ଆଜିକାଲି ପ୍ରାୟ ସମସ୍ତେ ଓଜନ ହ୍ରାସ ପାଇଁ ଲାଗି ପଡିଛନ୍ତି । କେହି ଜିମ୍ ଯାଇ ଝାଳ ବୁହାଉ ଥିବା ବେଳେ ଆଉ କେହି କେହି ବିଭିନ୍ନ ସର୍ଟକର୍ଟ ଉପାୟ ଆପଣାଉ ଛନ୍ତି । ଯେପରିକି ଓଜନ ହ୍ରାସ ପାଇଁ ବିଭିନ୍ନ ଔଷଧ ସେବନ କରିବା କିମ୍ବା ଇଞ୍ଜେକସନ ନେଉଛନ୍ତି । ଓଜନ ହ୍ରାସ ପାଇଁ ସେବନ କରୁଥିବା ଔଷଧ ‘ ଓଜୋମ୍ପିକ୍ ‘ ହେଉଛି ଟାଇପ 2 ମଧୁମେହ ପାଇଁ ଗୋଟିଏ ଔଷଧ । ପ୍ରତିଦିନ ଅନେକ ଲୋକ ଏହାର ବ୍ୟବହାର କରୁଛନ୍ତି । ଏହାଛଡା ଲୋକେ ଔଷଧ ସେବନ କରି ଓଜନ ହ୍ରାସ କରି ପ୍ରତିଦିନ ନିଜର ଅଭିଜ୍ଞତା ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।
ଓଜନ ହ୍ରାସ ପାଇଁ ଆପଣ ଯେଉଁ ସର୍ଟକଟ୍ ଗ୍ରହଣ କରୁଛନ୍ତି ଏହା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ । ବିଶେଷ ଭାବରେ ଗବେଷଣା କହୁଛି ଯେ ଓଜନ ହ୍ରାସ ପାଇଁ ଯଦି ଔଷଧ ବ୍ୟବହାର କରୁଛନ୍ତି ଏହା ଠିକ୍ ନୁହେଁ । ଗବେଷକ ଙ୍କ ମତରେ ଟାଇପ୍ 2 ମଧୁମେହ ପାଇଁ ବ୍ୟବହୃତ ହେଉଥିବା ଔଷଧ ଓଜୋମ୍ପିକ୍ FDA ଦ୍ଵାରା ଅନୁମୋଦିତ ଅଟେ । କିନ୍ତୁ ଏହି ଔଷଧ ର ଏତେ ଖରାପ ବ୍ୟବହାର ହେଉଛି ଯେ ବର୍ତ୍ତମାନ ଏହା ଟାଇପ୍ ଟୁ ମଧୁମେହ ରୋଗୀ ଙ୍କ ପାଇଁ ବଜାରରେ ଉପଲବ୍ଧ ହେଉନାହିଁ ।
ଏହି ଔଷଧ ଓଜନ ହ୍ରାସ ପାଇଁ କିଭଳି କାର୍ଯ୍ୟ କରିଥାଏ -:
ଚିକିତ୍ସକ ଙ୍କ କହିବା ଅନୁସାରେ ଓଜୋମ୍ପିକ୍ ଆମ ଶରୀରରେ ପ୍ରାକୃତିକ ଉପାୟରେ ମିଳୁଥିବା ହର୍ମନ GLP ୧ ର ପ୍ରଭାବ କୁ ବଢାଇ ଥାଏ । GLP ୧ ମସ୍ତିସ୍କ ରେ ଭୋକ ର କେନ୍ଦ୍ରକୁ ପ୍ରଭାବିତ କରିଥାଏ । ଭୋକ ଓ ଲାଳସା କୁ ଦବାଇ ଦେଇଥାଏ । ପେଟ ଖାଲି ହୋଇଥିଲେ ମଧ୍ୟ ଆମେ ଅନୁଭବ କରି ପାରି ନଥାଉ । ନଖାଇଲେ ମଧ୍ୟ ପେଟର ସବୁବେଳେ ପୁରି ରହିଥାଏ । ବିଶେଷ କଥାଟି ହେଲା ଓଜୋମ୍ପିକ୍ ଭୋକ କମାଇ ଦେଇଥାଏ ଓ ଦୀର୍ଘ ସମୟ ଧରି ପେଟ ଭରି ହୋଇ ରହିଥାଏ ।
– ବିଶେଷ ଭାବରେ ଔଷଧ ସେବନ ଦ୍ଵାରା ଯଦି ଓଜନ ହ୍ରାସ କରୁଛନ୍ତି ତେବେ ଏହାର ଅନେକ ସାଇଡ ଇଫେକ୍ଟ।
– ଦୀର୍ଘ ଦିନ ଧରି ଯଦି ଓଜନ ହ୍ରାସ ପାଇଁ ଔଷଧ ସେବନ କରୁଛନ୍ତି ତେବେ ହାଡ ଦୁର୍ବଳ ହୋଇଯିବ ଓ ହାଡ ଗୋଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
– ଏହାଛଡା ଶରୀରର ମସଲ୍ସ୍ ଗୁଡ଼ିକ ଦୁର୍ବଳ ଲାଗିଥାଏ । ଯାହାଦ୍ଵାରା କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରିଥାଏ ।
– ମନରେ ଚିଡି ଚିଡ଼ା ଭାବ ସୃଷ୍ଟି କରିଥାଏ । କାହିଁକି ନା ଏହା ଓଜନ ହ୍ରାସ କରିବାର ଗୋଟିଏ ଅପ୍ରାକୃତିକ ଉପାୟ ।
– ବିଶେଷଜ୍ଞ ଙ୍କ ମତରେ ଅତ୍ୟଧିକ ପରିମାଣ ରେ ଯଦି ଆପଣ ଓଜନ ହ୍ରାସ ପାଇଁ ଔଷଧ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ର ଥାଇରଏଡ କ୍ୟାନ୍ସର ର ମଧ୍ୟ କାରଣ ହୋଇପାରେ ।
– ଗବେଷକ ଙ୍କ ମତରେ ଏଥିରେ ଥିବା କେମିକାଲ ପୁରୁଷ ମାନଙ୍କ ନିକଟ ରେ ପୌରୁଷ ହାନି ଓ ମହିଳା ମାନଙ୍କ ମଧ୍ୟରେ ବନ୍ଧ୍ୟା କରଣ ର କାରଣ ହୋଇଥାଏ ।
