Odisha news

ଭୋଏଡେରା ଗ୍ରାମରେ ଜଳ ସଙ୍କଟ

0
ଜମନକିରା,୧୧/୬: ଜମନକିରା ବ୍ଳକ କେନାଢିପା ପଞ୍ଚାୟତ ଭୋଏଡେରା ଗ୍ରାମରେ ଏବେ ଉତ୍କଟ ଭାବେ ଜଳ ସଂକଟ ଦେଖିବାକୁ ମିଳିଛି। ଏହି ଗ୍ରାମରେ ପ୍ରାୟ ୪୦ ପରିବାର ରହୁଥିବା ବେଳେ ଏଠିକାର ଜନସଂଖ୍ୟା ପ୍ରାୟ ୧୫୦ରୁ ଅଧିକ ରହିଛି। ଏଠି ୫ଟି ନଳକୂପ ଥିବାବେଳେ ପାଣି ସ୍ରୋତ କମିବାକୁ ବସିଥିବାରୁ ନଳକୂପ ଗୁଡିକରୁ ଉପଯୁକ୍ତ ପାଣି ବାହାରି ପାରୁନଥିବା ଅଂଚଳ ବାସିଙ୍କ ଅଭିଯୋଗ ରହିଛି। ପଞ୍ଚାୟତ ଅଞ୍ଚଳର ୪ ଖଣ୍ଡ ଗ୍ରାମକୁ ନେଇ ଯଥା- ବିଜାଗୁଡା, ସର୍ଭେ, ଭଏଡେରା ଭଳି ଗ୍ରାମକୁ ନେଇ ଦୁଇ ବର୍ଷ ତଳେ ଏଠି ଏକ ୫୦ ହଜାର ଲିଟରର ପାଣି ଟାଙ୍କି ଟିଏ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ଟାଙ୍କୀ ରୁ ପାଇପ ଗୁଡ଼ିକ ଅଧିକ ବୁଲାଣି ଦେଇ ଯାଇଥିବାରୁ ଗ୍ରାମବାସି ମାନେ ଆବଶ୍ୟକ ଅନୁଯାଇ ପାଣି ପାଇ ପାରୁନଥିବା କହିଛନ୍ତି।
ଏଠିକାର ଲୋକେ ପାଣି ପାଇଁ ହନ୍ତସନ୍ତ ହେଇଥିବା ବେଳେ ସ୍ନାନ ଶୌଚ ପାଇଁ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି। ପାଖରେ ପୋଖରୀ ନଥିବାରୁ ଦୂରକୁ ଯାଇ ଗାଧୋଉଥିବା କହିଛନ୍ତି। ତୁରନ୍ତ ପାଣି ଟାଙ୍କିରୁ ନୂତନ ପାଇପ ବିଛାଯାଇ ଗ୍ରାମବାସୀ ମାନଙ୍କୁ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବାକୁ ଗ୍ରାମବାସୀଙ୍କ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଡ଼ିଓ ଟୁନୂ ମେହେରଙ୍କୁ ଯୋଗାଯୋଗ କରି ପଚାରିବାରୁ ଜଳ ଅମଳ ପ୍ରକଳ୍ପ ଅଧିକାରୀଙ୍କୁ କହି ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।
Nalco
Leave A Reply