ବର୍ଷା ପାଗରେ ଟିକେ ଛଣା ଛଣି ଜିନିଷ ଖାଇବାକୁ ସମସ୍ତେ ପସନ୍ଦ କରି ଥାଆନ୍ତି । କିନ୍ତୁ ଏଥିରେ ବାଧା ଦେଇଥାଏ ବଢୁଥିବା ଓଜନ । ଓଜନ ବଢ଼ିବାକୁ ନେଇ ଆମେ ଅଧିକାଂଶ ସମୟ ନିଜର ପ୍ରିୟ ଜିନିଷ ମଧ୍ୟ ଖାଇବାକୁ ଈଛା କରିନଥାଉ ।କିନ୍ତୁ ଆପଣଙ୍କୁ ଆଉ ଇଚ୍ଛା ମାରିବାର ଆବଶ୍ୟକତା ନାହିଁ । ଆସନ୍ତୁ ଜାଣିବା ଏହିସବୁ ତେଲିଆ ଜିନିଷକୁ ଖାଇବା ପରେ କି ପଦକ୍ଷେପ ଗ୍ରହଣ କରିବା ଉଚିତ୍ ।
* ଉଷୁମ ପାଣି – ଆପଣ ଗୋଟିଏ ନିୟମ କରି ନିଅନ୍ତୁ କେବେବି ତୈଳାକ୍ତ ଜିନିଷ ବରା, ସିଙ୍ଗଡ଼ା ଓ ପକୁଡ଼ି ଇତ୍ୟାଦି ଖାଇବେ ସେତେବେଳେ ଆପଣ ୩୦ ମିନିଟ୍ ପରେ ଗୋଟିଏ ଗ୍ଲାସ୍ ଉଷୁମ ପାଣି ପିଇ ନେବେ । ଏହାଦ୍ବାରା ଆପଣଙ୍କ ଖାଦ୍ୟ ହଜମ ହେବା ସହିତ ପାଚନ କ୍ରିୟା ମଧ୍ୟ ଠିକ୍ ଭାବରେ କାମ କରିଥାଏ । ଉଷୁମ ପାଣି ପିଇବା ଦ୍ଵାରା ମଧ୍ୟ ପେଟରେ ଜମିଥିବା ଅତ୍ୟଧିକ ଚର୍ବି କମିଯାଏ । ନଚେତ୍ ଆପଣ ଗୋଟିଏ ଗ୍ଲାସ୍ ଉଷୁମ ପାଣି ରେ ଗୋଟିଏ ଫାଳ ଲେମ୍ବୁ ଚିପୁଡ଼ି ପିଇ ନେବେ ।
* ଗ୍ରୀନ ଟି – ଯେତେବେଳେ ଆପଣ ତୈଳାକ୍ତ ଖାଦ୍ୟ ଖାଉଛନ୍ତି ତାର ୩୦ ମିନିଟ୍ ପରେ ଗୋଟିଏ କପ୍ ହର୍ବାଲ ଟି କିମ୍ବା ଗ୍ରୀନ ଟି ପିଇବେ । ଏହାଦ୍ବାରା ଆପଣଙ୍କ ଅତିରିକ୍ତ ଚର୍ବି ଜମିବ ନାହିଁ ।
* ସତେଜ ଫଳ – ଛଣା ଜିନିଷ ଖାଇବା ପରେ ଆପଣ ସତେଜ ଫଳ ମଧ୍ୟ ଖାଇ ପାରିବେ । ଫଳ ଖାଇବା ଦ୍ୱାରା ତୈଳାକ୍ତ ଜିନିଷ ଦ୍ଵାରା ହେଉଥିବା କ୍ଷତି ରୁ ଆରାମ ମିଳିଥାଏ । ଫଳ ଦ୍ଵାରା ପାଚନ ପ୍ରକ୍ରିୟା ସୁସ୍ଥ ରହିଥାଏ ଓ ଓଜନ ମଧ୍ୟ ନିୟନ୍ତ୍ରିତ ରୁହେ ।
Comments are closed.