Odisha news

ଉତ୍ତର କୋରିଆର ଶାସକଙ୍କ ନୂଆ ନିୟମ : ଘରେ ପୋର୍ନ ଚଳଚିତ୍ର ଦେଖୁଥିବା ବେଳେ କିଶୋରଙ୍କ ସହିତ ପରିବାର ସଦସ୍ୟଙ୍କୁ ଦେଲେ ଏଭଳି ଦଣ୍ଡ

ନୂଆଦିଲ୍ଲୀ :ନିଜର କଡା ନିଷ୍ପତି ପାଇଁ ପ୍ରସିଦ୍ଧ ଅଟନ୍ତି ଉତର କୋରିଆର ଶାସକ କିମ୍ ଜୋଙ୍ଗ ଆଉଥରେ ଚର୍ଚାକୁ ଆସିଛନ୍ତି l ସେ ପୋର୍ନ ଚଳଚିତ୍ର ବିରୁଦ୍ଧରେ ନିଜର ସ୍ୱରକୁ ଆଉଥରେ ଉଠାଇ ନିକଟରେ ପୋର୍ନ ଦେଖୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ଜଣେ କିଶୋର ପୋର୍ନ ଚଳଚିତ୍ର ଦେଖୁଥିବା କାରଣରୁ ତାର ସମ୍ପୁର୍ଣ୍ଣ ପରିବାରକୁ କିମ୍ ଜୋଙ୍ଗ କଠୋର ଦଣ୍ଡ ଦେଇଛନ୍ତି l

ଘଟଣାଟି ଏହିପରି ଦୁନିଆର ଅଧିକାଂଶ ଦେଶ ଓ ରାଜ୍ୟରେ ପୋର୍ନ ଦେଖୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବର୍ତ୍ତମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l ସେହିଭଳି ଉତର କୋରିଆରୁ ଏହି ଖବର ସାମ୍ନାକୁ ଆସିଛି ଜଣେ କିଶୋର ରାତି ସମୟରେ ଘରେ ରହି ପୋର୍ନ ଭିଡିଓ ଦେଖୁଥିଲେ l ଯାଞ୍ଚ କରୁଥିବା ସଦସ୍ୟ ମାନଙ୍କ ନଜରରେ ଉକ୍ତ କିଶୋରଟି ଉପରେ ପଡିଥିଲା ,ଏହା ପରେ ସେ ତାକୁ ଧରିନେଇଥିଲେ l ମିଳିଥିବା ସୂଚନା ଅନୁସାରେ ପୋଲିସରେ ପିଲାଟିକୁ ଦିଆ ଯାଇଥିଲା l ଏହାର ପରିଣାମ ସ୍ୱରୂପ ଈଶ୍ୱର ସହିତ ତାର ପରିବାରକୁ ଉତର କୋରିଆର ବିଛିନ ଅଂଚଳକୁ ପଠାଇ ଦିଅ ଯାଇଥିଲା l

କିମ୍ ଜୋଙ୍ଗ ଗତ ବର୍ଷ ପୋର୍ନ ଚଳଚିତ୍ର ବିରୁଦ୍ଧରେ ନିଜର ଅଭିଯାନ ଆରମ୍ଭ କରିଥିଲେ l ସେ କହିଛନ୍ତି ବିନା ସମାଜବାଦୀ ବିଚାର ଗୋଟିଏ ଟିୟୁମର ପରି ହୋଇଥାଏ ଯାହା ଏକତାର ବାଧା ପକାଇଥାଏ l ଉତ୍ତର କୋରିଆରେ ପୋର୍ନ ଚଳଚିତ୍ର ଉପରେ ଲଗାମ ଲଗାଇବା ପାଇଁ ଗୋଟିଏ ନିୟମ ପ୍ରସ୍ତୁତ ହୋଇଛି l ଏହି ନିୟମ ଅନୁସାରେ ପୋର୍ନ ଦେଖୁଥିବା ଦୋଷୀକୁ ୫ରୁ୧୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ସ୍ୱରୂପ ବିନା ପଇସାରେ କାମ କରିବାକୁ କୁହା ଯାଇଥାଏ l କେବଳ ଏତିକି ବୁହେଁ ଏଭଳି ଜିନିଷକୁ ରପ୍ତାନି କରୁଥିବା ଲୋକ ମାନଙ୍କୁ ଶ୍ରମିକ କ୍ୟାମ୍ପରେ ଆଜୀବନ କାରାବାସ ଦିଆଯାଇଥାଏ l

କିମ୍ ଜୋଙ୍ଗ ନିଜର ନିଜର ଶକ୍ତ ମିଜାଜ ପାଇଁ ଖୁବ ଜଣାଶୁଣା ଅଟନ୍ତି l କରୋନା ମହାମାରୀ ସମୟରେ ମଧ୍ୟ ଏଠାକାର ଗାଇଡ଼ ଲାଇନ ଖୁବ କଠୋର ଥିଲା l ନିକଟରେ କିମ୍ ଜୋଙ୍ଗ ଓ ତାଙ୍କ ପତ୍ନୀ ଗୋଟିଏ କାର୍ଯ୍ୟ କ୍ରମରେ ଏକାସାଙ୍ଗରେ ନଜର ଆସିଥିଲେ l କରୋନା ମହାମାରୀ କାରଣରୁ ଏକ ବର୍ଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରୁ ଦୁରେଇ ରହୁଥିଲେ l ନିକଟରେ ଭାରତର ଉତ୍ତରପ୍ରଦେଶର ଯୋଗୀ ସରକାର ମଧ୍ୟ ପୋର୍ନ ଦେଖୁଥିବା କଠୋର ପ୍ରତିବନ୍ଧକ ଲଗାଇଛନ୍ତି ଓ ଗୋଟିଏ ନମ୍ବର ଜାରି କରିଥିଲେ ଯାହା ସାହାଯ୍ୟରେ ପୋର୍ନ ଦେଖୁଥିବା ବ୍ୟକ୍ତି ବିଷୟରେ ପୋଲିସ ତୁରନ୍ତ ଜାଣି ପାରିବ ଓ ତାକୁ ଗିରଫ କରିପାରିବ l

Comments are closed.