ପିଲାମାନଙ୍କ କାମରେ ଲାଗୁନି ଗ୍ରାମୀଣ ପାର୍କ : ଉଦଘାଟନ ର ସାତ ମାସ ପରେ ବି ବୋରିଗୁମ୍ମା ଗ୍ରାମୀଣ ପାର୍କ ରେ ତାଲା ଝୁଲୁଛି।
ବୋରିଗୁମ୍ମା (K.sakil Dora)—- ବୋରିଗୁମ୍ମା ସହରରେ ଦିନ କୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଗ୍ରାମବାସୀ ଙ୍କ ଦୀର୍ଘ ଦିନର ଦାବୀ ପରେ ମନରେଗା ଯୋଜନା ସହ ଅନ୍ୟ କିଛି ପାଣ୍ଠିରୁ ସହର ର ମଧ୍ୟ ଭାଗରେ ଏକ ସୁନ୍ଦର ଗ୍ରାମୀଣ ପାର୍କ ଟିଏ ନିର୍ମାଣ ହେଲା। ବୋରିଗୁମ୍ମା ବ୍ଲକ ତରଫରୁ ପ୍ରାୟ ୧୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ରେ ଗ୍ରାମୀଣ ପାର୍କ ନିର୍ମାଣ ହେଲା ସତ କିନ୍ତୁ ପାର୍କ ଉଦଘାଟନ ର ଦୀର୍ଘ ସାତ ମାସ ପରେ ବି ପାର୍କ ରେ ତାଲା ଝୁଲୁଥିବା ଦେଖାଦେଇଛି।
ଏହାକୁ ସହର ବାସୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ବୋରିଗୁମ୍ମା ଏତେ ବଡ ସହର ହୋଇ ଛୋଟ ଛୋଟ ପିଲା ମାନଙ୍କ ପାଇଁ ପାର୍କ ଟିଏ ନ ଥିଲା। ପାର୍କ ନିର୍ମାଣ ପରେ ବି କେଉଁ କାରଣରୁ ପାର୍କ ସର୍ବ ସାଧାରଣ ଙ୍କ ଖୋଲୁ ନାହିଁ ତାହାକୁ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗ୍ରାମୀଣ ପାର୍କ ରେ ପିଲାମାନେ ଖେଳିବା ପାଇଁ ବିଭିନ୍ନ ପ୍ରକାରର ଦୋଳି, ଖେଳନା, ଫାଉଂଟେଇନ ଭଳି ଜିନିଷ ରହିଛି। ପାର୍କ ସାଧାରଣ ରେ ବ୍ୟବହାର ନ ହେବା ଫଳରେ ଖେଳିବା ସାମାଗ୍ରୀ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ପାର୍କ ନିର୍ମାଣ ର ପ୍ରଥମ ପର୍ଯ୍ୟାୟରେ ମନରେଗା ଯୋଜନାରେ ମୋଟ ୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା।
ସେଥି ମଧ୍ୟରୁ ଦୁଇ ଲକ୍ଷ ଟଙ୍କା ଶ୍ରମିକଙ୍କ ପାରିଶ୍ରମିକ ମୂଲ୍ୟ ଓ ବାକି ଛଅ ଲକ୍ଷ ଟଙ୍କା ସାମଗ୍ରୀ କିଣା ରେ ବ୍ୟୟ ବରାଦ ହୋଇଥିଲା। ପରବର୍ତ୍ତୀ ସମୟରେ ପୁଣି ୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା।।ଗତ ୦୪.୦୮.୨୦୨୦ ତାରିଖରେ ବ୍ଲକ ପ୍ରଶାସନ ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ହାତରେ ଉଦଘାଟନ କରାଇଥିଲେ।ଉଦଘାଟନ ର ଦୀର୍ଘ ସାତ ମାସ ବିତିଲା। ସେହି ଦିନ ଠାରୁ ପାର୍କ ରେ ତାଲା ଝୁକୁଛି।ବ୍ଲକ ବିଡିଓ ପ୍ରଣୟ ରଞ୍ଜନ ବେହେରା କାହିଁକି ପାର୍କ ଖୋଲିବା ପାଇଁ ଅନୁମତି ଦେଉନାହାନ୍ତି ? ପାର୍କ ନ ଖୋଲିବା ପଛରେ କଣ କାରଣ ରହିଛି। ପିଲା ମାନଙ୍କ ଆମୋଦ ପ୍ରମୋଦ ରେ ଲାଗୁ ନାହିଁ ଗ୍ରାମୀଣ ପାର୍କ। ପାର୍କ ନ ଖୋଲିବା ନେଇ ବ୍ଲକ ବିଡିଓ ଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ମଧ୍ୟ ଠିକ ଭାବେ ଉତ୍ତର ଦେଉନାହାନ୍ତି। କେବଳ ବୋରିଗୁମ୍ମା ର ଗ୍ରାମୀଣ ପାର୍କ ନୁହେଁ ବ୍ଲକ ରେ ଏହିଭଳି ଅନେକ ପ୍ରକଳ୍ପ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହୋଇଛି। କିନ୍ତୁ ବ୍ଲକ ପ୍ରଶାସନ ମାନମୁଖୀ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ଲୋକ ଙ୍କ କାମରେ ଆସୁନାହିଁ। ଯାହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
Comments are closed.