ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଏଭଳି ଅଛନ୍ତି ଯିଏ କି ଅନେକ ସମୟରେ ପରିଶ୍ରା କରିବା ବେଳେ ପୋଡା କିମ୍ବା ଯନ୍ତ୍ରଣା ଅନୁଭବ କରି ଥାଆନ୍ତି l ସାଧାରଣ ଭବରେ ଆମେ ଯେତେବେଳେ ଖୁବ ଅଧିକ ବାହାରେ ରହିଥାଉ ସେତେବେଳେ ଗରମ ଅଧିକ ଲାଗିଥାଏ ଓ ଥକା ମଧ୍ୟ ଲାଗିଥାଏ , ଏପରି ସ୍ଥିତିରେ ପରିସ୍ରାରେ ଏଭଳି କିଛି ଅସୁବିଧା ଦେଖା ଦେଇପାରେ l ଏଭଳି ସ୍ଥିତି ରେ ଅଧିକ ପାଣି ପିଇବା ଦ୍ୱାରା ଏହା ଠିକ ହୋଇ ଯାଇଥାଏ l କିନ୍ତୁ ଯଦି ଏଭଳି ସମସ୍ୟା ଦୀଘଁଦିନ ଧରି ରହିଥାଏ ତେବେ ତାହାକୁ ସହଜ ରେ ନେବା ଉଚିତ ନୁହେଁ l ଏହା କିଡ୍ନୀ କିମ୍ବା ପ୍ରୋଷ୍ଟେଟ ସମ୍ବନ୍ଧୀୟ ଗମ୍ଭୀର ରୋଗର କାରଣ ହୋଇପାରେ l ମେଡିକାଲ ଭାଷାରେ ଏହାକୁ ଡାୟସୂରିୟା କୁହାଯାଏ l ଯଦି ପରିସ୍ରା ପୋଡା ସମସ୍ୟା ୩ଦିନ ରୁ ଅଧିକ ଲାଗି ରହୁଛି ତେବେ ତାହାକୁ ହାଲୁକା ରେ ନିଅନ୍ତୁ ନାହିଁ l
ପରିସ୍ରା ପୋଡାର ଅନେକ କାରଣ ରହିଥାଏ ତେଣୁ ଏହା ପଛର ଅନ୍ୟ କଣ କାରଣ ରହିଛି ଜାଣିବା ଜରୁରୀ l
– କିଡ୍ନୀ ଷ୍ଟୋନ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ ଯେତେବେଳେ କିଡ୍ନୀ ରେ କ୍ୟାଲସିୟମ ଡିପୋଜିଟ ଅଧିକ ହୋଇଥାଏ, ସେତେବେଳେ କିଡ୍ନୀ ରେ ଷ୍ଟୋନ ହେବାକୁ ଲାଗିଥାଏ l କିଡ୍ନୀ ରେ ଷ୍ଟୋନ ହେବା ପରେ ପରିଶ୍ରା ପୋଡା ସମସ୍ୟା ଦେଖା ଯାଇଥାଏ l ଏହାଛଡା ସାମାନ୍ୟ ଯନ୍ତ୍ରଣା ମଧ୍ୟ ହୋଇଥାଏ l ଏଥିରେ ପରିଶ୍ରା ର ରଙ୍ଗ ଈଷତ କହରl ଦେଖା ଯାଇଥାଏ l ଜ୍ୱର, ବାନ୍ତି ଭଳି ସମସ୍ୟା ଦେଖାଯାଏ l
– ପ୍ରୋଷ୍ଟେଟ ଇନଫେକ୍ସନ –
ପୁରୁଷ ମାନଙ୍କ ନିକଟରେ ପ୍ରୋଷ୍ଟେଟ ଗୋଟିଏ ମହତ୍ଵପୁର୍ଣ ଗ୍ରନ୍ଥି ଅଟେ l ଯାହାର ପ୍ରଜନନ କ୍ଷମତା ସହିତ ସିଧା ସଳଖ ସମ୍ବନ୍ଧ ରହିଛି l ଅନେକ ସମୟରେ ପ୍ରୋଷ୍ଟେଟ ଇନଫେକ୍ସନ ହୋଇ ଯାଇଥାଏ l ଏହାକୁ ପ୍ରୋଷ୍ଟେଟିସ କୁହାଯାଇ ଥାଏ l ସେକ୍ସୁଆଲି ଟ୍ରାନ୍ସମିଟେଡ଼ ଡିଜିଜ କାରଣରୁ ମଧ୍ୟ ପ୍ରୋଷ୍ଟେଟ ମଧ୍ୟ ଫୁଲି ଯାଇଥାଏ l ପ୍ରୋଷ୍ଟେଟ ରେ ଇନଫେକ୍ସନ କାରଣରୁ ପରିଶ୍ରା କରିବା ସମୟରେ ବହୁତ ପୋଡା ହୋଇଥାଏ , ବ୍ଲାଡର ଓ ପ୍ରାଇଭେଟ ପାର୍ଟ ରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ l
– ୟୁଟିଆଇ –
ପରିସ୍ରା କରିବା ସମୟରେ ପୋଡିବା ଓ ଯନ୍ତ୍ରଣା ଅନୁଭବ ହେବା,ପରିସ୍ରା କରିବା ସମୟରେ ୟୁରିନାରୀ ୱେ ରେ ଇନଫେକ୍ସନ କାରଣରୁ ହୋଇଥାଏ l ଏହାଦ୍ୱାରା ଯୁରେଥ୍ରା ରେ ବ୍ୟାକ୍ଟେରିଆ ସଂଖ୍ୟା ଅତ୍ୟଧିକ ବଢି ଯାଇଥାଏ, ଯାହାଦ୍ୱାରା ପରିସ୍ରା ପୋଡା ହୋଇଥାଏ l ଏହି ସ୍ଥିତିରେ ବାରମ୍ବାର ପରିସ୍ରା ଲାଗିଥାଏ ଓ କେବେକେବେ ପରିସ୍ରା ରେ ରକ୍ତ ମଧ୍ୟ ପଡିଥାଏ l
– ଏସଟିଆଇ –
ଯୌନ ଜନିତ ସଂକ୍ରମଣ ଯେପରିକି କ୍ଳେମାଇଡିଆ, ଗୋନୋରିୟା, ହର୍ସଁ ଆଦି ସଂକ୍ରମଣ କାରଣରୁ ପରିସ୍ରା କରିବା ସମୟରେ ପୋଡା ହୋଇଥାଏ l ଏହି ସ୍ଥିତି ରେ ଅଲଗା ଅଲଗା ଲକ୍ଷଣ ଦେଖିବାକୁ ମିଳିଥାଏ l ଏହାଦ୍ୱାରା ପ୍ରାଇଭେଟ ପାର୍ଟ ର ଚତୁର୍ପାର୍ଶ୍ୱରେ କିଛି ଘା ଭଳି ହୋଇ ଯାଇଥାଏ l
– ଯଦି ଆପଣଙ୍କୁ ଏଭଳି ଲକ୍ଷଣ ଲଗାତାର ଦେଖିବାକୁ ମିଳୁଛି ତେବେ ଏହାକୁ ହାଲୁକା ରେ ନେବା ଉଚିତ ନୁହେଁ l ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l