Odisha news

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଘାତ ହେବାକୁ ନେଇ ଗୃହମନ୍ତ୍ରୀ ଅମିତ ସାହାଙ୍କ ବୟାନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଥିତ ଭାବରେ ଆହତ ହୋଇ ଯାଇଛନ୍ତି ,ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ସାହା ପ୍ରତିକ୍ରିୟା ଦେଇଛନ୍ତି l ସେ ସୋମବାର ଦିନ ବାଙ୍କୁଡ଼ାରେ ମମତା ବାନାର୍ଜୀଙ୍କୁ ଆଘାତ ଲାଗିଥିବା କାରଣରୁ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ଶାସନ ଦ୍ୱାରା ବିଜେପିର କାର୍ଯ୍ୟକର୍ତା ମାନଙ୍କୁ ଅନେକ ଯନ୍ତ୍ରଣା ଭୋଗ କରିବାକୁ ପଡିଛି l ବାଙ୍କୁଡ଼ା ଜିଲ୍ଲାର ରାଣୀବନ୍ଧରେ ଗୋଟିଏ ରାଲିକୁ ସମ୍ବୋଧିତ କରି ଅମିତ ସାହା କହିଛନ୍ତି ତୃଣମୂଳ କଂଗ୍ରେସ କଦାପି ପଶ୍ଚିମବଙ୍ଗ ବାସୀଙ୍କର କଷ୍ଟକୁ ଅନୁଭବ କରି ନାହିଁ l ସେ ଆହୁରି ମଧ୍ୟ କହିଲେ ପୂର୍ବରୁ ଆଶା କରାଯାଇଥିଲା କମ୍ୟୁନିଷ୍ଟ ଶାସନ ଯିବାପରେ ପଶ୍ଚିମବଙ୍ଗରୁ ରାଜନୈତିକ ହିଂସା ସମାପ୍ତ ହୋଇଗଲା l

କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ରାଜନୈତିକ ହିଂସା ବଢି ଯାଇଛି l ମାର୍ଚ୍ଚ ୧୦ ତାରିଖ ଦିନ ମମତା ବାନାର୍ଜୀ ନନ୍ଦୀ ଗ୍ରାମରେ ନାମାଙ୍କନ ପତ୍ର ଦାଖଲ କରିବା ପରେ ପ୍ରଚାରକର୍ଯ୍ୟରେ ଥିବା ସମୟରେ ଆହତ ହୋଇଥିଲେ l ତାଙ୍କର ବାମପାର୍ଶ୍ୱର ପାଦରେ ,ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିଲା l ତାଙ୍କୁ ପାଖାପାଖି ୪୮ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର ଖାନାରେ ରହିବାକୁ ପଡିଥିଲା l ତୃଣମୂଳ କଂଗ୍ରେସ ପକ୍ଷରୁ ଏହାକୁ ଏକ ଷଡଯନ୍ତ୍ର ବୋଲି କୁହାଯାଇଥିଲା ,କିନ୍ତୁ ନିର୍ବାଚନ ଆୟୋଗ ଏହି ଦୋଷକୁ ଖାରଜ କରିଥିଲେ ଓ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ କୌଣସି ଆକ୍ରମଣ କରାଯାଇ ନାହିଁ l ନିର୍ବାଚନ ଆୟୋଗ କହିଲେ ଏହି ଆଘାତ ତାଙ୍କ ଭୁଲ କାରଣରୁ ହୋଇଛି l ନିର୍ବାଚନ ଆୟୋଗ ରବିବାର ଦିନ ଆଦେଶ ଦେଇଛନ୍ତି ଯେ ସୁରକ୍ଷା ନିର୍ଦେଶକ ବିବେକ ସହାୟଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଉ l

Comments are closed.