ଶେର ଅଫଜଲ ମାରବାତ ଙ୍କର ଭିଡିଓ ଭାଇରଲ , ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲା ତେବେ ଆପଣ କଣ କରିବେ ? ମୁଁ ଇଂଲଣ୍ଡ ପଳାଇଯିବି
ଯୁଦ୍ଧର ଭୟରେ ଅତର୍କିତ ପାକିସ୍ତାନ ସାଂସଦ
ଭାରତକୁ ଧମକ ଦେଉଥିବା ପାକିସ୍ତାନ ସାଂସଦ ନିଜେ ଭୟରେ
କହିଲେ ଯୁଦ୍ଧ ହେଲେ ଖସି ପଳାଇବେ ଇଂଲଣ୍ଡ
କାଢ଼ୁଆ ପାକିସ୍ତାନ ର ଭୟାଳୁ ସାଂସଦ
ଯାହା କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚା
ଭାରତ -ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତେଜନା ମଧ୍ୟରେ ପାକିସ୍ତାନୀ ସାଂସଦ ଶେର ଅଫଜଲ ଖାନ ମାରବାତ ଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ତାଙ୍କ ଗୋଟିଏ ପତ୍ରକାରର ପଚାରିଥିଲେ ଯେ ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲା ତେବେ ଆପଣ କଣ କରିବେ ? ଏହାର ଉତର ରେ ସେ କହିଥିଲେ ଯେ ଯଦି ଯୁଦ୍ଧ ହେଲା ତେବେ ମୁଁ ଇଂଲଣ୍ଡ ପଳାଇଯିବି, ତାଙ୍କ ବୟାନ କୁ ନେଇ ସୋସିଆଲ ମିଡ଼ିଆ ୟୁଜର ଖୁବ ମଜାକ ଉଡାଇଛନ୍ତି, ଯଦି ଗୋଟିଏ ଦେଶର ସାଂସଦ ଙ୍କର ଏହି ମନୋଭାବ ତେବେ ସେହି ଦେଶର ସୈନିକ ଙ୍କ ମନୋବଳ କିପରି ଥିବ l
ଯେଉଁ ଇମ୍ରାନ ଖାନ ନିଜେ ଭ୍ରଷ୍ଟାଚାର କେଶ ରେ ଫସି ଜେଲ ଦଣ୍ଡ ଭୋଗୁଛନ୍ତି ଏବଂ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ଭାରତକୁ ଉପଦେଶ ସହିତ ଧମକ ଦେଉଛନ୍ତି ସେହି ଦେଶର ରାଜନେତା ଙ୍କ କଥା ନକହିଲେ ହେଲା, କିଏ କହୁଛି ରକ୍ତର ନଦୀ ବୁହାଇଦେବ ପାକିସ୍ତାନ ତ ଆଉ କିଏ କହୁଛି ଅଟମବମ ଆକ୍ରମଣ କରି ଭାରତକୁ ଧ୍ବଂସ କରିଦେବ l ଠିକ ଏହି ସମୟରେ ପାକିସ୍ତାନ ର ଜେଲ ଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ଦଳ PTI ର ସାଂସଦ ଅଫଜଲ ଖାନ ମାରବାତ ଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି, ତାଙ୍କ ପତ୍ରକାର ପଚାରିଥିଲେ ବର୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭଳି ସଂଯମ ରଖିବା ଜରୁରୀ ? ସେ ଏହାର ଜବାବ ରେ କହିଥିଲେ ନରେନ୍ଦ୍ର ମୋଦୀ ମୋ ମାଉସୀ ଙ୍କ ପୁଅ, ତେଣୁ ତାଙ୍କୁ ମୁଁ କହିବା ମାତ୍ରକେ ସେ ପଛକୁ ହଟିଯିବେ ଓ ଯୁଦ୍ଧ ବନ୍ଦ ହୋଇଯିବ l
ହଁ ଆଜ୍ଞା ଯେଉଁ ପାକିସ୍ତାନ ରେ ଏଭଳି ଜୋକର ସାଂସଦ ରହିଛନ୍ତି ତାର ସ୍ଥିତି କଣ ଏହିଥିରୁ ବୁଝି ହେଉଛି, ଏହି ଖବର ଇମ୍ରାନ ଙ୍କ ନିକଟରେ ପହଂଚିବା କ୍ଷଣି ଅଫଜଲ ଖାନ ମାରବାତ ଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା, ଅନ୍ୟ ପକ୍ଷରେ ଭାରତରେ ପହଁଲଗାମ ରେ ପର୍ଯ୍ୟଟକ ଙ୍କୁ ଆତଙ୍କବାଦୀ ଆକ୍ରମଣ କୁ ନେଇ ସମସ୍ତ ରାଜନୈତିକ ଦଳର ଭାରତ ସରକାରଙ୍କ ସହିତ ସହଯୋଗ ରହିଛି ବୋଲି ସୂଚନା ଦେଇଛନ୍ତି l
