ସୁନ୍ଦର ତ୍ୱଚା ପ୍ରାୟ ସମସ୍ତ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱକୁ ଅଧିକ ସୁନ୍ଦର କରି ଦେଇଥାଏ l ଆପଣଙ୍କ ଖାଇବା ପିଇବାର ସିଧା ସଳଖ ପ୍ରଭାବ ପଡିଥାଏ ଆପଣଙ୍କ ତ୍ୱଚା ଉପରେ ପଡିଥାଏ l ନିଜର ଦୈନନ୍ଦିନ ଜୀବନ ଚର୍ଜାକୁ ନେଇ ବ୍ୟସ୍ତ ରହିବା ,ଆମର ପ୍ରତେକ ଦିନର ଖାଇବା ପିଇବା ,ଆବଶ୍ୟକୀୟ ଠାରୁ କମ ନିଦ ହେବା ଓ ପ୍ରଦୂଷଣକୁ ନେଇ ଆମର ତ୍ୱଚା ଚମକ ହରାଇ ଥାଏ l
ଗୋଟିଏ ସୁସ୍ଥ ତ୍ୱଚା ପାଇଁ ଆପଣଙ୍କୁ ପ୍ରୋଟିନ ,ଫାଇବର ,ପୁଷ୍ଟିକର ତେଲ ,ବିଭିନ୍ନ ଫଳ ,ବିଭିନ୍ନ ପନିପରିବା ବ୍ୟତୀତ କିଛି ମସଲା ମଧ୍ୟ ଖାଇବା ଆବଶ୍ୟକ l ଗବେଷକମାନେ ନିଜ ଗବେଷଣାରେ କହିଛନ୍ତି ଯେ ଆପଣ କିଛିଟା ଜିନିଷକୁ ନିଜ ଖାଦ୍ୟରେ ସାମିଲ କରି ପାରିଲେ ଗୋଟିଏ ସୁସ୍ଥ ତ୍ୱଚା ପାଇପାରିବେ l ଆସନ୍ତୁ ଜାଣିବା ସେ ବିଷୟରେ –
* ଟମାଟୋ ରେ ଥିବା ଲାଇକୋପୀନ ତ୍ୱଚାର କୋଲେଜନକୁ ମଜବୁତ କରିଥାଏ l କୋଲେଜନ ଏକ ପ୍ରକାରର ପ୍ରୋଟିନ ଅଟେ ,ଯାହା ତ୍ୱଚାକୁ ଟାଇଟ କରି ଯବାନ ରଖିଥାଏ l ଗବେଷକମାନେ ନିଜ ଗବେଷଣାରେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ମାନେ ଟମାଟୋ ପେଷ୍ଟ ପ୍ରତେକଦିନ ଖାଇଥିଲେ ସେମାନଙ୍କର ଚର୍ମ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିରୀ ରକ୍ଷା ପାଇଥିଲା l
* କମଳା ଓ ଅଙ୍ଗୁର ସ୍ୱାଦିଷ୍ଟ ହେବା ସହିତ ଭିଟାମିନ C ରେ ମଧ୍ୟ ଭରପୁର ଅଟନ୍ତି l ଭିଟାମିନ C ତ୍ୱଚାରେ କୋଲେଜନ ଉତ୍ପନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଏହା ବ୍ୟତୀତ ନିଜ ଖାଦ୍ୟରେ ସବୁଜ ଶାଗ ଓ ପନିପରିବା ସାମିଲ କରନ୍ତୁ l କାରଣ ସେଥିରୁ ତ୍ୱଚାକୁ ଆଣ୍ଟି ଆକ୍ସିଡେଣ୍ଟ ମିଳିଥାଏ l
* ଯଦି ଆପଣ ନିୟମିତ ଭାବରେ ବ୍ୟାୟାମ କରୁଛନ୍ତି ତେବେ ଶରୀରରୁ ବାହାରୁ ଥିବା ତରଳ ପଦାର୍ଥକୁ ପୁରା କରିବା ନିହାତି ଜରୁରୀ ଅଟେ l ତେଣୁ ପ୍ରତେକଦିନ ପ୍ରାୟ ୮ ଗ୍ଲାସ କିମ୍ବା ଦୁଇ ଲିଟର ପାଣି ନିହାତି ପିଇବା ଆବଶ୍ୟକ l
* ଆପଣଙ୍କ ଭୋଜନରେ ମାଛ ,ମାଂସ ଓ ଅଣ୍ଡାକୁ ସାମିଲ କରନ୍ତୁ ,ପ୍ରୋଟିନ ଯୁକ୍ତ ଭୋଜନ ଆପଣଙ୍କ ଆବଶ୍ୟକୀୟ ଅମିନୋ ଏସିଡ ଯୋଗାଇ ଥାଏ l ଯାହା କୋଲେଜଲକୁ ନିର୍ମାଣ କରି ସୁଦୃଢ କରିଥାଏ l
* କମ ଗ୍ଲିଇସେମିକ ଯୁକ୍ତ ଖାଦ୍ୟ ପଦାର୍ଥ ସେବନ କରି ଆମେ ଶରୀରରେ ସେହି ହର୍ମୋନକୁ ଅଧିକ ଉତ୍ପାଦନରୁ ରକ୍ଷା କରିପାରିବା ଯାହା ତ୍ୱଚାକୁ କ୍ଷତି ଘଟାଇ ଥାଏ ଓ ତ୍ୱଚାରେ କୁଞ୍ଚନ ଆସିଯାଇଥାଏ l ବ୍ରେଡ ,ଭାତ ,ଓ ପାସ୍ତା ବଦଳରେ ବିଭିନ୍ନ ଶସ୍ୟ ,ଓଟ୍ସ ଓ ମିଲେଟ କୁ ନିଜ ଖାଦ୍ୟରେ ସାମିଲ କରନ୍ତୁ l
Comments are closed.