Odisha news

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ରାଜଗଡ ପଂଚାୟତ ଜନ ସାଧାରଣ ପଂଚାୟତ ବିକାଶ ମଂଚ ସଂଗଠନ ପକ୍ଷରୁ ପାନୀୟ ଜଳ ସମସ୍ୟାକୁ ନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ରାଜନୈତିକ କାରଣରୁ ଦୀର୍ଘର୍ ବର୍ଷ ଧରି ରାଜଗଡ ପଂଚାୟତରେ ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, କୃଷିକ୍ଷେତ୍ରକୁ ଜଳ ଯୋଗାଣ ସ୍ୱାସ୍ଥ୍ୟ ସେବା ଆଦିରେ ପଂଚାୟତକୁ ପଛୁଆ ରଖା ଯାଇଛି ଏହି ପଂଚାୟତରେ ଦୁଇଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇ ୨୦୧୬ ରେ ଗୋଟିଏ ଉଦ୍ଘାଟିତ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ଏଥିପାଇଁ ୫ଟି ଗ୍ରାମ ଜଳ ଯୋଗାଣରୁ ବଂଚିତ ହୋଇଛି

ପଂଚାୟତର ହଳଦୀବସନ୍ତ , ସ୍ୱାଇଁସାହି, ପଟଣା, ନଛିପଡା ବନ୍ଧସାହି ଗ୍ରାମରେ ଯେଉଁ କେତୋଟି ନଳକୂପ ଅଛି ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ ଲୁଣି ପାଣି ବାହାରୁଛି ଫଳରେ ପାନୀୟ ଜଳ ବ୍ୟବହାର କାରିବା ପାଇଁ ଜନ ସାଧରଣ ବିକଳ୍ପ ବ୍ୟବସ୍ଥା ଆପଣେଇଛନ୍ତି ୧୫ ଦିନ ମଧ୍ୟରେ ଜଳ ଯୋଗାଣ ସମସ୍ୟାର ସମାଧାନ ନକଲେ ପଂଚାୟତ ବାସୀ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସାଗର ମଲ୍ଲିକ, ରବିନ୍ଦ୍ର ସାମଲ, ସାରଦା ପ୍ରସନ୍ନ ସ୍ୱାଇଁ, ମହେନ୍ଦ୍ର କୁମାର ରାଉତ, ବ୍ରଜ କିଶୋର ପରିଡା, ପ୍ରସନ୍ନ କୁମାର ସ୍ୱାଇଁ, ଅନନ୍ତ ଚରଣ ସାମଲ, ମାନସ ରଞ୍ଜନ ଦାସ, ରାଜେଶ ମୁଦୁଲି ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି

Nalco

Leave A Reply