Odisha news

ଭାଇରାଲ ହଉଛି କ୍ରିକେଟର ବିରାଟ କୋହଲିଙ୍କ ରାସ୍ତା କଡ଼ରେ ମକା ବିକ୍ରୀ କରିବା ଫଟୋ : ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ: ଆମ୍ଭେମାନେ ପରସ୍ପରକୁ ଚେହେରା ଦ୍ଵାରା ହିଁ ଚିହ୍ନିଥାଉ । କିନ୍ତୁ ଆମେ ଯେତେବେଳେ ସମାନ ଚେହେରାର ଦୁଇ ଜଣ ଲୋକଙ୍କୁ ଏକାଠି ଦେଖିଥାଉ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥାଉ । ଅନେକ ସମୟରେ ସୋସିଆଲ ମିଡିଆରେ ପ୍ରସିଦ୍ଧ ଲୋକମାନଙ୍କ ଚେହେରା ସହ ସାମଞ୍ଜସ୍ୟ ଥିବା ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥାଉ, ଯାହାକି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥାଏ ।

ଆଜିକାଲି ସୋସିଆଲ ମିଡିଆରେ ଜଣେ ଏମିତି ଲୋକଙ୍କ ଫଟୋ ଭାଇରାଲ୍ ହେଉଛି ଯାହାଙ୍କ ଚେହେରା ପୂରା ଭାରତୀୟ କ୍ରିକେଟ୍ ଖେଳାଳି ବିରାଟ କୋହଲିଙ୍କ ପରି । ତାଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ ହେବା ମାତ୍ରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଯେ ଏହି ଫଟୋଟି କେଉଁ ସ୍ଥାନର । ଜଣେ ଲୋକ ଏହି ଫଟୋକୁ ସୋସିଆଲ ମିଡିଆରେ ଦେଖି ଲେଖିଛନ୍ତି, ଏହା ତ କମାଲ ହୋଇଗଲା, ମୋତେ ଏହି ଯୁବକ ଜଣକ ଠିକ୍ ବିରାଟ କୋହଲିଙ୍କ ପରି ହିଁ ଦେଖାଯାଉଛନ୍ତି।

ଅନ୍ୟ ଜଣେ ଲେଖିଛନ୍ତି, ଏହି ଫଟୋକୁ ଦେଖି ଲାଗୁ ନାହିଁ ଯେ ଇଏ ଅସଲି କୋହଲି ନୁହଁନ୍ତି ।ଏହିପରି ଶହଶହ କମେଣ୍ଟ ଆସିବାରେ ଲାଗିଛି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏହି ପୋଷ୍ଟକୁ ୨୧୨୧ ଜଣ ଲାଇକ୍ କରିଥିବା ବେଳେ ୧୯୫ ଜଣ ରିଟ୍ଵିଟ୍ କରିଛନ୍ତି ।

Leave A Reply

Your email address will not be published.