Odisha news

ବୋଲିବିୟାରେ ଦୁର୍ଲଭ ଚେପର ଭାଇରସ୍ : ମଣିଷରୁ ମଣିଷକୁ କରୁଛି ସଂକ୍ରମିତ

0

ନୂଆଦିଲ୍ଲୀ : ଆମେରିକାର ରୋଗ ନିୟନ୍ତ୍ରକ କେନ୍ଦ୍ର ନିକଟରେ ବୋଲିବିୟାରେ ଏକ ଦୁର୍ଲଭ ଜୀବାଣୁକୁ ପାଇଛନ୍ତି l ଏହି ଜୀବାଣୁ ମଣିଷରୁ ମଣିଷକୁ ସଂକ୍ରମଣ ହୋଇଥାଏ ଓ ଇବୋଲା ମାରାତ୍ମକ ଜ୍ୱର ମଧ୍ୟ କରାଇଥାଏ l କୋଭିଡି-୧୯ ଭଳି ମହାମାରୀକୁ ଅଟକାଇବା ପାଇଁ ସାରା ବିଶ୍ୱର ବୈଜ୍ଞାନିକ ମାନେ ନିରନ୍ତର ପ୍ରୟାସ କରୁଛନ୍ତି ତେଣୁକରି ଏହି ଦୁର୍ଲଭ ଜୀବାଣୁକୁ ଖୋଜି ବାହାର କରିବା ସମ୍ଭବପର ହେଲା ,ଯାହା ଦୁନିଆକୁ ପଙ୍ଗୁ କରିବା ସହିତ ସଂକ୍ରମିତ ମଧ୍ୟ କରିବାରେ ଲାଗିଛି l

୨୦୧୯ ରେ ବୋଲିବିୟାର ରାଜଧାନୀ ଲା ପାଜରେ ୩ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ଅନ୍ୟ ଦୁଇଜଣଙ୍କୁ ହୋଇଥିଲା l ଏମାନଙ୍କ ମଧ୍ୟରୁ ଜଣେ ରୋଗୀ ଓ ୨ଜଣ ଚିକିତ୍ସା କର୍ମୀଙ୍କ ମୃତ୍ୟୁ ହୋଇଗଲା l ୨୦୦୪ ରେ ବୋଲିବିୟାର ଚେପର ଅଂଚଳରେ ଏହି ଭାଇରସ ଦେଖା ଯାଇଥିଲା l ଜଣେ ମହାମାରୀ ବିଜ୍ଞାନୀ କହିଛନ୍ତି ଯେ ଶାରୀରିକ ତରଳ ପଦାର୍ଥ ଦ୍ୱାରା ଏହି ସଂକ୍ରମଣ ହୋଇଥାଇ ପରେ l ପୁଣି କୁହାଯାଉଛି ଯେ ମୂଷା ମାନଙ୍କ ଠାରୁ ଏହି ଭାଇରସ ମଣିଷ ମାନଙ୍କ ପାଖକୁ ଯାଇଛି l

CDC ରିପୋର୍ଟ ଅନୁସାରେ ଏହି ଭାଇରସ ହେବାର ଲକ୍ଷଣ ଗୁଡିକ ହେଲା ଜ୍ୱର,ପେଟ ଯନ୍ତ୍ରଣା,ମାଢ଼ିରୁ ରକ୍ତ ବାହାରିବା,ବାନ୍ତି ହେବ,ଶରୀରରେ ଚକଡା ଚକଡା ହୋଇ ଫଳିଯିବ ଇତ୍ୟାଦି l ଏହି ଭାଇରସର କୌଣସି ବିଶିଷ୍ଟ ଉପଚାର ବାହାରି ନାହିଁ ,ଅଧିକାଂଶ ରୋଗୀ ଅନ୍ତଶିରା ମାଧ୍ୟମରେ ଉପଚାର ହେଉଛନ୍ତି l ସୋମବାର ଦିନ ଆମେରିକାନ ସୋସାଇଟି ଅଫ ଟ୍ରାପିକାଲ ମେଡ଼ିସିନ ଆଣ୍ଡ ହାଇଜିଂର ବାର୍ଷିକ ବୈଠକରେ ଚେପର ଭାଇରସର ନିଷ୍କର୍ସ ପ୍ରସ୍ତୁତ କରାଯାଇଥିଲା l ମଣିଷରୁ ମଣିଷକୁ ସଂକ୍ରମଣ ହେଉଥିବା ଏହି ଭାଇରସର ଅଧୟନର ମହତ୍ୱ ଉପରେ ପ୍ରଭାବ ପକାଉଛି କାରଣ ଏହା ଭବିଷ୍ୟତରେ ବ୍ୟାପିବାର ଏହା ମୁଖ୍ୟ କାରଣ ହୋଇପାରେ l

IEC 2 years
Leave A Reply