Odisha news

ଆମେରିକା ପକ୍ଷରୁ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଙ୍କ ଡିପୋର୍ଟିଂ, ଭାରତୀୟ ଙ୍କୁ ନେଇ ଆସୁଛି ସ୍ୱତନ୍ତ୍ର ମିଲିଟାରୀ ବିମାନ

0

ଆମେରିକାର ଜଣେ ଅଫିସର ଙ୍କର ସୂଚନା ଅନୁସାରେ ଆମେରିକାର ଗୋଟିଏ ସ୍ୱତନ୍ତ୍ର ମିଲିଟାରୀ ବିମାନ ଯୋଗେ ପ୍ରବାସୀ ଭାରତୀୟ ଙ୍କୁ ଭାରତ ପଠାଯାଉଛି, ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି କାର୍ଯ୍ୟକୁ କରିବା ପାଇଁ ସୈନ୍ୟଙ୍କର ସାହାଯ୍ୟ ନେଇଛନ୍ତି l ଯେଉଁଥିରେ ଆମେରିକା-ମେକ୍ସିକୋ ସୀମାକୁ ଅତିରିକ୍ତ ସୈନ୍ୟ ପଠାଇବା, ପ୍ରବାସୀ ମାନଙ୍କୁ ଦେଶରୁ ବାହାର କରିବା ପାଇଁ ମିଲିଟାରୀ ଏୟାରକ୍ରାଫ୍ଟ ବ୍ୟବହାର କରିବା, ଏବଂ ପ୍ରବାସୀ ଙ୍କୁ ସୈନ୍ୟ ଆଡା ରେ ସୁରକ୍ଷିତ ରଖିବା l ମିଳିଥିବା ସୂଚନା ଅନୁସାରେ ଅଫିସର ଜଣଙ୍କ ନିଜ ନାମ ଗୋପନୀୟ ରଖିବାକୁ ଅନୁରୋଧ କରିଛନ୍ତି, ରିପୋର୍ଟ ଅନୁସାରେ ୧୭ ଟି ବିମାନ ପ୍ରବାସୀ ଙ୍କୁ ନେଇ ଭାରତ ଆସୁଛି l

ଡୋନାଲଡ ଟ୍ରମ୍ପ ଆମେରିକା ଇତିହାସ ରେ ସବୁଠୁ ବଡ଼ ସବୁଠୁ ବଡ଼ ନିର୍ବାସନ କୁ ପରିଣତି ଦେବା ପାଇଁ କଥା ଦେଇଥିଲେ ଓ ଆମେରିକା ଇମିଗ୍ରେସନ ଓ ସୀମା ଶୁଳ୍କ ପ୍ରବର୍ତ୍ତନ ଦ୍ୱାରା ନିର୍ବାସିତ ପାଇଁ ଚିହ୍ନଟ ହୋଇଥିବା ୧.୫  ମିଲିୟନ ଲୋକଙ୍କ ମଧ୍ୟରୁ ୧୮ ହଜାର ଡକୁମେଣ୍ଟ ନଥିବା ଭାରତୀୟ ପ୍ରଥମ ପର୍ଯ୍ୟାୟ ରେ ଚିହ୍ନଟ ହୋଇଛନ୍ତି l ପ୍ରଥମ ପର୍ଯ୍ୟାୟ ରେ ୧୮ ହଜାର ରୁ ୫ ହଜାର ଭାରତୀୟ ଙ୍କୁ ଭାରତ ପଠା ଯାଉଛି l

୧୭୯୦ ରେ କଂଗ୍ରେସ ପକ୍ଷରୁ ପ୍ରଥମ ନିୟମ ପାରିତ ହୋଇଥିଲା କି କାହାକୁ ଆମେରିକୀୟ ନାଗରିକତା ଦିଆଯିବ, ୧୭୯୦ ର ପ୍ରାକୃତିକ କରଣ ଆଧାରରେ କୌଣସି ଶ୍ୱେତ ବ୍ୟକ୍ତିଙ୍କୁ ଆମେରିକାର ନାଗରିକତ୍ବ ନେଇ ଆମେରିକାରେ ରହିପାରିବେ ଓ ଯେଉଁମାନେ ଦୁଇବର୍ଷ ରୁ ଅଧିକ ରହିଛନ୍ତି ସେମାନେ ଆବେଦନ କରିପାରିବେ ବୋଲି କୁହାଯାଇଥିଲା ଏବଂ ସେମାନେ ରହିପାରିବେ ବୋଲି କୁହାଯାଇ ଥିଲା l କିନ୍ତୁ ନାଗରିକତା ବିନା ଅସ୍ପୃଶ୍ୟ ବା କଳା ଲୋକ ମାନଙ୍କୁ ସାମ୍ବିଧାନିକ ସୁରକ୍ଷା ରୁ ବଂଚିତ କରାଯାଇ ଥିଲା, ଯେଉଁଥିରେ ଭୋଟ ଦେବା, ସମ୍ପତି କିଣିବା ବିକିବା, ଏବଂ ଅଦାଲତ ରେ ପ୍ରମାଣ ଦେବାର ଅଧିକାର ସାମିଲ ଥିଲା l ଅଗଷ୍ଟ ୧୭୯୦ ରେ ପ୍ରଥମ ଜନଗଣନା ହୋଇଥିଲା, ୩.୯ ମିଲିୟନ ଲୋକ ଙ୍କ ମଧ୍ୟରୁ ସବୁଠୁ ବଡ଼ ଜାତି ସମୂହ ଇଂରେଜ ଥିଲେ l

Leave A Reply