ୟିରିକ୍ ଏସୀଡ ବୃଦ୍ଧି ଶରୀର ପାଇଁ କ୍ଷତିକାରକ ଅଟେ । ଶରୀର ରେ ପ୍ୟୁରୀନ ସ୍ତର ବୃଦ୍ଧି ପାଇବା ଦ୍ଵାରା ୟୁରିକ୍ ଏ ସି ଡ୍ ସମସ୍ୟା ଦେଖା ଯାଇଥାଏ । ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ୟୁରିକ୍ ଏସୀଡ ବୃଦ୍ଧି ହେବା ଦ୍ଵାରା ଶରୀରରେ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ । ତେଣୁ ତେଜପତ୍ର ସେବନ କରି ୟୁରିକ୍ ଏସୀଡ କୁ ନିୟନ୍ତ୍ରଣ କରାଯାଇ ପାରିବ। ତେଣୁ ଗବେଷଣା କହୁଛି ନିୟମିତ ଭାବରେ ଯଦି ଆପଣ ତେଜ ପତ୍ର କୁ ସେବନ କରିବେ ତେବେ ୟୁରିକ୍ ଏସୀଡ ସ୍ତର ହ୍ରାସ ପାଇଥାଏ ।
– ପ୍ରତିଦିନ ସକାଳୁ ଉଠିବା ମାତ୍ରକେ ଖାଲି ପେଟରେ ତେଜ ପତ୍ର କୁ ପାଣିରେ ଫୁଟାଇ ଉଷୁମ ଉଷୁମ ସେବନ କରନ୍ତୁ । ଏହାଦ୍ବାରା ଆପଣ ଙ୍କ ୟୁରିକ୍ ଏସୀଡ ସ୍ତର ହ୍ରାସ ହେବ ।
– ଗବେଷଣା କହୁଛି ଯେ ତେଜପତ୍ର ରେ ଥିବା ଇଥେନାଲ୍ ୟୁରିକ୍ ଏସୀଡ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାଛଡା ଇଥେନଲ ଶରୀରରୁ ବ୍ୟାଡ୍ କଲେଷ୍ଟ୍ରାଳ ମଧ୍ୟ ହ୍ରାସ କରିଥାଏ ।
– ତେଜପତ୍ର କୁ ଫୁଟାଇ ନିୟମିତ ସକାଳୁ ଖାଲି ପେଟରେ ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ଓ ରକ୍ତରେ ଇନ୍ସୁଲିନ ସ୍ତର ସନ୍ତୁଳନ ରହିଥାଏ ।
– ତେଜପତ୍ର ଆଣ୍ଟି ଫଙ୍ଗାଲ୍ ତତ୍ତ୍ଵ ରେ ଭରପୁର ଅଟେ । ତେଣୁ ତେଜପତ୍ର ର ବ୍ୟବହାର ତ୍ୱଚା ଜନିତ ସମସ୍ୟା କୁ ଦୁର କରିଥାଏ ଓ ଏଥିରେ ଏସେନ୍ସିଆଲ୍ ଅଏଲ ପ୍ରସ୍ତୁତ ହୋଇଥାଏ ।
– ତେଜପତ୍ର ରେ ଥିବା ଲରିକ୍ ଏସିଡ କିଡନୀ ସମସ୍ୟା ଦୂର କରିଥାଏ । ଗବେଷଣା କହୁଛି ଯେ ଯଦି ନିୟମିତ ଜଣେ ତେଜ ପତ୍ର ପାଣି ସେବନ କରିବ କିଡନୀ ସମସ୍ୟା ଦୂର ହେବ ।
ନିୟମିତ ଭାବରେ ସକାଳୁ ଯଦି ଆପଣ ଖାଲି ପେଟରେ ତେଜପତ୍ର ପାଣି ସେବନ କରିବେ ଶରୀର ର ବିଭିନ୍ନ ସମସ୍ୟା ଦୂର ହେବ ।
