Odisha news

କୋହଲି ଗାୱାରଙ୍କ ଟେଷ୍ଟ୍‌ ଏକାଦଶରେ ଅଧିନାୟକ

0

ଲଣ୍ଡନ,୨ା୯(ଏଜେନ୍ସି): ପୂର୍ବତନ ଇଂଲଣ୍ଡ ଅଧିନାୟକ ତଥା କ୍ରିକେଟ୍‌ ଭାଷ୍ୟକାର ଡେଭିଡ୍‌ ଗାୱାର ବର୍ତ୍ତମାନର କ୍ରିକେଟରଙ୍କ ଶ୍ରେଷ୍ଠ ଟେଷ୍ଟ୍‌ ଏକାଦଶ ଚୟନ କରିଛନ୍ତି । ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କୁ ସେ ଏହି ପସନ୍ଦର ଏକାଦଶ ଲାଗି ଅଧିନାୟକ ବାଛିଛନ୍ତି । ଦଳ ଚୟନ ବେଳେ ବିରାଟ କୋହଲି ଏବଂ ବେନ୍‌ ଷ୍ଟୋକ୍ସଙ୍କୁ ସେ ତୁରନ୍ତ ବାଛିଥିବା ମଧ୍ୟ ପ୍ରକାଶ କରିଛନ୍ତି । ଦୁଇ ଜଣ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ଏବଂ ନାଥନ୍‌ ଲାୟନଙ୍କୁ ଦଳରେ ସ୍ଥାନ ଦେଇଛନ୍ତି ।

Leave A Reply