Odisha news

ଗବେଷଣାରୁ ହେଲା ବଡ଼ ଖୁଲାସା : ଶାକାହାରୀ ଭୋଜନ ଦ୍ୱାରା ହୋଇପାରେ ଏହି କ୍ଷତି

0

ଆଜିକାଲି ଅଧିକାଂଶ ସମୟରେ ଆମେ ଶୁଣିବାକୁ ଶାକାହାରୀ ଖାଦ୍ୟ ବିଷୟରେ l ଶାକାହାରୀ ଖାଦ୍ୟ ଦ୍ୱାରା ଓଜନ କମିବାରୁ ନେଇ କୋଲେଷ୍ଟ୍ରଲ ନିୟନରଣ ପର୍ଯ୍ୟନ୍ତ ଅନେକ ତଥ୍ୟ ସାମ୍ନାକୁ ଆସୁଛି ,କିନ୍ତୁ ଆପଣ ଜାଣିଛନ୍ତି କି ଶାକାହାରୀ ଖାଦ୍ୟ ଦ୍ୱାରା ଆମ ଶରୀର ଉପରେ କି ପ୍ରକାରର ଖରାପ ପ୍ରଭାବ ପଡିପାରେ l ଆଜି ଆମେ ଜାଣିବା ଶାକାହାରୀ ଭୋଜନ ଦ୍ୱାରା ଆମ ଶରୀରର କଣ ସବୁ କ୍ଷତି ହୋଇଥାଏ l

ଗୋଟିଏ ନୂଆ ଗବେଷଣା ଅନୁସାରେ ,ଶାକାହାରୀ ଭୋଜନ କରୁଥିବା ବ୍ୟକ୍ତି ମାନଙ୍କର ହାଡ଼ ଅଧିକ ଦୁର୍ବଳ ହୋଇଥାଏ l ଜର୍ମାନ ଫେଡ଼େରାଲ ଇନ୍ଷ୍ଟିଚ୍ୟୁଟ ଫର ରିସ୍କ ଏସଏସମେଣ୍ଟର ଅଧ୍ୟୟନରେ ୩୬ ଜଣ ଶାକାହାରୀ ଲୋକଙ୍କର ହାଡର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଆଉ ୩୬ ଜଣ ମିଶ୍ରିତ ଖାଦ୍ୟ ଗ୍ରହଣ କରୁଥିବା ଲୋକଙ୍କର ହାଡ଼ ପରୀକ୍ଷା କରାଯାଇଥିଲା l ଯେଉଁମାନେ ମିଶ୍ରତ ଖାଦ୍ୟ ଗ୍ରହଣକାରୀ ଥିଲେ ସେମାନଙ୍କର ହାଡ଼ ଶାକାହାରୀ ଭୋଜନ ଗ୍ରହଣ କରୁଥିବା ବ୍ୟକ୍ତି ମାନଙ୍କ ଠାରୁ ସୁଦୃଢ ଅଟେ l

ଏହି ପରୀକ୍ଷାରେ ଗବେଷକମାନେ ମୂତ୍ର ଓ ରକ୍ତ ନମୁନା ମଧ୍ୟ ପରୀକ୍ଷା କରାଯାଇ ଥିଲା l ଯେଉଁଥିରୁ ଜଣା ପଡ଼ିଲା ଯେ ମିଶ୍ରିତ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କ ଶରୀର ଅନେକ ପ୍ରକାରର ପୋଷାକ ତତ୍ଵକୁ ନେଇ ସୁଦୃଢ ଓ ସାକାହାରୀ ଭୋଜନ କରୁଥିବା ବ୍ୟକ୍ତି ମାନଙ୍କ ଶରୀରରେ କେତେଗୁଡିଏ ପୋଷାକ ତତ୍ୱର କମି ରହିଥିଲା l

Leave A Reply