Odisha news

ନାହିଁ ପାନୀୟ ଜଳ, ଡ୍ରେନେଜ କି ପାର୍କିଂ ବ୍ୟବସ୍ଥା : ତିହିଡି ବଜାର ସମସ୍ୟାକୁ ନେଇ ବର୍ଷ ବର୍ଷ ସଢୁଛନ୍ତି ଅଞ୍ଚଳବାସୀ

0

ତିହିଡି,୨୦/୦୨: ତିହିଡି ବଜାରର ବର୍ଷ ବର୍ଷ ଧରି ଲାଗି ରହିଛି ବିଭିନ୍ନ ସମସ୍ୟା । ଏହାକୁ ନେଇ ଅଞ୍ଚଳବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବଜାରରେ ପାନୀୟ ଜଳ ବ୍ୟବସ୍ଥା ନଥିବା ବେଳେ ଡ୍ରେନେଜ କି ପାର୍କିଂ ପାଇଁ କୌଣସି ସୁବିଧା କରାଯାଇନାହିଁ । ଏହିସବୁ ସମସ୍ରାର ସମାଧାନ ହେବା ଲାଗି ସୁଯୋଗ ଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଓ ପ୍ରଶାସନିକ ଅବହେଳାରୁ ଏହା ସମ୍ଭବ ହୋଇପାରୁନାହିଁ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ନିର୍ମାଣ ହେବା ପରେ ଲୋକଙ୍କ ଯାତାୟାତ ଲାଗି ଯଥେଷ୍ଟ ସୁବିଧା ମିଳିଛି । ମାତ୍ର ତିହିଡି ବଜାରରେ ଯେଉଁ ଡ୍ରେନେଜ ବ୍ୟବସ୍ଥା କରାଯାଇଛି ତାହା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ବଜାରର ପାଣି ନିଷ୍କାସିତ ହୋଇ ପାରୁନାହିଁ । ଯାହାଫଳରେ ରାସ୍ତାପାଶ୍ୱର୍ସ୍ତ ନିର୍ମିତ ନାଳରେ ପାଣି ଜମି ରହି ବଜାରର ପରିବେଶକୁ ପ୍ରଦୁ୍ୟଷିତ କରୁଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ସଫେଇ କରା ଯାଉଥିଲେ ମଧ୍ୟ କିଛି ଦିନ ପରେ ଏହା ପୁଣି ପୂର୍ବବସ୍ଥାକୁ ଆସି ପରିବେଶକୁ ନଷ୍ଟ କରୁଛି । ସେହିପରି ତିହିଡି ବଜାରକୁ ଆଖପାଖ ଅଞ୍ଚଳରୁ ସହସ୍ରାଧିକ ଲୋକ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି । ଏବେ ବାଇକ ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ବଜାରରେ ବାଇକ ଲାଗି କୌଣସି ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ପାଶ୍ୱର୍ରେ ଲୋକେ ଘଣ୍ଟା ଘଣ୍ଟା ଧରି ବାିକ ରଖିବାକୁ ବାଧ୍ୟ ହେଉଛନ୍ତି । ରାସ୍ତାରେ ଚଳପ୍ରଚଳ କରୁଥିବା ବସ୍, ଟ୍ରକ ସମେତ ବିଭିନ୍ନ ଚାରିଚକିଆ ଯାନ ପାର୍କିଂ ଅଭାବରୁ ରାସ୍ତା ଉପରେ ଯେଉଁଠିନାହିଁ ସେଇଠି ଅଟକୁଛନ୍ତି । ଯାହାଫଳରେ ବଜାର ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏହି ଟ୍ରାଫିକ ସମସ୍ୟା ଯୋଗୁଁ ୧୦୮ ଓ ଦମକଳ ଗାଡି ବି ସମସ୍ୟାରେ ପଡୁଛନ୍ତି । ସମସ୍ୟା ଲାଗି ଉଠା ଦୋକାନୀଙ୍କୁ ଦାୟୀ କରାଯାଉଥିବା ବେଳେ ପ୍ରକୃତ ପକ୍ଷେ ପାର୍କିଂ ବ୍ୟବସ୍ଥା ନଥିବାରୁ ଏହି ସମସ୍ୟା ହେଉଥିବା ଜଣାଯାଇଛି । ଏହାଛଡା ବଜାରରେ ବର୍ଷ ବର୍ଷ ବର୍ଷ ହେଲା ପାନୀୟ ଜଳ ଓ ପରିସ୍ରାଗାରର କୌଣସି ବ୍ୟବସ୍ଥା କରାଯାଇନାହିଁ । ଲୋକେ ପାଣି ଟୋପେ ପିଇବା ପାଇଁ ଆଖପାଖ ଦୋକାନ କିମ୍ବା ହାତରୁ ପଇସା ଖର୍ଚ୍ଚ କରି ମିନେରାଲ ପାଣି କିଣି ପିଉଛନ୍ତି । ତିହିଡି ବଜାରରେ ବସିଥିବା ନଳକୂପ ଗୁଡିକ ଏବେ ଅଚଳ ହୋଇ ପଡିଥିବା ବେଳେ ପାଇପ ଜଳର କୌଣସି ବ୍ୟବସ୍ଥା ମଧ୍ୟ ନାହିଁ । ତିହିଡି ଭଳି ଏକ ଉନ୍ନତ ଅଞ୍ଚଳ ତଥା ବ୍ୟବସାୟିକ ପେଣ୍ଠସ୍ଥଳରେ ପାଣି ଟୋପେ ନମିଳିବା ଦୁର୍ଭାଗ୍ୟର ବିଷୟ ବୋଲି ଆଲୋଚନା ହେଉଛି । ଏହିସବୁ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଦୃଷ୍ଟି ଦେଇ ଏହାର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

Leave A Reply