Odisha news

କରୋନାରେ ବୁଣାକାର ସମାଜର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

0

କୁଆଖିଆ :  ବୁଣାକାର ମାନଙ୍କର କରୋନାରେ   ପ୍ରଭୁତଃ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟ ସରକାର ଓ ବୟନ ଶିଳ୍ପ ବିଭାଗ ସହାୟତା ଦେବାକୁ ଓଡିଶା ବୁଣାକାରମହାସଂଘ  ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଠି ଆକର୍ଷଣ କରିଛନ୍ତି । ଲକଡାଉନ ସଡାଉନ ଫଳରେ ବୁଣାକାର ମାନେ ୫ ମାସ ହେବ ଘରେ ରହି ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଚନ୍ତି । ସେମାନଙ୍କ  କୈାଳିକ ବୃତିକୁ କରୋନା ଛଡାଇ ନେଇଛି । ବୁଣାକାର ମାନେ ପ୍ରାଥମିକ ବୁଣାକାର ସମବାୟ ସମିତି ଏବଂ ଗାଁ ମହାଜନ ଠାରୁ ସୁତା ରଙ୍ଗ ବାନ୍ଦ ମଜୁରୀ ଇତ୍ୟଦି ନେଇ ଲୁଗାବୁଣି ପରିବାର ଚଳାଇଥାନ୍ତି । ଏବେ ସାରା ରାଜ୍ୟ ଲକଡାଉନ ହେବା ଦ୍ୱାରା ପୂର୍ବରୁ ଉତ୍ପାଦିତ ହୋଇଥିବା ବସ୍ତ୍ର ସାମଗ୍ରୀ ଗୁଡିକ ବିକ୍ରୟ ହୋଇନପାରି ପ୍ରାଥମିକ ସମିତି ଓ ମହାଜନ ମାନଙ୍କ ଗୋଦାମରେ ଗଛିତ ହୋଇରହିଛି । ଲୁଗା ବିକ୍ରି ନହେବା ଫଳରେ ପ୍ରାଥମିକ ସମିତି ଓ ଗାଁ ମହାଜନ ମାନେ ପୂନର୍ବାର ସୁତା ରଙ୍ଗ ବାନ୍ଦ ମଜୁରୀ ବୁଣାକାରଙ୍କୁ ଦେଇପାରିନାହାନ୍ତି । ଫଳରେ ବୁଣାକାରଙ୍କ ହାତ ବନ୍ଦ ହୋଇଗଲାଣି  ।

ସାମାଜିକ ଦୂରାକୁ ବଜାଇ ରଖି ପାଖରେ ଥିବା କଂଚା ମାଲ କୁ ନେଇ ବୁଣାକାର ମାନେ ୧୫ ଦିନ ହେବ ତନ୍ତ ଲୁଗା ସାମଗ୍ରୀ ବୁଣିଥିଲେ ଏବେ ସେ  ମାନେ  କାମ ଓ କଂଚା ମାଲ ଅଭାବ ଅସୁବିଧାରେ ରହିଛନ୍ତି । ଅନ୍ୟ ପକ୍ଷରେ ବୁଣା କାର ମାନଙ୍କୁ ମାର୍କେଟିଙ୍ଗ ସପୋଟ ଦେବାକୁ ବୟନିକା,ସେରିଫେଡ୍, ଉକôଳିକା,ସମ୍ବଲପୁରୀ ବସ୍ଥ୍ରାଳୟ, ଫାବଇଣ୍ଡିିଆ ସଂସ୍ଥା ଥିଲେ ମଧ୍ୟ ବର୍ତମାନ ବୁଣାକାରଙ୍କ ଠାରୁ  ଲୁଗା କିଣା କିଣି କରୁନାହାନ୍ତି । ଏହା ଦ୍ୱାରା  ଲୁଗାବୁଣା କ୍ଷେତ୍ରରେ ଅଚଳ ଅବସ୍ଥା ସୃଷ୍ଟି ହୋଇଛି । ପ୍ରଥମେ ଉତ୍ପାଦିତ ହୋଇ ଗଛିତ ଥିବା ବସ୍ତ୍ର ସାମଗୀ୍ର ଗୁଡିକୁ ସରକାରୀ ସ୍ଥରରେ କ୍ରୟ କରିବାକୁ ପଦକ୍ଷେପ ନିଆଯିବା ଆବଶ୍ୟକ । ଏହା ଛଡା ପ୍ରାଥମିକ ବୁଣାକାର ସମବାୟ ସମିତି ଅକ୍ଷୟ କୋଷ ଆକାଉଂଟରେ ଲକ୍ଷ ଲକ୍ଷ ଟଙ୍କା ରହିଛି । ସେହି ଅର୍ଥକୁ କରୋନା ଭଳି ଦଃୁଖଦ ପରିସ୍ଥିତିରେ ବୁଣା କାର୍ଯ୍ୟରେ ବିନିଯୋଗ କରିବାକୁ ବିଭାଗୀୟ ଅଧୀକାରିଙ୍କୁ  ନିଦେ୍ର୍ଦଶ ଦେବା ସହିତ ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ନିର୍ମାଣ ଶ୍ରମିକ ପରି ବୁଣାକାର ଓ କାରିଗରଙ୍କୁ ସାମିଲି କରି ଆର୍ଥିକ ସହାୟତା ଦେବାକୁ  ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦୃଷ୍ଟି  ଦେବାକୁ  ବୁଣାକାର ମାନେ ଦାବି କରିଛନ୍ତି ।

ବୁଣାକାରଙ୍କୁ  ସମବାୟ ସମିତି ଜରିଆରେ ସହାୟତା ଘୋଷଣା, ବୁଣାକାରଙ୍କ ପାଇଁ କରୋନାରେ  ବିଭିନ୍ନ ପ୍ରକାର ସହାୟତା ପ୍ୟାକେଜ, ପ୍ରାଥମିକ ବୁଣାକାର ସମବାୟ ସମିତି ଓ ସ୍ୱଂୟସହାୟତ ଗୋଷ୍ଠି ପାଖରେ ଗଛିତ ଥିବା ଲୁଗା ସବୁ ନେଇ ଆବଶ୍ୟକୀୟ କଂଚାମାଲ ଯୋଗାଣ କରିବା ପାଇଁ  ବୟନିକା,ସେରିଫେଡ୍, ଉକôଳିକା,ସମ୍ବଲପୁରୀ ବସ୍ଥ୍ରାଳୟ, ଫାବଇଣ୍ଡିିଆ ଓ ଅନ୍ୟାନ୍ୟ ବୟନ ଶିଳ୍ପ ହସ୍ତତନ୍ତ ସଂସ୍ଥା ମାନଙ୍କୁ ତୁରନ୍ତ ନିର୍ଦେଶ ଦିଆଯାଉ ।   ସେଥିପାଇଁ ବୁଣାକାର ମହାସଂଘ  ପକ୍ଷରୁ ପଦ୍ମଶ୍ରୀ ଗୋବର୍ଦ୍ଧନ ପାଣିକା,ଉପଦେଷ୍ଟା ପଦ୍ମଶ୍ରୀ ପଭାକର ମହାରଣା  କାର୍ଯ୍ୟକାରୀ ସଭାପତି ଲେଖକ ଶୀ୍ରଧର ବେହେରା,ଉପସଭାପତି ଶ୍ରୀ କାନ୍ତ ନାୟକ,ଶୁକାନ୍ତି ମେହର,ସାଧାରଣ ସମ୍ପାଦକ ବିଜୟ କୁମାର ମେହେର,ବିଜୟ କୁଣ୍ଡୁ,ବିଶ୍ୱନାଥ ଦାସ,ଅଶୋକ ଗୁଇଁ,ପ୍ରତାପ ଦାସ ପ୍ରମୁଖ  ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଠି ଆକର୍ଷଣ କରିଛନ୍ତି ।   ବୁଣାକାର ସମାଜ ସମୁଖୀନ ହେଉଥିବା ଅସୁବିିଧା ଦୁରପାଇଁ   ରାଜ୍ୟ ସରକାର ଏବଂ ନିଦେ୍ର୍ଦଶକ ତୁରନ୍ତ ଦୃଷ୍ଟି ଦେଇ ବୁଣାକାର ମାନଙ୍କୂ ସହାୟତା ଯୋଗାଇଦେବାକୁ ସଂଘ ଦାବି କରିଛି ।

Har Ghar Tiranga

Leave A Reply