Odisha news

ପାଣି ପାଇପ ବିଛାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ:୧୧ ଗିରଫ

0

ବୋଲଗଡ : ବୋଲଗଡ ଥାନା ଅନ୍ତର୍ଗତ ଫାସିଓଦା ପଞ୍ଚାୟତର କୁସୁପଲ୍ଲା ଗ୍ରାମରେ ପାଇପ ଯୋଗେ ପାଇଣି ମଡାଇବାକୁ କେନ୍ଦ୍ର କରି ଗ୍ରାମରେ ଜନୈକ ଯୁବକଙ୍କ ଉପରେ ଗ୍ରାମର କେତେକ ଯୁବକ ମାଡ ମାରିବା ଫଳରେ ବୋଲଗଡ ଥାନା ପୁଲିସ ୧୧ଜଣଙ୍କୁ ଗିରଫ କରିଛି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।

ଘଟଣାରୁ ପ୍ରକାଶ ଯେ, କୁଶୁପଲ୍ଲା ଗ୍ରାମ ନିକଟସ୍ଥ କ୍ଷୁଦ୍ର ଜଳସେଚନା ବିଭାଗର ଗୋଜିବନ୍ଧରୁ ପାଇପ ମାଧ୍ୟମରେ ପାଣି ଅଣାଯାଇ ବିଭିନ୍ନ ଜମିକୁ ପାଣି ମଡାଯାଉଥିଲା । ଏଥିରେ ଏକ ସରକାରୀ ଯାଗା ଦଖଲ କରିଥିବା ଗ୍ରାମର ଲକ୍ଷ୍ମୀଧର ସାମନ୍ତରାୟ ତାଙ୍କ ଯାଗା ଉପରେ ପାଇପ ବିଛାଇବା ପାଇଁ ମନା କରିବାରୁ ଗ୍ରାମବାସୀମାନେ ମିଳିତ ହୋଇ ଲକ୍ଷ୍ମୀଧରଙ୍କୁ ମାଡ ମାରିଥିଲେ ।

ଏହାକୁ ନେଇ ଲକ୍ଷ୍ମୀଧର ବୋଲଗଡ ଥାନାରେ ଅଭିଯୋଗ କରିବାରୁ ଥାନା କେସ ନଂ ୧୧୯/୨୦ରେ ମୋକଦ୍ଦମା ରୁଜୁ କରାଯାଇଛି । ଏଥିରେ ସଂପୃକ୍ତ ଥିବା କୈଳାସ ଉତ୍ତର କବାଡ , ସାରଙ୍ଗ ଧର ବଳିୟାରସିଂହ, ସଞ୍ଜୟ ମନ୍ତ୍ରୀ, ବୁଲୁ ମହାନ୍ତି, ବାମନ ରାଉତ,ଗାନ୍ଧୀ ଉତ୍ତର କବାଟ,କିଷନ ପରିଡା, ଦୀପକ ମନ୍ତ୍ରୀ, ଦିନେଶ ରାଉତରାୟ, ଆନନ୍ଦ ବଳ, ଅଜୟ ବଳିୟାରସିଂହଙ୍କୁ ଗିରଫ କରାଯାଇ ସ୍ୱତନ୍ତ୍ର ୪୧ ଧାରାରେ ଥାନାରୁ ଜାମିନ ପ୍ରଦାନ କରାଯାଇଛି । ଏସଆଇ ପବିତ୍ର ମୋହନ ପ୍ରଦାନ ତଦନ୍ତକାରୀ ଅଧିକାରୀ ଭାବେ ଅଧିକ ତଦନ୍ତ ଜାରୀ ରଖିଛନ୍ତି ।

Har Ghar Tiranga

Leave A Reply