ଆର,ଉଦୟଗିରି : ସାରା ରାଜ୍ୟରେ ଯେମିତି କରୋନା କାୟା ବିସ୍ତାର କରି ଚାଲିଛି । ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢୁଥିବା ଦୃଷ୍ଟିରେ ରଖି ଗଜପତି ଜିଲ୍ଲାପାଳ ଅନୁପମ ସାହା ନିର୍ଦେଶ କ୍ରମେ ଆର,ଉଦୟଗିରି ଗ୍ରାମର ବ୍ୟବସାୟୀ ଶନିବାର ଦିନ ଠାରୁ ଗ୍ରାମର ବସଷ୍ଟାଣ୍ଡ ଠାରେ ଶନିବାର ୩୨ ଜଣ ଓ ରବିବାର ୧୦୦ ଜଣ ବ୍ୟବସାୟୀ କରୋନା ଇଣ୍ଟିଜେଣ୍ଟ୍ ଟେଷ୍ଟ କରାଯାଇଛି।
ଶେଥିମଧ୍ୟରୁ ଶନିବାର ୩୨ ଜଣ ଟେଷ୍ଟ କରିଥିଲେ ସେଥିମଧରୁ ଜଣେ ମଧ୍ୟ ପଜିଟିଭ ନଥିଲେ ରବିବାର ୧୦୦ ଜଣ ମଧ୍ୟରୁ ୫ଜଣ ବ୍ୟବସାୟୀ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ୪ ଜଣ କୋଭିଡ୍ ମେଡିକଲକୁ ଯିବାକୁ ରାଜି ଥିବା ବେଳେ ଜଣ ବ୍ୟବସାୟୀ ଯିବାକୁ ରାଜି ହେଉନଥିଲେ ।
ସ୍ଥାନୀୟ ବିଡିଓ ପ୍ରଦିପ କୁମାର ନାୟକ ସେହି ବ୍ୟବସାୟୀ ଜଣଙ୍କୁ ବହୁ ବୁଝା ବୁଝି କରିବାରୁ ବହୁ କଷ୍ଟରେ ସେହି ବ୍ୟବସାୟୀ ଜଣକ କୋଭିଡ୍ ମେଡିକଲ ଯିବାପାଇଁ ରାଜି ହୋଇଥିଲେ ବୋଲି ବିଡିଓ ଶ୍ରୀ ନାୟକ କହିଛନ୍ତି ।
ମନୋଜ ପାଢୀ ଆର,ଉଦୟଗିରି ଗଜପତି
