ଶରୀର ରେ ମେଟାବୋଲିଯିମ ଯଦି ଠିକ୍ ରହିଥାଏ ତେବେ ଓଜନ ହ୍ରାସ ହେବାରେ ଖୁବ୍ ସାହାଯ୍ୟ ମିଳିଥାଏ । ପ୍ରୋଟିନ ଯୁକ୍ତ ଖାଦ୍ୟ
ମେଟାବୋଲିଯିମ କୁ ବୃଦ୍ଧି କରିବାର ଗୋଟିଏ ଭଲ ସୋର୍ସ ଅଟେ । ତେଣୁ ନିୟମିତ ଭାବରେ ଆମେ ଯଦି କିଛିଟା ପ୍ରୋଟିନ ଯୁକ୍ତ ଖାଦ୍ୟ ନିଜ ଆହାର ରେ ସାମିଲ କରିବା ତେବେ ମିଳିବ ଅଦ୍ଭୁତ ଲାଭ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ପ୍ରୋଟିନ ଯୁକ୍ତ ଖାଦ୍ୟ ନିଜ ନିୟମିତ ଆହାର ରେ ସାମିଲ କରିବା ।
* ପ୍ରୋଟିନ ରେ ଭରପୁର ଅଣ୍ଡା ମେଟାବୋଲିଯିମ ରେଟ୍ କୁ ଦୃତ ବେଗରେ ବୁଷ୍ଟ କରିଥାଏ । ଏହାକୁ ଆପଣ ନିଜ ଖାଦ୍ୟ ରେ ସାମିଲ କରିବା ନିହାତି ଜରୁରୀ । କିନ୍ତୁ ଅଣ୍ଡା ର ହଳଦିଆ ଅଂଶ କମ ସେବନ କରିବା ଆବଶ୍ୟକ ।
* ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିୟମିତ ଗୋଟିଏ ଆପେଲ୍ ନିହାତି ଖାଇବା ଆବଶ୍ୟକ । କାହିଁକି ନା ସେଓ ରେ ଥିବା ଭିଟାମିନ ବି ଓ ପୋଟାସିୟମ ମେଟାବୋଲିଯିମ କୁ ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ ।
* ମେଟାବୋଲିଯିମ ବୃଦ୍ଧି କରିବା ପାଇଁ ନିୟମିତ କଞ୍ଚା ଲଙ୍କା ସେବନ କରନ୍ତୁ । ବିଶେଷ ଭାବରେ ଲଙ୍କା ରେ ଥିବା କେପ୍ସାଇସିନ ଶରୀର ର ମେଟାବୋଲିଯିମ ରେଟ କୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।
* ଯଦି ମେଟାବୋଲିଯିମ କୁ ଉନ୍ନତ କରିବାକୁ ଚାହୁଁଛନ୍ତି ତେବେ ବ୍ରକୋଲୀ ସେବନ ଖୁବ୍ ହିତକର ଅଟେ । ବ୍ରକୋଲି ରେ ଥିବା ଗ୍ଲୁକୋରାଫେନିନ୍ ଇମ୍ୟୁନିଟି ବୃଦ୍ଧି କରିବା ସହ
ମେଟାବୋଲିଯିମ ସ୍ତର କୁ ବୃଦ୍ଧି କରିଥାଏ ।
* କଫି ମଧ୍ୟ ମେଟାବୋଲିଯିମ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କଫି ରେ ଥିବା କଫିନ
ମେଟାବୋଲିଯିମ ରେଟ୍ କୁ ଦୃତ ଗତିରେ ବୃଦ୍ଧି କରିଥାଏ । ଯାହାଦ୍ଵାରା ଓଜନ ହ୍ରାସ କରିବାରେ ସାହାଯ୍ୟ ହୋଇଥାଏ ।
