ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରି କହିଛନ୍ତି, ‘ଦେଶକୁ ଏକ ଭଲ ଫିଲ୍ମ ସିଟିର ଆବଶ୍ୟକତା ରହିଛି, ଉତ୍ତର ପ୍ରଦେଶ ଏହାର ଦାୟିତ୍ୱ ନେବାକୁ ପ୍ରସ୍ତୁତ । ଆମେ ଏକ ସୁନ୍ଦର ଫିଲ୍ମ ସିଟି ନିର୍ମାଣ କରିବୁ ।’ ଏଥିପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଅନୁସାରେ, ନୋଏଡ଼ା ଓ ଗ୍ରେଟର୍ ନୋଏଡ଼ାରେ ଫିଲ୍ମ ସିଟି ସ୍ଥାପନ କରାଯାଇପାରେ । ଏହା ଫିଲ୍ମ ନିର୍ମାତାଙ୍କୁ ଉତ୍ତମ ବିକଳ୍ପ ଉପଲବ୍ଧ କରାଇବା ସହ ରୋଜଗାର ସୃଜନ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ ପ୍ରୟାସ ହେବ
