ନୂଆଦିଲ୍ଲୀ : ଦେବବନ୍ଦ ନିକଟରୁ ୫ କିଲୋମିଟର ଦୂରରେ ଏପରି ଗୋଟିଏ ଗାଁ ରହିଛି l ଯାହାର ପ୍ରତେକଟି ସ୍ଥାନରେ ଚର୍ଚା ହେଉଛି l ମଙ୍ଗଲର ରୋଡ଼ ସ୍ଥିତ କାଳୀ ନଦୀ କୂଳରେ ମିରଗପୁର ଗ୍ରାମ ଅବସ୍ଥିତ ,ଏହି ଗ୍ରାମଟି ନିଜର ଚାଲି ଚଳନ ଓ ସାକାହାରୀ ଖାଦ୍ୟପେୟ ପାଇଁ ପ୍ରସିଦ୍ଧ ଅଟେ l ୧୦ ହଜାର ଜନସଂଖ୍ୟା ବିଶିଷ୍ଟ ମିରଗ ପୁରା ଗ୍ରାମ ଧୂମପାନ ରହିତ ଗ୍ରାମରେ ଅନ୍ତର୍ଭୁକ୍ତ l
କୁହାଯାଉଛି ଯେ ଅଜାକୁ ପ୍ରାୟ ୫ ସହ ବର୍ଷ ପୂର୍ବେ ଏହି ଗ୍ରାମକୁ ଏପରି ଜଣେ ବ୍ୟକ୍ତି ଆସିଥିଲେ ଯାହାଙ୍କ ପ୍ରଭାବରେ ଏଠାକାର ଗ୍ରାମବାସୀ ମାନେ ଗୋଟିଏ ସାକାହାରୀ ଜୀବନ ବିତାଇବାର ନିର୍ଣ୍ଣୟ ନେଇଥିଲେ l ସେ ହେଉଛନ୍ତି ଗୁରୁ ଫକୀରା ଦାସ ,ସେ ଏଠାକାର ଗ୍ରାମବାସୀ ମାନଙ୍କୁ କହିଥିଲେ ଧୂମପାନ ,ନିଶା ଓ ତାମସିକ ପଦାର୍ଥର ଭୋଜନ ପରିତ୍ୟାଗ କରି ଦେବେ ତେବେ ତାଙ୍କ ଗ୍ରାମ ସୁଖ ଓ ସମୃଦ୍ଧିର ଭାରି ରହିବ l
ଏଠାକାର ଲୋକାମାନେ ଏହି ପରମ୍ପରାକୁ ପାଳନ କରି ୧୭ ଶତାବ୍ଦୀରୁ ଏପରି କରି ଆସୁଛନ୍ତି l ଏହି ଗ୍ରାମକୁ ନିଶା ମୁକ୍ତ କରିବା ପାଇଁ ମୁଖ୍ୟ ଯୋଗଦାନ ଯୁବକ ମାନଙ୍କର ରହିଛି l ଯେଉଁଠାରେ ଆଜିକାଲିର ଯୁବପିଢ଼ି ନିଶାସକ୍ତ ଅବସ୍ଥାରେ ବୁଲୁଛନ୍ତି l ଏହି ଗ୍ରାମର ବ୍ୟକ୍ତିମାନେ କୁହନ୍ତି ଯେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ଆମ ଗ୍ରାମର ନାମ ଦର୍ଜ ହେବ ଆମପାଇଁ ଗୋଟିଏ ବଡ ଉପଲବ୍ଧି ଅଟେ l
ଏହି ଗ୍ରାମରେ ଅଧିକାଂଶ ଗୁଜର ଜାତିର ଲୋକ ରୁହନ୍ତି ,ଏଠାରେ ବାବା ଫକୀରା ଦାସଙ୍କର ସମାଧି ରହିଛି ଓ ଏଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୋଟିଏ ମେଳା ପ୍ରତେକ ବର୍ଷ ଆୟୋଜନ କରାଯାଏ l ସେହି ମେଳାରେ ସମସ୍ତ ଖାଦ୍ୟପଦାର୍ଥ ଦେଶୀ ଘିଅରେ ପ୍ରସ୍ତୁତ କରାଯାଏ l ଏହି ଗାଁ କୁ ଯେ କୁନାସି ବ୍ୟକ୍ତି ଗଲେ ସେଠାକାର ବାତାବରଣରେ ନିଜକୁ ପରିବର୍ତ୍ତନ କରି ନିଶା ଠାରୁ ଦୁରେଇ ଯାଏ ବୋଲି କୁହା ଯଇଛି l ଏହି ଗ୍ରାମକୁ ନିଶା ମୁକ୍ତିର ଷାଠିପିକେର୍ଟ ମଧ୍ୟ ମିଳି ସାରିଛି l
