରାମରେ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ମତଦାନ ଲଢ଼ୁଥିବା ସୁଭେନ୍ଦୁ ଅଧିକାରୀଙ୍କ ବିଷୟରେ ଅମିତ ସହ କହିଛନ୍ତି ଶୁଭେନ୍ଦୁ ଅତି କମରେ ୨୦ ହଜାର ଭୋଟରେ ଜୟଯୁକ୍ତ ହେବାକୁ ଯାଉଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ଦ୍ୱତୀୟ ଚରଣର ମତଦାନରେ ବିଜେପି ଅତି କମରେ ୫୦ଟି ସିଟରେ ଜିତିବ l

ଏହା ସହ ନନ୍ଦିଗ୍ରାମ ମତଦାନ ପୂର୍ବରୁ ହାଓ୍ବାଡା ଜିଲ୍ଲା ଅଲୁବେରିଆରେ ମମତା ବାନାର୍ଜୀ ଏଆଇଏମଆଇଏମ  ଅଧ୍ୟକ୍ଷ  ଅସଦୁଦ୍ଦିନ ଓୱେସୀ ଏବଂ ଇଣ୍ଡିଆନ୍‌ ସେକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ) ପ୍ରତିଷ୍ଠାତା ପୀରଜାଦା ଅବ୍ବାସ ସିଦ୍ଦିକୀଙ୍କୁ ଜୋରଦାର ଟର୍ଗେଟ କରିଥିଲେ।  ରାଲିରେ ଓୱେସୀଙ୍କୁ ‘ହାଇଦ୍ରାବାଦର ଗଦ୍ଦାର’ ଏବଂ  ସିଦ୍ଦିକୀଙ୍କୁ ‘ମୀର ଜାଫର’ ବୋଲି କହିଥିଲେ ମମତା । ଶୁକ୍ରବାର ପୁଣି ଥରେ  ଓୱେସୀଙ୍କୁ ମମତା ଟର୍ଗେଟ କରିବା ସହ ତାଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

କୁଚବିହାରରେ ଟିଏମସି ନେତ୍ରୀ ତଥା ବେଙ୍ଗଲ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଜଣେ ଲୋକ ହାଇଦ୍ରାବାଦରୁ ବେଙ୍ଗଲ ଆସିଛି। ସେ ବିଜେପି ପାଖରୁ ଟଙ୍କା ଆଣିଛି। ତାକୁ ଏଠାରେ ପ୍ରବେଶ କରିବାକୁ ଦିଅ ନାହିଁ।’  ଏହା ସହ ଏହି ରାଲିରେ ମମତା ଆହୁରି କହିଛନ୍ତି ଯେ, ମୁଁ ନନ୍ଦିଗ୍ରାମରୁ ନିଶ୍ଚିତ ଜିତିବି। ଚିନ୍ତା କରିବାର କୌଣସି କାରଣ ନାହିଁ। ମୁଁ ଜାଣିଛି ଜିତିବି କିନ୍ତୁ ମୋ ସହ ୨୦୦ ପ୍ରାର୍ଥୀଙ୍କୁ ଜିତିବାକୁ ପଡ଼ିବ। କାରଣ ଆମେ ହିଁ ସରକାର କରିପାରିବୁ। ତେଣୁ ଆପଣଙ୍କ ଭୋଟ୍‌ ଟିଏମସିକୁ ଦିଅନ୍ତୁ।’ ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମମତାଙ୍କୁ ଟର୍ଗେଟ କରି କହିଛନ୍ତି, ଦିଦି ନନ୍ଦିଗ୍ରାମରୁ ହାରି ସାରିଛନ୍ତି। କାଲି ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି ସେ ନନ୍ଦିଗ୍ରାମରୁ ପରାଜୟ ବରଣ କରିଛନ୍ତି ।

ଅମିତ ସାହା କଣ କହିଲେ :

ଆସାମର କରିମଗଞ୍ଜ ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ କାରରୁ ଇଭିଏମ ଜବତ ହେବା ଘଟଣାରେ ରାଜନୀତି ସରଗରମ ହୋଇ ଉଠିଛି। ଏହା ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ଏହି ବିଷୟରେ ମୋ ପାଖରେ ବିସ୍ତୃତ ସୂଚନା ନାହିଁ।

ବିଜେପି ପ୍ରାର୍ଥୀଙ୍କ ଗାଡିରୁ ଇଭିଏମ୍ ଜବତ ହେବା ନେଇ ଶାହା କହିଛନ୍ତି ଯେ, ମୁଁ ଗୁରୁବାର ଦକ୍ଷିଣ ଭାରତ ଗସ୍ତରେ ଥିଲି। ଶନିବାର ରାତିରେ ମୁଁ ଏହା ଉପରେ ପଚାରି ବୁଝିବି। ନିର୍ବାଚନ ଆୟୋଗଙ୍କୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ପାଇଁ ରୋକା ଯାଇ ନାହିଁ। ଆୟୋଗଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ଆଇନ ଅନୁସାରେ ଆୟୋଗ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

IEC 2 years

Comments are closed.