Odisha news

ଭାରତରରେ ଗୋଟିଏ ଏଭଳି ଗାଁ , ଯେଉଁ ଠାରେ ମୁଖିଆ ଖାଇଥାଏ ଭାରତରେ ଓ ଶୋଇବାକୁ ଯାଏ ବିଦେଶ

0
ଦୁନିଆରେ ଏଭଳି ଅନେକ ଦେଶ ରହିଛି ଯାହାର ସୀମା ମଧ୍ୟରେ ଲୋକେ ବିନା କୌଣସି ପ୍ରତିବନ୍ଧକ ରେ ଯା ଆସ କରି ଥାଆନ୍ତି l  ଅନେକ ଦେଶର ସୀମାରେ କୌଣସି କାନ୍ଥ, ବାଡ଼  କିମ୍ବା ଅନ୍ୟ କୌଣସି ନୀତିନିୟମ ରହିଥାଏ ସୀମାରେଖା ପାଇଁ l  ଯାହା ସେହି ଦେଶକୁ ସୁରକ୍ଷା ଦେଇଥାଏ ଏବଂ ତାର ନାଗରିକ ମାନେ ସୁରକ୍ଷିତ ରହି ଥାଆନ୍ତି l  ଭାରତ ସୀମା ମଧ୍ୟ ଅନେକ ଦେଶର ସୀମାରେ ଲାଗିଛି l  ଏହି ଦେଶରେ ମଧ୍ୟ ଏଭଳି ଗୋଟିଏ ଗାଁ ରହିଛି ଯାହାକି ଦୁଇଟି ଦେଶ ମଧ୍ୟରେ ବିଭାଜିତ ହୋଇଛି l  ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଁ ର ମୁଖିଆ ଯଦି ଭାରତରେ ଖାଇ ଥାଆନ୍ତି ତେବେ ଶୋଇବାକୁ ବିଦେଶ ଯାଇ ଥାଆନ୍ତି । ଏହି ଗାଁ ଟି ଯେତିକି ସୁନ୍ଦର୍ ଏଠାକାର କାହାଣୀ ମଧ୍ୟ ଆହୁରି ସୁନ୍ଦର୍ ।  ଏହି ଗାଁ ରେ ଯଦି ଘର ରହିଛି ଭାରତ ପକ୍ଷରେ ତ ଜମିବାଡ଼ି ବିଦେଶ ରେ  ରହିଛି l ଏହି ଗାଁ ଟି ନାଗଲ୍ୟାଣ୍ଡ ରାଜ୍ୟର ମୋନ ଜିଲ୍ଲାରେ  ଅବସ୍ଥିତ l  ନାଗଲ୍ୟାଣ୍ଡ ଭାରତରେ ହୋଇଥିବା ବେଳେ ଏହା ମିଆଁମାର ସୀମା ସହିତ ସଙ୍ଗଲଗ୍ଣ ଅଟେ l  ଏହି ଗାଁଟିର ନାମ ହେଉଛି ଲୋଙ୍ଗବା l  ଏହି ଗାଁ ଟି ଅନ୍ତରାଷ୍ଟ୍ରୀୟ ସୀମାରେଖାରେ ଅଧା ଭାରତରେ ଓ ଅଧା ମିଆଁମାର ର ଭାଗରେ ରହିଛି l  ଏହି ଗାଁ ରେ ରହୁଥିବା ଲୋକ ମାନଙ୍କ ନିକଟରେ ଉଭୟ ଦେଶର ନାଗରିକତା ରହିଛି l  ଏହି ଗାଁ ର ମୁଖିଆଙ୍କ ଘର ଏଭଳି ସ୍ଥାନରେ ରହିଛି ଖାଇବା ପ୍ରସ୍ତୁତ ହୋଇଥାଏ ମିଆଁମାର ରେ ଓ ଶୋଇ ଥାଆନ୍ତି ଭାରତରେ l
ଏହି ଗାଁ ରେ ଗୋଟିଏ ପରମ୍ପରା ଅନେକ ବର୍ଷରୁ ରହି ଆସୁଚି , ତାହା ହେଲା ଆଜି ମଧ୍ୟ ଏହି ଗାଁ ରେ ଶତ୍ରୁ ର ମୁଣ୍ଡ କାଟ ହେବାର ପରମ୍ପରା ରହି ଆସିଛି । ଯେଉଁଥିରେ ୧୯୪୦ ରେ ପ୍ରତିବନ୍ଧକ ଲଗା ଯାଇଥିଲା ।
ଲୋଙ୍ଗବା ନାଗାଲାଣ୍ଡ ର ମୋନ୍ ଜିଲ୍ଲାରେ ଘନ ଜଙ୍ଗଲ ମଧ୍ୟରେ ଆବଧ ଭାରତର ଶେଷ ଗାଁ ଅଟେ । ଏହି ଗାଁରେ କୋୟଙ୍କ ଆଦିବାସୀ ବସବାସ କରନ୍ତି । ଏମାନେ ଖୁବ୍ ମାରାତ୍ମକ ଅଟନ୍ତି । ନିଜ ଗୋଷ୍ଠୀ ର ପ୍ରାଧାନ୍ୟ ଓ ବିରତ୍ବ ପ୍ରକାଶ କରିବା ପାଇଁ ସେମାନେ ବିଶେଷ ଭାବରେ ପଡୋଶୀ ଗାଁ ର ଜମି ଓ ଜାଗାକୁ କବଜା କରି ବସନ୍ତି ଓ ଝିଅ ମାନଙ୍କୁ ଉଠାଇ ଆଣି ଥାଆନ୍ତି ।
୧୯୪୦ ପୂର୍ବରୁ ଏହି ଅଧିବାସୀ ମାନେ ଅନ୍ୟର ଜାଗା କୁ ହାସଲ କରିବା ପାଇଁ ଅନ୍ୟର ମୁଣ୍ଡ କାଟ କରୁଥିଲେ । ଏହି ଆଦିବାସୀ ମାନଙ୍କର ଅଧିକାଂଶ ଗାଁ ପାହାଡ ର ଶିଖର ଦେଶ ରେ ରହିଥିଲା ଯାହାଦ୍ଵାରା ସେମାନେ ଶତ୍ରୁ ମାନଙ୍କ ଉପରେ ନଜର ରଖି ପାରିବେ । ଏହି ଆଦିବାସୀ ମାନଙ୍କୁ ହେଡ୍ ହଣ୍ଟର କୁହାଯାଉ ଥିଲା । କିନ୍ତୁ ୧୯୪୦ ରେ ହେଡ ହାଣ୍ଟିଙ୍ଗ ଉପରେ ସମ୍ପୂର୍ଣ ପ୍ରତିବନ୍ଧକ ଲାଗିଥିଲା । ଏହି ଗାଁ ମଧ୍ୟରେ ଗୋଟିଏ ପିଲାର ରହିଛି , ଯେଉଁଥିରେ ଗୋଟିଏ ପଟରେ ବର୍ମିଜ୍ ଭାଷା ଅର୍ଥାତ୍ ମିଆଁମର ଭାଷାରେ ଓ ଅନ୍ୟ ପଟରେ ହିନ୍ଦୀ ରେ ଲେଖା ଯାଇଛି । ଏହି ଗାଁ ରେ ମୁଖିଆ ପ୍ରଥାର ପ୍ରଚଳନ ରହିଛି । ଯେଉଁଥିରେ ଗାଁ ର ମୁଖିଆ ଅନେକ ଗୁଡ଼ିଏ ପତ୍ନୀ ରଖି ପାରିବେ ।
ସୂଚନା ଯୋଗ୍ୟ ଯେ ଏହି ଗାଁ ର ମୁଖିଆଙ୍କର ୬୦ ଟି ପତ୍ନୀ ରହିଛି । ଏହି ଗାଁ ର ମୁଖିଆଙ୍କ ଘର ଭାରତ ଓ ମିଆଁ ମାର୍ ସୀମା ମଧ୍ୟ ଦେଇ ଯାଇଛି । ସେଥିପାଇଁ କୁହାଯାଏ ଯେ ଏଠାକାର ମୁଖିଆ ଭାରତ ରେ ଖାଇଲେ ବିଦେଶ ରେ ସୋଇଥାଏ । ଏହି ଗାଁ ର ଲୋକ ମାନଙ୍କ ନିକଟରେ ଉଭୟ ଗାଁ ର ଭିସା ଓ ପାସପୋର୍ଟ ରହିଛି ।
Leave A Reply