ଫେବୃଆରୀ ମାସ ଆସିବା ମାତ୍ରକେ ଯୁବ ପିଢ଼ି ମାନେ ଆଜିକାଲି ବ୍ୟାକୁଳ ହୋଇ ଯାଉଛନ୍ତି ଭାଲେଣ୍ଟାଇନ୍ସ ସପ୍ତାହ ପାଳିବାକୁ , ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ତାରିଖ ଠାରୁ ଆରମ୍ଭ ହୋଇଯାଇଛି, ପ୍ରେମୀ ଯୁଗଳ ଙ୍କ ପାଇଁ ଏହି ସପ୍ତାହ ର ପ୍ରତ୍ୟେକ ଦିନ ବେଶ ଗୁରୁତ୍ୱ ପୁର୍ଣ ବୋଲି ସେମାନେ ଭାବି ଥାଆନ୍ତି l ଯାହାକି ଫେବୃଆରୀ ସତାରିଖ ରୋଜ ଡେ ରୁ ଆରମ୍ଭ ହୋଇଥାଏ, ଯାହାକୁ ପ୍ରେମୀ ଯୁଗଳ ପ୍ରତ୍ୟେକ ଦିନ କୁ ଅଲଗା ଅଲଗା ନାମରେ ପାଳନ କରନ୍ତି l
କିନ୍ତୁ ପ୍ରେମ ସମ୍ଭାଷଣ ଜଣାଇବାର ସବୁଠୁ ପୁରୁଣା ଉପାୟ ହେଲା ପ୍ରେମ ପତ୍ର ଲେଖିବା ଓ ନିଜ ପ୍ରେମ ନିବେଦନ କରିବା l ଯାହାକି ଆଜିକାଲି ପ୍ରାୟ ଦେଖିବାକୁ ଯାଉନାହିଁ ଆଜିର ମୋବାଇଲ ଯୁଗରେ, ଆଜିର ସୋସିଆଲ ମିଡ଼ିଆ ଯୁଗରେ ଏହା ପ୍ରାସଙ୍ଗିକ ହୋଇ ଯାଇଛି l କଣ ଆପଣ ଜାଣିଛନ୍ତି ଦୁନିଆର ପ୍ରଥମ ପ୍ରେମ ପତ୍ର କିଏ ଲେଖିଥିଲେ ?
ଏହା ଅନେକ ବର୍ଷ ପୂର୍ବରୁ ଲେଖା ଯାଇଥିଲା –
ପ୍ରଥମ ପ୍ରେମ ପତ୍ର କଥା କହିବା ଏହାର ଆଲୋଚନା ଭାରତୀୟ ପୁରାଣ ରୁ ମିଳିଛି, ଏହି ପ୍ରେମ ପତ୍ର ପ୍ରାୟ ୨୦୦ ବର୍ଷ ପୂର୍ବେ ଲେଖା ଯାଇଥିଲା, ଯାହାକୁ ବିଦର୍ଭ ର ରାଜ କୁମାରୀ ରୁକ୍ମିଣୀ ଶ୍ରୀକୃଷ୍ନ ଙ୍କୁ ଲେଖିଥିଲେ, ମହର୍ଷି ବେଦବ୍ୟାସ ଙ୍କ ଦ୍ୱାରା ଲେଖା ଯାଇଥିବା ଶ୍ରୀମଦ୍ଭାଗବତ ଗୀତା ର ୫୨ ତମ ଅଧ୍ୟାୟ ରେ ସର୍ଗ ୧୦ ର ୭ ଟି ସୁନ୍ଦର ଶ୍ଳୋକ ରେ ଲେଖା ଯାଇଛି l ଏହି ପ୍ରେମ ପତ୍ର କୁ ରୁକ୍ମିଣୀ ନିଜ ବାନ୍ଧବୀ ସୁନନ୍ଦା ଙ୍କ ହାତରେ ପଠାଇ ଥିଲେ l
ରୁକ୍ମିଣୀ ଶ୍ରୀକୃଷ୍ନ ଙ୍କୁ ପ୍ରେମ କରୁଥିଲେ ଏବଂ ସେଥିପାଇଁ ବିବାହ କରିବାକୁ ଚାହୁଁଥିଲେ , କିନ୍ତୁ ତାଙ୍କ ଭାଇ ନିଜ ବନ୍ଧୁ ଶିଶୁପାଳ ଙ୍କ ସହିତ ତାଙ୍କର ବିବାହ କରିବାକୁ ଚାହୁଁଥିଲେ, , କିନ୍ତୁ ରୁକ୍ମିଣୀ ଶିଶୁପାଳ ଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ l ତେଣୁ ସେ ନିଜ ପ୍ରେମ ସନ୍ଦେଶ ଭଗବାନ ଶ୍ରୀକୃଷ୍ନ ଙ୍କ ଲେଖି ପଠାଇଥିଲେ l
ଯେଉଁଠି ପ୍ରଥମ ପ୍ରେମ ପତ୍ରର ସମ୍ବନ୍ଧ ମହାଭାରତ ସମୟ ରେ ରହିଥିଲା , ଅନ୍ୟ ପକ୍ଷରେ ଦ୍ଵିତୀୟ ଲିଖିତ ପ୍ରେମପତ୍ର ପ୍ରାଚୀନ ମିଶର ରେ ମିଳିଥିଲା l ଯାହାକି ସେଠାକାର ବିଧବା ରାଣୀ ଅଂଖେସେନମୁନ ହ୍ୱିଜିତ ରାଜା ଙ୍କୁ ଲେଖିଥିଲେ l ଯେଉଁଥିରେ ସେ ଦର୍ଶାଇଥିଲେ ଯେ ସେ ନିଜର କୌଣସି ଗୋଟିଏ ପୁତ୍ର ଙ୍କୁ ମିଶର ପଠାଇ ଦିଅନ୍ତୁ ଏବଂ ରାଣୀ ଅଂଖେସେନମୁନ ଙ୍କ ସହିତ ବିବାହ କରାଇ ଦିଅନ୍ତୁ l