Odisha news

ଆୟବହିର୍ଭୂତ ସମ୍ପତ୍ତି ଠୁଳ : ଏ.ସି.ଏଫ୍ ଓ ଫରେଷ୍ଟରଙ୍କ ଘର ଓ ଅଫିସର ଭିଜିଲାନ୍ସ ଚଢାଉ

0

ଭଦ୍ରକ :ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭଦ୍ରକ ବନଖଣ୍ଡ କାର୍ଯ୍ୟାଳୟରେ କର୍ଯ୍ୟରତ ଏ.ସି.ଏଫ୍‍(ଆସିଷ୍ଟାଣ୍ଡ କନଜରଭେଟର ଫରେଷ୍ଟ) ଓ ଚାନ୍ଦବାଲି ଫରେଷ୍ଟରଙ୍କ ଚାନ୍ଦବାଲି ସ୍ଥିତ ଭଡାଘର ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଛି । ଖବର ଅନୁଯାୟୀ, ଏ.ସି.ଏଫ୍‍ ବିରଜାମୋହନ ମହାନ୍ତି ଓ ଫରେଷ୍ଟର ଜଗନ୍ନାଥ ମିଶ୍ର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ନେଇ ବାଲେଶ୍ୱର ଭିଜିଲାନ୍ସ ଏସ୍‍ପିଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ଓ ଭଦ୍ରକ ଭିଜିଲାନ୍ସୟୁନିଟ୍‍ର ଡିଏସ୍‍ପି ଭରତ ବେହେରା ଓ ଡିଏସ୍‍ପି ଭିକଣ‘ରଣ ମୁର୍ମୁଙ୍କ ନେତୃତ୍ୱରେ ଏକ ୧୨ଜଣିଆ ଟିଏମ ଏହି ଚଢାଉ କରିଥିଲେ ।

ଚାନ୍ଦବାଲି ସ୍ଥିତ ବଡବଜାର ଠାରେ ଥିବା ଏ.ସି.ଏଫ୍‍ଙ୍କ ଭଡାଘରେ ପ୍ରଥମେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ପରେ ତାଙ୍କୁ ଅଫିସକୁ ନେଇ ବି ତଦନ୍ତ କରିଥିଲେ । ସେହିପରି ଚାନ୍ଦବାଲି ରେଞ୍ଜ ଅଫିସରେ ଫରେଷ୍ଟର ଭାବେ କାର୍ଯ୍ୟରତ ଫରେଷ୍ଟର ଶ୍ରୀ ମିଶ୍ର ସିନେମା ହଲ୍‍ ନିକଟରେ ରହୁଥିବା ଭଡାଘର ଓ ଅଫିସରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଏହି ଚଢାଉ କାଳରେ ବହୁ କାଗଜପତ୍ରକୁ ଜବତ କରିଛି । ଅନ୍ୟପକ୍ଷରେ ଏ.ସି.ଏଫ୍‍ ଶ୍ରୀ ମହାନ୍ତିଙ୍କ କଟକ ସିଡିଏ ସ୍ଥିତ ଘର ଉପରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ତେବେ ଚଢାଉ ବଳବତ୍ତର ରହିଥିବାରୁ ଫଳାଫଳ ଅସ୍ପଷ୍ଟ ରହିଛି

Leave A Reply

Your email address will not be published.