ଏମିତିରେ ଦେଖିବାକୁ ଗଲେ ଦେହ ଫୁଲିଯିବା ଗୋଟିଏ ସାଧାରଣ ଋଆକ୍ସନ , ଯାହାକି କୌଣସି ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ହୋଇଥାଏ l କିନ୍ତୁ ଖାଦ୍ୟ ପେୟ ସହିତ ହେଉଥିବା ସାଧାରଣ ଫୁଲା ଅନେକ ପ୍ରକାର ରୋଗରେ ପୀଡିତ କରିଥାଏ l ଯେପରିକି ହାର୍ଟ ଡିଜିଜ, ମଧୁମେହ, ଗଣ୍ଠି ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇଥାଏ l ସେଥିପାଇଁ ଆମେ ଆଜି ଜାଣିବା ଏଭଳି ପାଞ୍ଚଟି ଖାଦ୍ୟ ଯାହାକି ଓଜନ ବୃଦ୍ଧି ଓ ଦେହ ଫୁଲିବାର କାରଣ ଅଟେ l
ଡାଏରୀ ପ୍ରଡକ୍ଟସ –
ଅଧିକାଂଶ ଲୋକଙ୍କ ପାଇଁ ଡାଏରୀ ପ୍ରଡକ୍ଟସ ଦୁଗ୍ଧ, ଦହି, ପାଣିର ଓଜନ ବୃଦ୍ଧି ଓ ଦେହ ଫୁଲିବାର କାରଣ ଅଟେ l ବିଶେଷ ଭାବରେ ସେହି ଲୋକଙ୍କ ପାଇଁ ଯେଉଁ ମାନଙ୍କର ଲାକଟୋଜ ସମ୍ବେଦନଶୀଳ ହୋଇଥାଏ l ଏହା ବ୍ୟତୀତ କିଛି ଅଧ୍ୟୟନ ରେ କୁହାଯାଇଛି ଯେ ଦୁଗ୍ଧ ରେ ଥିବା ପ୍ରୋଟିନ ଦେହ ଫୁଲାଇବା ର କାରଣ ଅଟେ l
ପ୍ରୋସେସଡ଼ ଫୁଡ –
ପ୍ରୋସେସଡ଼ କିମ୍ବା ପ୍ୟାକେଜଡ଼ ଖାଦ୍ୟ ପଦାର୍ଥ ରେ ଅଧିକ ପରିମାଣ ରେ ଚିନି, ଲୁଣ, ଅନହେଲଦି ପ୍ରିଜର୍ଭଭେଟିବ ରହିଥାଏ, ଯାହାକି ଶରୀର ଫୁଲାଇ ଦେବାର କାରଣ ଅଟେ l ଏହାଛଡା ଏହି ଶ୍ରେଣୀ ଭୁକ୍ତ ଖାଦ୍ୟ ରେ ଟ୍ରାନ୍ସ ଫ୍ୟାଟ ଅଧିକ ରହିଥାଏ ତେଣୁ ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ l ଟ୍ରାନ୍ସ ଫ୍ୟାଟ ଥିବା ଅନ୍ୟାନ୍ୟ ଖାଦ୍ୟ ହେଲା ଚିପ୍ସ, ବର୍ଗର, ପିଜା, ଇଂସ୍ଟଣ୍ତ ନୁଡୁଲସ ଓ ଫାଷ୍ଟ ଫୁଡ ଅନ୍ତର୍ଭୁକ୍ତ l
ସୋଡ଼ା ଓ ସୁଗାର ଯୁକ୍ତ ଡ୍ରିଂକ୍ସ –
ସୋଡ଼ା ଓ ସୁଗାର ଯୁକ୍ତ ଡ୍ରିଂକ୍ସ କେବଳ ଓଜନ ବୃଦ୍ଧି କରି ନଥାଏ ବରଂ ଦେହ କୁ ମଧ୍ୟ ଫୁଲାଇ ଦେଇଥାଏ l ଏଥିରେ ଥିବା ସରକାର ଦ୍ରୁତ ବେଗରେ ବ୍ଲଡ଼ ସୁଗାର ସ୍ତର ବୃଦ୍ଧି କରିଥାଏ l ଏହାକୁ ଅଧିକ ସେବନ କରିବା ଦ୍ୱାରା ଶରୀରରେ ଇନଫ୍ଲl ମେସନ ବୃଦ୍ଧି ହୋଇଥାଏ ଓ ଦେହ ଫୁଲି ଯାଇଥାଏ l
ଆଲକୋହଲ –
ମଦ୍ୟପାନ ଅଧିକ ସେବନ ଦ୍ୱାରା ଅନ୍ତ ର ବ୍ୟାରିଆର କ୍ଷତି ହୋଇଥାଏ, ଏହା ଶରୀରର ବିଭିନ୍ନ ଅଙ୍ଗକୁ ଫୁଲାଇ ଦେଇଥାଏ ବିଶେଷ ଭାବରେ ଏହାର ପ୍ରଭାବ ମାଂସପେଶୀ ଓ ଗଣ୍ଠି ରେ ଦେଖିବାକୁ ମିଳିଥାଏ l ମଦ୍ୟପାନ ର ପ୍ରଭାବ ଦେହ କୁ ଫୁଲାଇବାରେ ସାହାଯ୍ୟ କରିଥାଏ l
ରେଡ ଓ ପ୍ରୋସେସଡ଼ ମିଟ –
ଲାଲ ମାଂସ ଯେପରିକି ଛେଳି ମାଂସ, ଗାଈ ମାଂସ, ମେଣ୍ଢା ମାଂସ, ଏବଂ ପ୍ରୋସେସଡ଼ ମାଂସ ଦ୍ୱାରା ଚର୍ବି ବୃଦ୍ଧି ହୋଇଥାଏ l ଏତିକି ନୁହେଁ ଏହିସବୁ ଖାଦ୍ୟ ଦ୍ୱାରା ଅର୍ଥାରଇଟିସ ଏବଂ ହାର୍ଟ ସମ୍ବନ୍ଧିତ ରୋଗ ମଧ୍ୟ ହୋଇଥାଏ l ଏହିସବୁ ମାଂସ ଦ୍ରୁତ ବେଗରେ ଓଜନ ବୃଦ୍ଧି କରିବାର ଗୋଟିଏ ବଡ଼ ମାଧ୍ୟମ ଅଟେ l