ଲିମ୍ବ ଗଛ ଏପରି ଏକ ଗଛ ଯାହା କି ଘରେ ଘରେ ପରିଚିତ l ଲିମ୍ବ ଗଛର ପ୍ରତ୍ୟକଟି ଅଂଶ ମଣିଷ ସମାଜ ପାଇଁ ଉପଯୋଗୀ l ହଜାର ହଜାର ବର୍ଷରୁ ଲିମ୍ବଗଛର ଔଷଧିଅ ଗୁଣ ଯୋଗୁ ଆୟୁର୍ବେଦ ଔଷଧ ନିମିତ୍ତ ବ୍ୟବହାର କରାଯାଏ l ଲିମ୍ବକୁ ସଂସ୍କୃତ ରେ “ଅରିଷ୍ଟ “ବୋଲି କୁହାଯାଏ ,ଯାହାର ଅର୍ଥ ଶ୍ରେଷ୍ଠ ଅଟେ l ଲିମ୍ବଦ୍ୱାରା ବିଭିନ ରୋଗର ଉପଚାର ମଧ୍ୟ ହୋଇଥାଏ l ଲିମ୍ବ ଗଛର ଫୁଲ ,ଫଳ ,ଛାଲ ,ପତ୍ର ଇତ୍ୟାଦି ଆୟୁର୍ବେଦ ବ୍ୟବହାର କରାଯାଏ l
* ଏହି ଗଛର ଛାଲରେ ମ୍ୟଲେରିଆ ଜ୍ୱର ର ନିରାକରଣ ହୁଏ l
* ମଧୁମେହ ରୋଗର ନିରାକରଣ ଲିମ୍ବ ଗଛରୁ ହୋଇଥାଏ l
* ଗାଧୋଇବା ପୂର୍ବରୁ ଲିମ୍ବପତ୍ରର ଲେପକୁ ଆମେ ଯଦି ଶରୀରରେ ଲଗାଇ ଗାଧୋଇବା ,ତେବେ ଆମ ଶରୀର ଜୀବାଣୁ ମୁକ୍ତ ହେବ ସହିତ ଚର୍ମର ଉଜ୍ୱଳତା ମଧ୍ୟ ବଢିବ l
* ଆଣ୍ଠୁ ଗଣ୍ଠି ରୋଗର ଉପଚାର ମଧ୍ୟ ଲିମ୍ବ ଫଳରେ ତିଆରି ତେଲ ରୁ ହୋଇଥାଏ ,ଏହାକୁ ନିୟମିତ ମାଲିସ କଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିଥାଏ l ଲିମ୍ବ ଏକ ଅମୋଘ ଔଷଧ ଅଟେ l