ଏପରି ଗୋଟିଏ ଗାଁ ଯେଉଁଠି ବିନା ବସ୍ତ୍ରରେ ରୁହନ୍ତି ଲୋକମାନେ, ଜାଣନ୍ତୁ କଣ ରହିଛି ଏହି ଗାଁର ୯୦ ବର୍ଷ ପୁରୁଣା ପରମ୍ପରା
ନୂଆଦିଲ୍ଲୀ : ଦୁନିଆରେ ଏଭଳି ଅନେକ ଜାଗା ଅଛି ଯେଉଁଠାରେ ଲୋକ ମାନଙ୍କର ରହିବା ଶୈଳୀ ସମ୍ପୂର୍ଣ ଅଲଗା ଥାଏ, ଯାହାକି କେବେକେବେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ l ସେହିଭଳି ଗୋଟିଏ ସ୍ଥାନ ବ୍ରିଟେନ ର ହର୍ଟଫୋଇସାୟର ରେ ଗୋଟିଏ ଗାଁ ରହିଛି ଯାହାର ନାମ ସ୍ପିଲପ୍ଲାଟଜ ଅଟେ l ଆପଣଙ୍କୁ କହି ରଖୁଛୁ ଯେ ସ୍ପିଲପ୍ଲାଟଜ ଶବ୍ଦର ଅର୍ଥ ଖେଳ ପଡିଆ ଅଟେ l ଏହି ଗ୍ରାମ ଟି ଗୋଟିଏ ସିକ୍ରେଟ ଗାଁ ଭାବରେ ଗ୍ରହଣ କରାଯାଏ l
କାହିଁକି ପିନ୍ଧନ୍ତି ନାହିଁ ପୋଷାକ –
ଏହି ସ୍ଥାନରେ ଲୋକମାନେ ଅନେକ ବର୍ଷରୁ ବିନା ପୋଷାକ ରେ ରହୁଛନ୍ତି l ସମସ୍ତ ବୟସର ଲୋକମାନେ ବିନା ବସ୍ତ୍ର ରେ ଏଠାରେ ରୁହନ୍ତି l ଏଠାରେ ରହୁଥିବା ଲୋକମାନେ ୯୦ ବର୍ଷରୁ ଅଧିକ ଏପରି ଜୀବନ ଏଭଳି ଅତିବାହିତ କରୁଛନ୍ତି l ଚାର୍ଲସ ମେକାକ୍ସି ୧୯୨୯ ରେ ଏହି ଗୋଷ୍ଠୀର ସ୍ଥାପନା କରିଥିଲେ l ତାଙ୍କର ଧାରଣା ରହିଥିଲା ଯେ ପ୍ରକୃତି ଓ ସହରରେ ରହୁଥିବା ଲୋକଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ, ତେଣୁ ସେ ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀର ବ୍ୟକ୍ତିଙ୍କୁ କପଡା ନପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ l
ଏହାଛଡା ଏଠାକାର ଲୋକଙ୍କର ଏହା ମଧ୍ୟ ଧାରଣା ରହିଛି ଯେ ଈଶ୍ୱର ବିନା ପୋଷାକ ରେ ମଣିଷକୁ ତିଆରି କରିଛନ୍ତି ତେଣୁ ବସ୍ତ୍ର ପିନ୍ଧିବା ଆବଶ୍ୟକ ନାହିଁ l ଏହି ଗାଁ ର ଲୋକଙ୍କ ନିକଟରେ ବଡ଼ବଡ଼ କୋଠା ଘର, ସ୍ୱଇମିଙ୍ଗ ପୁଲ୍ , ବାର ଭଳି ସୁବିଧା ସୁଯୋଗ ମଧ୍ୟ ରହିଛି l କିନ୍ତୁ କେହି ପୋଷାକ ପିନ୍ଧନ୍ତି ନାହିଁ l
