ରା,ଉଦୟଗିରି- ରା,ଉଦୟଗିରି ସ୍ଥତି କୃଷି ବିଜ୍ଞାନ କେନ୍ଦ୍ର ଗଜପତି ୧୬ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କୃଷି ସଂପ୍ରସାରଣ ଶିକ୍ଷା ନିର୍ଦେଶାଳୟ ଓ,ୟୁ, ଏ, ଟିର ଯୁଗ୍ମ ନିର୍ଦେଶକ ପ୍ରଫେସର ପ୍ରସନ୍ନଜିତ ମିଶ୍ର ସଭାପତି ଭାବେ ଯୋଗଦେଇଥିଲେ । ଏହିମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଆଇ,ସି,ଏ ଆର- ଅଟାରିକଲିକତାର ନିର୍ଦେଶକ ଡଃ, ଏସ, କେ, ମଣ୍ଡଳ, ଆଇ,ସି,ଏ,ଆର- କେନ୍ଦ୍ରୟ କୃଷିଜୀବୀ ମହିଳା ଅନୁଷ୍ଠାନର ନିର୍ଦେଶକ ଡଃ, ଏସ, କେ, ଶ୍ରୀବାସ୍ତବ, ଆଞ୍ଚଳିକ ଗବେଷଣା ହଂସ୍ଥାଜି . ରା,ଉଦୟଗିରି ମୁଖ୍ୟ ଡଃ, ଦେବେନ୍ଦ୍ର କୁମାର ଦେବତା, କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୨ ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ, ସୁସ୍ମିତା ମାହାନ୍ତି ଅନଲାଇନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ, ସଂଗ୍ରମ ପରଗୁରୁ , ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ଅଧିକାରୀ କେ, ସୁଦର୍ଶନ, ଉପ ମୁଖ୍ୟ ଉଦ୍ୟାନ କୃଷି ଅଧିକାରୀ, ଉପ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ସେଠୀ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ, ପ୍ରଦୀପ କୁମାର ଚୌଧରୀ , କୃଷି ବିଜ୍ଞାନ କେନ୍ଦ୍ର ରାୟଗଡାର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ବିନୋଦ କୁମାର ଜେନା , ସମନିତ ଶିଶୁ ବିକାଶ ଅଧିକାରୀ ଅବିନା ପରିବିନ୍ , ଇଶାରା ଏନ୍,ଜି,ଓର କର୍ମକତ୍ତା ଏବଂ ଅଗ୍ରୀଣୀ କୃଷକ ଓ କୃଷିଜୀବୀ ମହିଳା ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ସଫଳତା ଓ ଆଗାମୀ ବର୍ଷର ପ୍ରୟୋଜିତ କାର୍ଯ୍ୟକ୍ରମ ବିଷୟରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀଙ୍କ ଠାରୁ କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା , ବୈଷୟିକ ଜ୍ଞାନ କୌଶଳର ଆବଶ୍ୟକତା ଓ ଉପଲଧି ସଯୋଗ ଆତ୍ୟାଦି ବିଷୟରେ ପରାମର୍ଶ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ, ରଶ୍ମିତା ଟପୋ, ଇଂ. ଦ୍ବାରିକା ମୋହନ ଦାସ, ସଞ୍ଜିବ ମାଣ୍ଡି, ଜୟଶଙ୍କର ପ୍ରଧାନ, ମନୋଜ କୁମାର ସାହୁ ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ ପରିଚାଳନା କରି