ଓଜନ ବୃଦ୍ଧି ଆଜିକାଲିର ଗୋଟିଏ ବଡ ସମସ୍ୟା ହୋଇ ଯାଇଛି, ଏହାକୁ ହ୍ରାସ କରିବା ପାଇଁ ଆମେମାନେ ବିଭିନ୍ନ ଉପାୟ ମଧ୍ୟ ଗ୍ରହଣ କରିଥାଉ l ତେଣୁ କିଛି ଲୋକ ନିୟମିତ ଉଷୁମପାଣି ସେବନ କରି ଓଜନ ହ୍ରାସ କରିବାକୁ ଚେଷ୍ଟା କରି ଥାଆନ୍ତି l ତେଣୁ କିଛି ଲୋକ ମଧ୍ୟ ଥାଆନ୍ତି ଯେଉଁମାନେ ଅନ୍ୟ ମାନଙ୍କୁ ସକାଳୁ ଉଠିବା ମାତ୍ରକେ ଉଷୁମପାଣି ସେବନ କରିବା ପାଇଁ ପରାମର୍ଶ ଦେଇ ଥାଆନ୍ତି l କିନ୍ତୁ ଗବେଷଣା କହୁଛି ଯେ ନିୟମିତ ଉଷୁମପାଣି ସେବନ କରିବା ଦ୍ୱାରା ଲାଭ ବଦଳରେ କ୍ଷତି ହୋଇଥାଏ l
ଅଧିକ ଉଷୁମପାଣି ସେବନ ହୋଇଥାଏ ଶରୀର ପକ୍ଷରେ କ୍ଷତିକାରକ –
– ଅତ୍ୟଧିକ ଉଷୁମପାଣି ସେବନ କରିବା ଦ୍ୱାରା ଶରୀରର ଇଂଟରନାଲ ଅର୍ଗାନ ଉପରେ ପ୍ରଭାବ ପଡିଥାଏ l ଦୀର୍ଘ ଦିନ ଧରି ଉଷୁମପାଣି ସେବନ ପେଟ ପୋଡ଼ିବାର କାରଣ ହୋଇଥାଏ l
– ଅଧିକ ଗରମ ଥିବା ପାଣି ନିୟମିତ ସେବନ କରିବା ଦ୍ୱାରା ଅନ୍ତନାଳୀ ପ୍ରଭାବିତ ହୋଇଥାଏ l ଏହାପରେ ପେଟର ଅନ୍ୟାନ୍ୟ ସମସ୍ୟା ଦେଖିବାକୁ ମିଳିଥାଏ l
– ଆମ କିଡ୍ନୀ ବିଶେଷ ଭାବରେ କେପିଲାରୀ ସିଷ୍ଟମ ରହିଥାଏ l ଯାହା ଅତିରିକ୍ତ ପାଣି ଓ ଟକ୍ସିନ କୁ ଶ୍ରୀରାରି ବାହାର କରିବାରେ ସାହାଯ୍ୟ କରିଥାଏ l ଗବେଷଣା କହୁଛି ଯେ ଅଧିକ ଗରମ ପାଣି ବା ଉଷୁମ ପାଣି ସେବନ କିଡ୍ନୀ ଉପରେ ସାମାନ୍ୟ ଅପେକ୍ଷା ଅଧିକ ପ୍ରଭାବ ପଡିଥାଏ l ଏହାଦ୍ୱାରା କିଡ୍ନୀ ଠିକ ଭାବରେ ଫଙ୍କସନ କରିବାରେ ବାଧା ଉପୁଜି ଥାଏ l
– ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ସେବନ ନିଦ ଉପରେ ପ୍ରଭାବ ପକାଇଥାଏ l ଅଧିକ ପରିଶ୍ରା ଲାଗିଥାଏ ଓ ରକ୍ତ ବାହିକା କୋଷିକା ଗୁଡିକ ଉପରେ ଅଧିକ ପ୍ରଭାବ ପଡିଥାଏ l
– ଗବେଷଣା କହୁଛି ଯେ ଆବଶ୍ୟକତା ଠାରୁ ଅଧିକ ଉଷୁମପାଣି ସେବନ ମସ୍ତିଷ୍କର ସିରା ପ୍ରଶିରା ଉପରେ ପ୍ରଭାବ ପଡିଥାଏ l
