Odisha news

ଭଲିବଲ ପ୍ରତିଭା ଲାସ୍ୟମୟୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

0

ଠାକୁରମୁଣ୍ଡା -18/6 :  ଓଡିଶାର ଏକମାତ୍ର 18 ବର୍ଷରୁ କମ ଉଦୀୟମାନ ଜାତୀୟ ଭଲିବଲ ଖେଳାଳି  ଲାସ୍ୟମୟୀ ମହାନ୍ତଙ୍କୁ ନିଜ ଜନ୍ମମାଟିରେ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଲାସ୍ୟମୟୀ ଓଡିଶାର ଏକମାତ୍ର ଖେଳାଳି ଭାବେ ଭାରତୀୟ ଦଳରେ ସାମିଲ ହୋଇ ଥାଇଲାଣ୍ଡରେ 6-13 ମଧ୍ୟରେ ହୋଇଥିବା ମ୍ୟାଚରେ ଭାଗ ନେଇଥିଲେ l ଓଡିଶାକୁ ଫେରିବା ପରେ ଠାକୁରମୁଣ୍ଡା ବ୍ଲକ ବଡ଼ପଶି ଗ୍ରାମରେ ଭରସା ପରିବାର, ଖଣ୍ଡବନ୍ଧ ପଞ୍ଚାୟତ ବାସୀ ତଥା ଠାକୁରମୁଣ୍ଡାର ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ଯୋଗ ଦେଇ 18 ତାରିଖରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି l

ସମ୍ବର୍ଦ୍ଧନା ସମୟରେ ତାଙ୍କ ସହିତ କୋଚ ସୁଷମା ନନ୍ଦ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l କୋଚ ସୁଷମା ନନ୍ଦନିଜ ପ୍ରତିକ୍ରିୟାରେ ଖୁବ ଖୁସି ଥିବା କହିବା ସହିତ ଓଡିଶା ସରକାର, ଓଡିଶା ଓ ଜାତୀୟ ଭଲିବଲ ଆସୋସିଏସନକୁ କୃତଜ୍ଞତା ଜଣାଇଛନ୍ତି l

ସରକାର ତଥା ଆସୋସିଏସନର ସମସ୍ତ ସହାୟତା ପାଇଁ ଲାସ୍ୟମୟୀ ପ୍ରଥମ 18 ବର୍ଷରୁ କମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ଖେଳିବାର ସୁଯୋଗ ପାଇଥିବା ସେ କହିଛନ୍ତି ଆୟୋଜକ ଭରସା ପରିବାର ଓ ଗ୍ରାମବାସୀଙ୍କ ସହିତ ଖଣ୍ଡବନ୍ଧ ସରପଞ୍ଚ ରମଣୀ ଦେହୁରୀ, ପୂର୍ବତନ ସରପଞ୍ଚ ଧର୍ମପଦ ନାଏକ, ପଡିଆବେଡା ସରପଞ୍ଚ ଧର୍ମାନନ୍ଦ ନାଏକ, ସମାଜସେବୀ ବସନ୍ତ କୁମାର ପଇବର୍ତ୍ତୀ, ସାମ୍ବାଦିକ ପ୍ରମୁଖ ସାମିଲ ହୋଇ  ଲାସ୍ୟମୟୀ ଓ କୋଚ ସୁଷମା ନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଗ୍ରାମବାସୀ ନାଚ, ଗୀତ ଓ ପାରମ୍ପରିକ ବାଦ୍ୟରେ ଗ୍ରାମ ପ୍ରଦକ୍ଷିଣ କରି ମଞ୍ଚ ନିକଟରେ ପହଞ୍ଚିଥିଲେ l କୁଡୁମି ସମାଜ ପକ୍ଷରୁ କର୍ମକର୍ତ୍ତା ଯୋଗଦେଇ ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.