Odisha news

ଯୁଦ୍ଧ ଆରମ୍ଭ ହେବା ପରେ ସାଧାରଣ ନାଗରିକ ପାଇଁ କଣ ରହିଥାଏ ପ୍ରୋଟକଲ

0

ପହଁଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ସୈନ୍ୟ କାରାବାଈ ପ୍ରସ୍ତୁତି ହୋଇଚାଲିଛି, ଏହାଦ୍ୱାରା କଣ ପଦକ୍ଷେପ ହେବ ଏହି ବିଷୟରେ କାହା ନିକଟରେ କୌଣସି ସୂଚନା ନାହିଁ l କିନ୍ତୁ ବର୍ତମାନ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜୁଛି, ଏପରି ଉତେଜନା ପୁର୍ଣ ପରିସ୍ଥିତି ରେ କେତେବେଳେ ବି ଯୁଦ୍ଧ ଓଇପାରେ l ଯୁଦ୍ଧ ସମୟରେ ସେନା ଙ୍କ ପାଇଁ ପ୍ରୋଟକଲ ରହିଥାଏ, କିନ୍ତୁ ଆମେ ଆଜି ଜାଣିବା ଯୁଦ୍ଧ ପରିସ୍ଥିତି ରେ ସାଧାରଣ ନାଗରିକ ଙ୍କ ପାଇଁ କଣ ପ୍ରୋଟକଲ ରହିଥାଏ l

– ଯୁଦ୍ଧ ଆରମ୍ଭ ହେବାକ୍ଷଣି ସାଧାରଣ ନାଗରିକ ଙ୍କୁ ଅନ୍ତରାଷ୍ଟ୍ରୀୟ ମାନବୀୟ କାନୁନ ର ନିୟମ ଓ ପ୍ରୋଟକଲ ଫଲୋ କରିବାକୁ ପଡିଥାଏ l ଯାହାକି ଖୁବ ଗୁରୁତ୍ୱପୂର୍ଣ ଅଟେ l ଏହି ପ୍ରୋଟକଲ ସାଧାରଣ ନାଗରିକ ଙ୍କ ସୁରକ୍ଷା ଓ ତାଙ୍କ ସହିତ ମାନବୀୟ ବ୍ୟବହାର କୁ ସୁନିଶ୍ଚିତ କରିଥାଏ l

– ଏହି ପ୍ରୋଟକଲ  ଅନୁସାରେ କୌଣସି ଦେଶର ନାଗରିକ ଙ୍କ ଉପରେ ଆକ୍ରମଣ କରିବା ଉଚି ନୁହେଁ, ସ୍ୱାସ୍ଥ୍ୟ ସେବା ସମେତ ଅନ୍ୟ ଜରୁରୀ କଲିଂ କାର୍ଯ୍ୟରେ କୌଣସି ପ୍ରକାର ବାଧା ଉପୁଜାଇବା ଉଚି ନୁହେ l

– ଯୁଦ୍ଧ ରେ ପ୍ରଭାବିତ ଅଂଚଳ ରେ ନାଗରିକ ଙ୍କୁ ବାହାରିବା ପାଇଁ ସମୟ ଓ ସୁଯୋଗ ଦେବା ଜରୁରୀ l ଅନ୍ତରାଷ୍ଟ୍ରୀୟ ମାନବୀୟ କାନୁନ ର ନିୟମ ଉଲଂଘନ କରିବା ଅପରାଧ ହୋଇଥାଏ l

– ଯେଉଁଠାରେ ଯୁଦ୍ଧ ପରିସ୍ଥି ହୋଇଥାଏ ସେଠାରେ ନାଗରିକ ମାନଙ୍କୁ ଘରେ ରହିବାକୁ କୁହାଯାଇଥାଏ l ନଗରୀକ ମାନେ ନିଜ ପରିସ୍ଥିତି କୁ ନଜର ରଖି ନିଜକୁ କିପରି ସୁରକ୍ଷିତ ରଖିବେ ତାହା ଧ୍ୟାନ ଦେବା ଜରୁରୀ l

– ନିଜ ନିକଟରେ ଅତ୍ୟାବଶ୍ୟକୀୟ ଜିନିଷ ଶୁଖିଲା ଖାଦ୍ୟ, ପାଣି ଓ ଔଷଧ ମହଜୁଦ ରଖିବା ଜରୁରୀ l

IEC 2 years
Leave A Reply