ହାବାର୍ଡ ବିଶ୍ୱବିଦ୍ୟାଳୟ ରେ ଦୀର୍ଘ ୩୦ ବର୍ଷ ଧରି ଗୋଟିଏ ରିସର୍ଚ୍ଚ ଚାଲିଥିଲା, ଯାହାକି ଅଲଟ୍ରା ପ୍ରୋସେସଡ଼ ଫୁଡ କୁ ନେଇ ହୋଇଥିଲା l ଏହି ରିସର୍ଚ୍ଚ ରେ ୧ଲକ୍ଷ ୧୪ ହଜାର ଲୋକଙ୍କ ଉପରେ କରାଯାଇ ଥିଲା l ଯେଉଁମାନେ ଅଧିକ ପ୍ରୋସେସଡ଼ ଫୁଡ ସେବନ କରୁଥିଲେ ଓ ଯିଏକି କୌଣସି ନା କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ଦ୍ୱାର ଦେଶରେ ଥିଲେ l ଏହି ରିସର୍ଚ୍ଚ ଅନୁସାରେ ୧ଲକ୍ଷ ରୁ ଉର୍ଧ୍ଵ ଏଭଳି ଦେଖା ଯାଇଥିଲେ ଯିଏକି ପ୍ୟାକେଜଡ଼ ଫୁଡ ଅଧିକ ସେବନ କରୁଥିଲେ l
ଅଲଟ୍ରା ପ୍ରୋସେସଡ଼ ଫୁଡ କଣ ?-
ଅଲଟ୍ରା ପ୍ରୋସେସଡ଼ ଫୁଡ ଅନେକ ଗୁଡିଏ ପ୍ରକ୍ରିୟା ଦେଇ ଯାଇଥାଏ, ଏଥିରେ ଅନେକ ଗୁଡିଏ ଅତିରିକ୍ତ ତତ୍ୱ ସାମିଲ କରାଯାଇ ଥାଏ l ଏବଂ ଏହାକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାରର କେମିକାଲ ଓ ପ୍ରିଜର୍ଭେଟିବ କୁ ଦିଆଯାଇ ଥାଏ l ଯେପରିକି କୋଲଡ ଡ୍ରିଂକ୍ସ, ଚିପ୍ସ, ଚକୋଲେଟ, କ୍ୟାଣ୍ଡି, ଆଇସ୍କ୍ରିମ, ପ୍ୟାକେଜଡ଼ ଫୁଡ, ଚିକେନ ନଗେଟସ , ହଟଡଗ , ବର୍ଗର ଭଳି ଅନେକ ଖାଦ୍ୟ ରହିଛି l ଏହିଭଳି ଖାଦ୍ୟକୁ ଅଲଟ୍ରା ଫୁଦଶ କୁହାଯାଇଥାଏ l
– ଯେଉଁ ଲୋକମାନେ ଅଲଟ୍ରା ପ୍ରୋସେସଡ଼ ପଦାର୍ଥ ର ସେବନ କରନ୍ତି, ସେମାନଙ୍କ ୧୪ ପ୍ରତିଶତ ବ୍ୟକ୍ତିଙ୍କ ନିକଟରେ କୌଣସି କୌଣସି କାରଣରୁ ମୃତ୍ୟୁର ସଂକେତ ଦେଖିବାକୁ ମିଳିଥିଲା l
– ଏହି ରିସର୍ଚ୍ଚ ରେ ୨୧ ପ୍ରତିଶତ ବ୍ୟକ୍ତି ହାର୍ଟ ସମସ୍ୟାରେ ପୀଡିତ ଥିଲେ, ଏବଂ ଏମାନଙ୍କ ହାର୍ଟ ରେ ବ୍ଳକେଜ ର କାରଣ ମଧ୍ୟ ଏହି ଅଲଟ୍ରା ପ୍ରୋସେସଡ଼ ଫୁଡ ରହିଥିଲା l ଏବଂ ଏହାଛଡା ହାର୍ଟ ଅଟାକା ର ସମସ୍ୟା ମଧ୍ୟ ଏହି ଧରଣ ର ଖାଦ୍ୟ ପଦାର୍ଥ ଥିଲା l
– ଏହି ଆଧ୍ୟାୟନ ରେ ଏହା ମଧ୍ୟ ଦେଖିବାକୁ ମିଳିଥିଲା ଯେ ଯେଉଁ ଲୋକ ମାନେ ଅଧିକ ମେଣ୍ଟଲି ଡିପ୍ରେସନ ରେ ଥାଆନ୍ତି କିମ୍ବା କିମ୍ବା ଡିପ୍ରେସନ କୁ ଏଡ଼ାଇବାକୁ ଚାହିଁ ଥାଆନ୍ତି ସେମାନେ ଅଲଟ୍ରା ପ୍ରୋସେସଡ଼ ଫୁଡ ସେବନ କରନ୍ତି l ନଚେତ ଅଧିକ ଅଲଟ୍ରା ପ୍ରୋସେସଡ଼ ଫୁଡ ସେବନ କରିବା ଦ୍ୱାରା ଡିପ୍ରେସନ ସମସ୍ୟାର ସମୁଖୀନ ହୁଅନ୍ତି l ଏବଂ ନିଦ୍ରା ହୀନତାର ମଧ୍ୟ ଏହି ଖାଦ୍ୟ ଗୋଟିଏ ବଡ଼ କାରଣ l
– ଅଲଟ୍ରା ପ୍ରୋସେସଡ଼ ଫୁଡ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ମଧୁମେହ , କୋଲେଷ୍ଟ୍ରଲ ଭଳି ସାଙ୍ଘାତିକ ସମସ୍ୟା ଦେଖା ଯାଇଥାଏ l ଏବଂ ଏହିସବୁ ରୋଗ ଧୀରେ ଧୀରେ ମଣିଷ କୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ l
– ଅତ୍ୟଧିକ ମେଦ ବହୁଳତାର ଗୋଟିଏ କାରଣ ହେଉଛି ଅଲଟ୍ରା ପ୍ରୋସେସଡ଼ ଫୁଡ, ନିୟମିତ ଭାବରେ ଏହାକୁ ସେବନ କରିବା ଦ୍ୱାରା ଆମେ ଓଜନ ବୃଦ୍ଧିର ସମୁଖୀନ ହୋଇଥାଏ, ଏବଂ ଧୀରେ ଧୀରେ ଅନ୍ୟ ରୋଗ ଆଡକୁ ଅଗ୍ରସର ହୋଇ ମୃତ୍ୟୁ ମୁଖରେ ପଡିଥାଉ l
– ଏହି ଅଧ୍ୟୟନ ଅନୁସାରେ ଯଦି କେହି ଅତ୍ୟଧିକ ମାତ୍ରାରେ ଅଲଟ୍ରା ପ୍ରୋସେସଡ଼ ଫୁଡ ସେବନ କରୁଛନ୍ତି ତେବେ କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧିର ସମୁଖୀନ ହୋଇ ଥାଆନ୍ତି, ଏବଂ ଶେଷରେ ଜୀବନ ମଧ୍ୟ ହାରି ଥାଆନ୍ତି l
