କେନ୍ଦ୍ର ର ମୋଦୀ ସରକାର ବକଫ ଅଧିନିୟମ ରେ ବଡ଼ ସଂଶୋଧନ କରିବାକୁ ଯାଉଛନ୍ତି, ଚଳିତ ରାଜ୍ୟସଭା ସତ୍ର ରେ ସଂଶୋଧନ ବିଧେୟକ ଆଣିବା ପାଇଁ ବିଚାର କରାଯାଉଛି l ଏହା ପୂର୍ବରୁ ଶୁକ୍ରବାର ଦିନ କ୍ୟାବିନେଟ ର ବୈଠକ ରେ ବକଫ ଅଧିନିୟମ ରେ ୪୦ ସଂଶୋଧନ ର ପ୍ରସ୍ତାବ ର ମଞ୍ଜୁରୀ ଦେଇ ସାରିଛନ୍ତି l ସଂସଦ ରେ ସଂଶୋଧନ ବିଧେୟକ ପାରିତ ହେବାପରେ ବକଫ ବୋର୍ଡ ର ଅନିୟନ୍ତ୍ରିତ ଶକ୍ତି କମିଯିବ l ବୋର୍ଡ କୌଣସି ସମ୍ପତି ଉପରେ ବିନା ସତ୍ୟପନ ଆଧିପତ୍ୟ ଘୋଷଣା କରିପତିବ ନାହିଁ l ପ୍ରଥମେ ଆସନ୍ତୁ ଜାଣିବା ବକଫ ବୋର୍ଡ କଣ ? ବର୍ତମାନ ଏହି ବକଫ ବୋର୍ଡ ଉପରେ ସ୍ୱୟଂ ମୁସଲମାନ ସମ୍ପ୍ରଦାୟର ଲୋକେ ଆରୋପ ଲଗାଇଛନ୍ତି l ଏବଂ ଭ୍ରଷ୍ଟାଚାର ର ଆରୋପ ମଧ୍ୟ ଲାଗିଛି l
ବକଫ ବୋର୍ଡ କଣ ?
୨୦୧୩ ରେ ୟୁପିଏ ର ସରକାର ରେ ବକଫ ବୋର୍ଡ ର ଶକ୍ତି କୁ ବଢ଼େଇଦିଆଯାଇଥିଲା l ସାଧାରଣ ମୁସ୍ଲିମ , ଗରିବ ମୁସ୍ଲିମ ମହିଳା ମାନେ, ତଲାକ ନେଇଥିବା ମୁସଲମାନ ମହିଳାଙ୍କ ପିଲାମାନେ, ସିୟା ଓ ବୋହରା ଭଳି ସମୁଦାୟ ଦୀର୍ଘ ସମୟ ଧରି କାନୁନ ରେ ପରିବର୍ତ୍ତନ କୁ ନେଇ ଦାବି କରିଆସୁଥିଲେ, ଏମାନଙ୍କ କହିବାର କଥା ହେଲା ବକଫ ରେ ସାଧାରଣ ମୁସଲମାନ ଙ୍କ ସ୍ଥାନ ହିଁ ନାହିଁ, କେବଳ ପାୱାରଫୁଲ ଲୋକଙ୍କ ସ୍ଥାନ ରହିଛି, ରେଭିନ୍ୟୁ କି ନେଇ ପ୍ରଶ୍ନ ଉଠିଛି ଯେ କେତେ ରେଭିନ୍ୟୁ କେତେ ଆସୁଛି, ଏହାର କୌଣସି ଆକଳନ ନାହିଁ, ରେଭିନ୍ୟୁ ଯେତେବେଳେ ରେକର୍ଡ କୁ ଆସିବ ସେତେବେଳେ ମୁସଲମାନ ଙ୍କ ପାଇଁ ବ୍ୟବହାର ହେବ, ବର୍ତମାନ ଭାରତରେ ୩୦ ଟି ବକଫ ବୋର୍ଡ ରହିଛି, ଏବଂ ସମସ୍ତ ବକଫ ସମ୍ପତି ପ୍ରତ୍ୟେକ ବର୍ଷ ୨ଶହ କୋଟି ରାଜସ୍ବ ପ୍ରାପ୍ତ କରୁଛି l
କେବେକେବେ ହୋଇଥିଲା ବକଫ ଅଧିନିୟମ ପାରିତ –
-ପ୍ରଥମ ବକଫ ଅଧିନିୟମ ୧୯୫୪ ରେ ପାରିତ କରାଯାଇଥିଲା, ପ୍ରଥମ ସଂଶୋଧନ ୧୯୯୫ ରେ ଓ ୨୦୧୩ ରେ ଦ୍ଵିତୀୟ ଥର ସଂଶୋଧନ କରାଗଲା l
– ଦୁନିଆର କୌଣସି ଦେଶରେ ବକଫ ବୋର୍ଡ ପାଖରେ ଏଠିକି ଶକ୍ତି ନାହିଁ, ଏପରିକି ସାଉଦି ର ଓମାନ ରେ ମଧ୍ୟ ଏତିକି ଶକ୍ତି ନାହିଁ l
– ଯଦି ଥରେ କୌଣସି ଜମି ଜାଗା ବକଫ ବୋର୍ଡ ଅଧୀନ କୁ ଚାଲିଗଲା ତେବେ ତାକୁ ଆଉ ଠକି ନେଇପାରିବେ ନାହିଁ, ପାୱାରଫୁଲ ଲୋକଙ୍କ ର ବକଫ ବୋର୍ଡ ଉପରେ ରହିଛି କବ୍ଜା l
– ଭାରତରେ ବକଫ ସମ୍ପତି ଦୁନିଆରେ ସମସ୍ତ ବକଫ ସମ୍ପତି ଠାରୁ ଅଧିକ l ୨ଶହ କୋଟିର ମଧ୍ୟ ରାଜସ୍ବ ଆସୁନାହିଁ l
– ଏପରିକି କେନ୍ଦ୍ର ସରକାର, ରାଜ୍ୟ ସରକାର, କିମ୍ବା ଅଦାଲତ ମଧ୍ୟ ହସ୍ତକ୍ଷେପ କରିପାରିବେ ନାହିଁ, ବକଫ ବୋର୍ଡ ଉପରେ ନିୟନ୍ତ୍ରଣ ରଖୁଥିବା ଲୋକ ଙ୍କ ବ୍ୟତୀତ ଅନ୍ୟମନ ଏହି ନିୟମ ବିରୁଦ୍ଧରେ ଅଛନ୍ତି l
ମୋଦୀ ସରକାର ଙ୍କର ବକଫ ବୋର୍ଡ କୁ ନେଇ କଣ ପ୍ଲାନ ?
ବର୍ତମାନ ସୁଧା ବକଫ ଅଧିନିୟମ ରେ ପାଖାପାଖି ୪୦ ସଂଶୋଧନ କୁ ମଞ୍ଜୁରୀ ମିଳିଛି, ମୋଦୀ ସରକାର କ୍ୟାବିନେଟ ରେ ବକଫ ବୋର୍ଡ ର କୌଣସି ସମ୍ପତି ଅଧିକାର କରିବା ଉପରେ ଅଙ୍କୁଶ ଲଗାଇବାକୁ ଚାହୁଁଚି, ଏହି ସଂଶୋଧନ ର ଉଦେଶ୍ୟ ହେଉଛି କୌଣସି ସମ୍ପତି କୁ ନିଜ ମନ ଇଛା ବକଫ ବୋର୍ଡ ରେ ସାମିଲ କରିବାରେ ଅଙ୍କୁଶ ଲଗାଇବା ହେଉଛି ମୂଳ ଉଦେଶ୍ୟ l
ବକଫ ବୋର୍ଡ କଣ ?
ବକଫ ଆକ୍ଟ ମୁସଲିମ ସମୁଦାୟ ର ସମ୍ପତି ଓ ଧାର୍ମିକ ସଂସ୍ଥା ର ପ୍ରବନ୍ଧନ ଓ ନିୟମ ପାଇଁ କରାଯାଇଥିବା କାନୁନ l ଏହି ଆକ୍ଟ ର ମୁଖ୍ୟ ଉଦେଶ୍ୟ ବକଫ ବୋର୍ଡ ସମ୍ପତି ର ଉଚିତ ସଂରକ୍ଷଣ ଓ ପ୍ରବନ୍ଧନ ସୁନିଶ୍ଚିତ କରିବା l ବକଫ ଗୋଟିଏ ଆରବୀ ଶବ୍ଦ ଯାହାର ଅର୍ଥ ଅଟକାଇବା ବା ସମର୍ପଣ କରିବା l ଏହି ବୋର୍ଡ ଅଧୀନରେ ଲୋକେ ନିଜ ସମ୍ପତି ଟ୍ରଷ୍ଟ କୁ ସମର୍ପଣ କରି ଥାଆନ୍ତି l ବକଫ ସମ୍ପତି କୁ ପ୍ରବନ୍ଧନ କରିବା ପାଇଁ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ବକଫ ବୋର୍ଡ ଗଠନ କରାଯାଇଛି l ଏହି ବୋର୍ଡ ବକଫ ସମ୍ପତି କୁ ପଞ୍ଜିକରଣ, ସଂରକ୍ଷଣ ଓ ପ୍ରବନ୍ଧନ କରିଥାଏ l ଏହି ପଞ୍ଜିକରଣ ରାଜ୍ୟ ରାଜ୍ୟ ବକଫ ବୋର୍ଡ ରେ କରାଯାଇ ଥାଏ l