“ଏକତାର” ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୂର୍ଷ୍ୟ : ଉତ୍ତରପ୍ରଦେଶର ରାମପୁରରେ ସମସ୍ତେ ମିଳିତ ଭାବରେ ପାଳନ କଲେ ହୋଲି ପର୍ବ
ନୂଆଦିଲ୍ଲୀ : ହୋଲି ଗୋଟିଏ ଏପରି ପର୍ବ ଯେଉଁ ପର୍ବରେ ଜାତି ଧର୍ମ କିଛି ନମାନି ଲୋକମାନେ ମିଳିତ ଭାବରେ ପାଳନ କରିଥାନ୍ତି l ଏଭଳି କିଛି ଦୂର୍ଷ୍ୟ ଉତରପ୍ରଦେଶର ରାମପୁରରେ ଦେଖିବାକୁ ମିଳିଥିଲା l ଯେଉଁଠାରେ ହିନ୍ଦୁ ଓ ମୁସଲମାନ ମିଳିତ ଭାବରେ ହୋଲି ପର୍ବ ପାଳନ କରିଥିଲେ l ପ୍ରଥମେ ସେମାନେ ମିଳିମିଶି ଫୁଲରେ ହୋଲି ଖେଳିଥିଲେ ଓ ପରେ ଫଗୁ ରଙ୍ଗରେ ହୋଲି ଖେଳିଥିଲେ l କେବଳ ଏତିକି ନୁହେଁ ଭାରତରେ ହିନ୍ଦୁ ଓ ମୁସଲମାନ ମାନଙ୍କର ମନରେ ଥିବା ଘୃଣା ଭାବନାକୁ ଦୂର କରିବାର ସନ୍ଦେଶ ଦେଇଥିଲେ l ଏହି ଉତ୍ସବଟିକୁ ଶୁଭାରମ୍ଭ କରିଥିଲେ ମୁସଲମାନ ମହାସଂଘର ରାଷ୍ଟ୍ରୀୟ ଅଧକ୍ଷ l
ମହାସଂଘର ରାଷ୍ଟ୍ରିଆ ଅଦକ୍ଷ ଫରହତ ଅଲ୍ଲୀ କହିଛନ୍ତି ମୁସଲିମ ମହାସଂଘ ୧୦ ବର୍ଷ ହେଲାଣି ଫୁଲରେ ହୋଲି ଖେଳିବାର ଆୟୋଜନ କରି ଆସୁଛି l ଆମେ ଏହି ଉତ୍ସବକୁ ନେଇ ଅତ୍ୟନ୍ତ ଖୁସି ସନ୍ତୁଷ୍ଟ ପ୍ରକାଶ କରୁଛୁ ଯେପରି ହୋଲି ବିଭନ୍ନ ରଙ୍ଗ ନାଲି ,ହଳଦିଆ ,ସବୁଜ ଇତ୍ୟାଦିକୁ ନେଇ ହୋଇଥାଏ ସେହିଭଳି ଭାରତବର୍ଷ ହିନ୍ଦୁ ,ମୁଷୁଳିମି ,ଶିଖ ,ଈସାଈର ମିଳନରେ ଗୋଟିଏ ସୁନ୍ଦର ଦେଶ ଅଟେ l ରାମପୁରର ହୋଲି ଭାରତରେ ପ୍ରସିଦ୍ଧ ଅଟେ କାରଣ ସେଠାରେ ସମସ୍ତ ଧର୍ମର ଲୋକମାନେ ମିଳିତ ଭାବରେ ଏହି ପର୍ବକୁ ପାଳନ କରି ଥାନ୍ତି l
Comments are closed.