ଭଞ୍ଜନଗର–ସ୍ମୁଲ ରୁ ପିଲାଙ୍କୁ ନେଇ ଘରକୁ ଫେରୁଥିବା ଭଂଜନଗର ଏକ ଘରୋଇ ସ୍କୁଲଭ୍ୟାନ୍ ଦୁର୍ଘଟଣା । ଭେନ୍ ରେ ବସିଥିବା ସମସ୍ତ ଛାତ୍ର ଛାତ୍ରୀ ସୁରକ୍ଷିତ ଭାବେ ଉଧାର ହୋଇଛନ୍ତି । ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟରେ ଏଭଳି ଦୁର୍ଘଟଣା ଘଟିଥିଲା । ଖବର ନେବାରେ , ବୁଧବାର ଅପରାହ୍ନରେ ଭଂଜନଗର ରୁ ସଂପୃକ୍ତ ଭେନ୍ ଟି ୧୧ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ , ଗାଙ୍ଗପୁର ଅଭିମୁଖେ ଯାଉଥିଲା । ଷଢଙ୍ଗିପଲ୍ଲୀ – ଗୋବରା ରାସ୍ତା ରେ , ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭେନ୍ ସହ ଧକ୍କା ହୋଇଥିଲା । ଗାଡ଼ିର ସମ୍ମୁଖ ଭାଗରେ କିଛି ଅଂଶ ଭାଙ୍ଗି ଯାଇଥିଲା । ସୈ।ଭାଗ୍ୟ ବଶତଃ କୈାଣସି ଛାତ୍ର ଛାତ୍ରୀ ଆହତ ହୋଇନଥିଲେ । ତେବେ ଭେନ୍ ରେ ବସିଥିବା ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କିଛି ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ପ୍ରକାରେ ସ୍କୁଲ ଭେନ୍ ର ଡ୍ରାଇଭର ଜଣକ ଦ୍ରୃତ ଓ ବେପରୁଆ ଭାବେ ଗାଡି ଚଳାଇବାରୁ ଏଭଳି ଦୁର୍ଘଟଣା ଘଟିଲା । ପୂର୍ବରୁ ମଧ୍ୟ ଡ୍ରାଇଭର୍ ଜଣକ ଏଭଳି ଦ୍ରୃତ ଗତିରେ ଗାଡି ଚଳାଉଥିବା ସ୍ଥାନୀୟ ଲୋକେ କହୁଛନ୍ତି । ତେବେ ଛୋଟ ଛୋଟ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ଭେନ୍ , ବସ୍ ଓ ଅଟୋ ଗୁଡ଼ିକର ସଠିକ୍ ଯାଞ୍ଚ , ଗାଡ଼ିର ଫିଟନେସ୍ ଏବଂ ଅଭିଜ୍ଞ ଗାଡ଼ି ଚାଳକ ଙ୍କ ସଂକ୍ରାନ୍ତରେ ଯାଞ୍ଚ କରାଯିବା ସହ , ସ୍କୁଲ ପିଲାଙ୍କ ଜୀବନ ସହ ଖାମଖିଆଲି ନୀତି ଅବଲମ୍ବନ କରାନଯାଉ ବୋଲି , ସ୍ଥାନୀୟ ଲୋକେ ଏବଂ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।
