ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଗ୍ରହଣ କରି ଥାଆନ୍ତି l କେହି ଯୋଗାସନ ଦ୍ୱାରା ତ ଆଉକେହି ଜିମ ଯାଇ ଥାଆନ୍ତି, ସ୍ପେଶାଲ ଡାଏଟିଂ କୁ ଗ୍ରହଣ କରିଥାଆନ୍ତି , ଆଉ କେହି ଉଷୁମ ପାଣି ସେବନ କରି l ଅନେକ ଲୋକଙ୍କ ମନରେ ଉଷୁମ ପାଣି ସେବନ କରି ଓଜନ ହ୍ରାସ କରିବାରେ ଏହା କେତେଦୂର ସଠିକ ଅଟେ ଏହି ପ୍ରଶ୍ନ ଉଙ୍କି ମରିଥାଏ l
– ଗବେଷଣା କହୁଛି ଯେ ଉଷୁମ ପାଣି ଓଜନ ହ୍ରାସ କରିବାରେ କିଛିମାତ୍ରା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଯେପରିକି ସକାଳୁ ଖାଲି ପେଟରେ ଉଷୁମ ପାଣି ସେବନ କରିବା ଦ୍ୱାରା ଶରୀରରୁ ଟକ୍ସିନ ବାହାରିବାରେ ସାହାଯ୍ୟ କରିଥାଏ l
– ଉଷୁମ ପାଣି ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ସହଜ ହୋଇଥାଏ l କିନ୍ତୁ ଶରୀରର ଓଜନ ଉପରେ ସିଧା ସଳଖ ପ୍ରଭାବ ପଡି ନଥାଏ l କିନ୍ତୁ ପର୍ଯ୍ୟାପ୍ତ ମାତ୍ରା ରେ ପାଣି ପିଇବା ଓଜନ ହ୍ରାସ ଉପରେ ପ୍ରଭାବ ପଡିଥାଏ l
– ଆପଣ ନିୟମିତ ଖାଇବାର ୩୦ ମିନିଟ ପୂର୍ବରୁ ଯଦି ଅଧ ଲିଟର ପାଣି ପିଇବେ ଓ ତାପରେ ଖାଇବେ ଏହା ଆପଣଙ୍କ ଓଜନ ହ୍ରାସ ରେ ସାହାଯ୍ୟ କରିବ ଓ ଏହାଦ୍ୱାରା ମେଟାବୋଲିଯିମ ବୃଦ୍ଧି ପାଇବ l
– ଦିନରେ ଯେବେବି ଆପଣ ପାଣି ପିଉଛନ୍ତି ମଝିରେ ମଝିରେ ଉଷୁମ ପାଣି ସେବନ କରନ୍ତୁ ଏହା ମେଟାବୋଲିଯିମ ବୃଦ୍ଧି କରିଥାଏ , ଫ୍ୟାଟ କୁ ବ୍ରେକ କରିବାରେ ଉଷୁମ ପାଣି ସାହାଯ୍ୟ କରିଥାଏ l
– ସକାଳୁ ଖାଲି ପେଟରେ ଗ୍ରୀନ ଟି ମଧ୍ୟ ଖୁବ ଉପକାରୀ l ଶରୀରକୁ ଗ୍ରୀନଟି ଡିଟକ୍ସ କରିଥାଏ l ସକାଳର ଜଳଖିଆ କଦାପି ସ୍କିପ କରିବା ଉଚିତ ନୁହେଁ l ଏହାଛଡା ଅଳ୍ପ ବହୁତେ କିଛିଟା ବ୍ୟାୟାମ କରିବା ମଧ୍ୟ ଜରୁରୀ l
