Odisha news

ସ୍ୱୟଂ ସହାୟକ ଗୋଷ୍ଠୀ ୧୦୦୦ ମାସ୍କ ନିଜ ପଂଚାୟତରେ ବାଣ୍ଟିଲେ।

0
ବୋରିଗୁମ୍ମା –ରାଜ୍ୟ ସରକାର ଲକ ଡାଉନ କୁ କଡାକଡି କରିବା ସହ ଗତ ୯ ତାରିଖ ଯେଉଁମାନେ ଘରୁ ବାହାରକୁ ବାହାରିବେ ସେମାନେ ବିନା ମାସ୍କ ରେ ବାହାରିବେ ନାହିଁ। ସମସ୍ତେ ବାହାରକୁ ବାହାରିଲେ ମୁହଁ ରେ ମାସ୍କ ପିନ୍ଧିବେ। ଯାହାଫଳରେ ମାସ୍କ ର ଅଭାବ ଦେଖାଗଲା। କିଛି ବଦାନ୍ୟ ବ୍ୟକ୍ତି, ସ୍ବେଚ୍ଛାସେବୀ ଓ ରାଜନୈତିକ ଦଳ ମାନେ ଗାଁ ଗାଁ ଓ ସହରରେ ମାସ୍କ କରୁଛନ୍ତି। ଏହିଭଳି କ୍ଷେତ୍ରରେ ପଛରେ ନାହାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ। ନିଜ ପଂଚାୟତରେ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ବଣ୍ଟନ କରିଛନ୍ତି। ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମୁଡା ପ୍ରଗତି ମହିଳା ସଂଚୟିତା ମହାସଂଘ ନିଜ ଗୁମୁଡା ର ବିଭିନ୍ନ ଗ୍ରାମରେ ୧୦୦୦ ମାସ୍କ ବଣ୍ଟନ କରିଛନ୍ତି। ପ୍ରଗତି ମହିଳା ସଂଚୟିତା ମହାସଂଘ ର ମୁଖ୍ୟ ପରିଚାଳିକା ଶ୍ରୀମତୀ ରଞ୍ଜିତା ମାଟିଆ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ମାସ୍କ ବଣ୍ଟନ କରାଯାଇଥିଲା। ଗୁମୁଡା ପଂଚାୟତ ର ଓ ଏଲ ଏମ ଅଧିନ ରେ ଥିବା ୭୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ୭୨୦ ମହିଳା ଙ୍କ ସହ ଅନ୍ୟ ମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି। ଗୁମୁଡା ପଂଚାୟତ ର ବାଗବେଡା, ବଡ଼ ସିରିସୀ, ସାନ ସିରିସୀ, ଗୁମୁଡା ଓ କେନ୍ଦୁଗୁଡା ଗ୍ରାମରେ ମାସ୍କ ବଣ୍ଟନ କରାଯାଇଛି। ମାସ୍କ ବଣ୍ଟନ ସହ କରୋନା ଭାଇରସ ସମ୍ପର୍କିତ ସଚେତନତା କରିଥିଲେ।ଘରୁ ବାହାରକୁ ବାହାରିଲେ ସାମାଜିକ ଦୂରତ୍ୱ ସହ ସମସ୍ତେ ମୁହଁ ରେ ମାସ୍କ ପିନ୍ଧିବା ନିମନ୍ତେ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମହିଳା ମହାସଂଘ ର ସଭାପତି ଚାନ୍ଦିନୀ ବିଶୋଇ,ସମ୍ପାଦିକା ପାର୍ବତୀ ମୁଦୁଲି, ସି ଆର ପି ଶିବାନି ପ୍ରଧାନ, ସସ୍ମିତା ଶତପଥୀ, ଖୀତିମଣି ବିଶୋଇ, ଚନ୍ଦ୍ରମା ମୁଦୁଲି ଓ ମହାସଂଘ ର ୧୨ ଜଣ ସଦସ୍ୟ ଉପସ୍ଥିତ ଥିଲେ।
Har Ghar Tiranga

Leave A Reply