ଅଭିନେତ୍ରୀ ବାଣୀ କପୁର ନିଜ ଗ୍ଲାମରସ୍ ଲୁକ୍କୁ ନେଇ ଚର୍ଚ୍ଚାରେ ଥାନ୍ତି । ବାଣୀ ଏବେ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଜିମ୍ ଆଉଟ୍ଫିଟ୍ ପିନ୍ଧି ସେ ଫିଟ୍ ଦେଖାଯାଉଛନ୍ତି । ଏହା ଉପରେ ଜଣେ ଟ୍ରୋଲର୍ କମେଣ୍ଟ ଦେଇଛନ୍ତି- ‘କୁପୋଷଣର ଶିକାର’ । ବାଣୀଙ୍କ ପ୍ରତିକ୍ରିୟା: ‘ଜୀବନରେ କିଛି ଫଳଦାୟକ କାମ କାହିଁକି କରୁନାହାନ୍ତି ? ଜୀବନ ବହୁତ ସୁନ୍ଦର । ପ୍ଲିଜ୍ ନିଜ ପ୍ରତି ଏତେ କଠୋର ହୁଅନ୍ତୁ ନାହିଁ । ଘୃଣାଭାବ ଦୂର କରନ୍ତୁ ।’ ଅନ୍ୟ ଜଣେ କମେଣ୍ଟ କରିଥିଲେ- ଆଇଫୋନ୍ ୧୧ କାହିଁକି କିଣୁନାହାନ୍ତି ? ବାଣୀ ଜବାବ ଦେଇଥିଲେ- ମୋ ପାଖରେ ଯାହା ଅଛି ମୁଁ ସେଥିରେ ଖୁସି । ମୁଁ କାହାକୁ ପ୍ରଭାବିତ କରିବା ଠିକ୍ ଭାବୁନି । ବାଣୀଙ୍କ ଏହି ଜବାବରେ ଅନେକେ କହିଛନ୍ତି- ଆପଣ ବିଲକୁଲ୍ ଠିକ୍ ଉତ୍ତର ଦେଇଛନ୍ତି । ବାଣୀଙ୍କର ଛଅ ବର୍ଷରେ ୩ଟି ଫିଲ୍ମ ଆସିଛି । ଶେଷଥର ପାଇଁ ସେ ହ୍ରିତିକ ରୋଶନଙ୍କ ସହ ‘ୱାର୍’ରେ ନଜର ଆସିଥିଲେ । ତାଙ୍କ ମତରେ କାମ ପ୍ରତି ଶତ ପ୍ରତିଶତ ସମର୍ପଣ ବହୁତ ଜରୁରୀ ।