Odisha news

ଉର୍ବଶୀଙ୍କ ଉପଲବ୍ଧି

0

ଉର୍ବଶୀ ରୌତେଲା ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି । ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ପରିବାର, ପ୍ରଶଂସକ ଓ ସାଙ୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି । ଉର୍ବଶୀଙ୍କ ଇନଷ୍ଟାଗ୍ରାମ୍‌ରେ ୨୨ ମିଲିୟନରୁ ଅଧିକ ଫଲୋୟର୍‌ ହୋଇଯାଇଛନ୍ତି । ଏଥି ସହ ଉର୍ବଶୀ ସବୁଠୁ କମ୍‌ ବୟସର ଅଭିନେତ୍ରୀ ଭାବେ ଏସିଆରେ ଉପଲବ୍ଧି ହାସଲ କରିଛନ୍ତି । ଆଚିଭମେଣ୍ଟ୍‌ ମିଳିବା ଉର୍ବଶୀ ଇନଷ୍ଟାରେ ଭିଡିଓ ସେୟାର କରି କ୍ୟାପସନ୍‌ ଲେଖିଛନ୍ତି, ‘ଇନଷ୍ଟାଗ୍ରାମରେ ୨୨ ମିଲିୟନ୍‌ ଫଲୋୟର୍‌ । ଏଥିପାଇଁ ପରିବାର, ଫ୍ୟାନ୍‌ ଓ ସାଙ୍ଗମାନଙ୍କୁ ଧନ୍ୟବାଦ’ । ସେ ସୋସାଲ ମିଡିଆରେ ବେଶ ସକ୍ରିୟ । ଭିଡିଓ ଓ ଅନ୍ୟ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଏଣ୍ଟରଟେନ୍‌ କରନ୍ତି । ଉର୍ବଶୀଙ୍କୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ୍‌ କରିବା ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ମିଳେ । ଗତ ବର୍ଷ ସେ ୧୫ ପୋଷ୍ଟ୍‌ ସେୟାର କରିଛନ୍ତି । ଉର୍ବଶୀ ୧୫ ବର୍ଷ ବୟସରେ ମଡେଲିଙ୍ଗ୍‌ ଆରମ୍ଭ କରିଥିଲେ ଓ ‘ସିଂହ ସାହବ ଦ ଗ୍ରେଟ୍‌’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ।

Leave A Reply