ଅଧ୍ୟାପକ ହିମାଂଶୁ ଆ·ର୍ଯ୍ୟ : ଆଧୁନିକ ଓଡିଆ ସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା ହେଉଛନ୍ତି ଉଦୟନାଥ ଷଡଙ୍ଗୀ । ଏକ ସାଧାରଣ ପରିବେଶ ମଧ୍ୟରେ ଜନ୍ମ ଲାଭ କରିଥିଲେ ବି ସେ ବିରଳ କାବ୍ୟ ପ୍ରତିଭାର ଅଧିକାରୀ ହୋଇଥିଲେ । ତାଙ୍କ ଶିଶୁ ସାହିତ୍ୟ ଏପରି ରସଯୁକ୍ତ ଓ ପ୍ରାଣବନ୍ତ ଥିଲା ଯେ ସେଥିରେ ଶିଶୁପ୍ରାଣ ଆତ୍ମହରା ହୋଇଉଠିଥିଲା । ଅନ୍ୟ ଭାବରେ କହିଲେ ଶିଶୁ ପ୍ରାଣର ଆଶା,ଆକାଂକ୍ଷା ଓ ସୁଖ- ଦୁଃଖର ସେ ଥିଲେ ସାର୍ଥକ ରୂପକାର । କେବଳ କବି ନୁହଁନ୍ତି, ଜଣେ ସ୍ୱାଧିନତା ସଂଗ୍ରାମୀ ଓ ଉଚ୍ଚ ଧରଣର ସ୍ତମ୍ଭକାର ଭାବେ ସେ ଖ୍ୟାତି ଅର୍ଜ୍ଜନ କରିଛନ୍ତି । ପୁଣି ସେ ହେଉଛନ୍ତି ସଫଳ ଅନୁବାଦକ । ଅନୁବାଦ କ୍ଷେତ୍ରରେ ସେ ସ୍ୱକୀୟ ଦକ୍ଷତାର ପ୍ରମାଣ ଛାଡିଯାଇଛନ୍ତି ।
ଉଦୟନାଥ ଷଡ଼ଙ୍ଗୀଙ୍କର ଜନ୍ମ ୧୯୦୫ ମସିହା ମାର୍ଚ୍ଚ ୧୬ତାରିଖରେ ଅବିଭକ୍ତ କଟକ ଜିଲ୍ଲା (ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା)ର ସଦର ମହକୁମାଠାରୁ ଅନତି ଦୂରରେ ଥିବା ସିପି ଗ୍ରାମରେ । ତୁଳସୀ ଦୁଇପତ୍ରରୁ ବାସିଲାପରି ବାଲ୍ୟକାଳରୁ ତାଙ୍କ ପ୍ରତିଭାର ଉନ୍ମେଷ ହୋଇଥିଲା । ବୟସର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉଦୟନାଥଙ୍କ ହୃଦୟରେ ଦେଶପ୍ରେମ ବୀଜ ଅଙ୍କୁରିତ ହେଲା । ସେତେବେଳକୁ ସ୍ୱାଧୀନତା ସଂଗ୍ରାମ ଆନେ୍ଦାଳନ ଜୋର ଧରିଥାଏ । ମହାତ୍ମାଗାନ୍ଧୀଙ୍କ ଡାକରାରେ ଦେଶର କୋଣଅନୁକୋଣରେ ଦେଶପ୍ରେମ ଭାବନାରେ ଉଦ୍ବୃଦ୍ଧ ହୋଇ ଅନେକ ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମ ଆନେ୍ଦାଳନରେ ସାମିଲ ହୋଇଥିଲେ । ଉଦୟନାଥଙ୍କ ଘଟଣା ବହୁଳ ଜୀବନ ଆରମ୍ଭ ହୋଇଥିଲା ସ୍ୱାଧୀନତା ସଂଗ୍ରାମର ମୁକ୍ତିତୀର୍ଥ ଅଳକାଶ୍ରମରୁ ।
ଏଠାରେ ସୂତାକଟା, ଲୁଗାବୁଣା ଓ ଅନ୍ୟାନ୍ୟ ଧନ୍ଦାମୂଳକଶିକ୍ଷା ଦିଆଯାଉଥିଲା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ । ଏଠାରେ ରହି ଉଦୟନାଥ ଏସବୁ ଶିକ୍ଷାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିନେଲେ । ପରବର୍ତ୍ତୀ ପର୍ଯ୍ୟାୟରେ ବକୁଳବନର ଛୁରୀଅନା କୁଞ୍ଜ ତଳେ ଗଢ଼ି ଉଠିଥିବା ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ହୋଇଥିଲେ ଉଦୟନାଥ ।
ସୌଭାଗ୍ୟକୁ ଏଠାରେ ରହି ଆ·ର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ଉକôଳମଣି ଗୋପବନ୍ଧୁ ଦାସଙ୍କ ପରି ଯୋଗଜନ୍ମା, ଜ୍ଞାନୀ, ଗୁଣୀ ଓ ସାରସ୍ୱତ ସାଧକମାନଙ୍କ ସଂସ୍ପର୍ଶରେ ଆସି ତାଙ୍କ ଜୀବନର ଗତିପଥ ବଦଳିଯାଇଥିଲା ଏବଂ ପରେ ସମାଜ ସଂପାଦକ ରାଧାନାଥ ରଥଙ୍କ ସାହଚର୍ଯ୍ୟ ତାଙ୍କୁ ସାହିତ୍ୟ ସାଧନା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲା ।
ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ସାହତ୍ୟ ସାଧକ ଭାବେ ଉଦୟନାଥ ଷଡ଼ଙ୍ଗୀ ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ । ଏକାଧାରରେ ସିଏ ଥିଲେ ଜଣେ ଖ୍ୟାତନାମା ସାହିତି୍ୟକ, ପ୍ରଖ୍ୟାତ ସାମ୍ବାଦିକ, ବିଶିଷ୍ଟ ଅନୁବାଦକ ଓ ସର୍ବୋପରି ସଚ୍ଚା ସ୍ୱାଧୀନତା ସଂଗ୍ରାମୀ । ଜଣେ ସ୍ରଷ୍ଟା ଭାବେ ସାହିତ୍ୟର ବିଭିନ୍ନ ବିଭାଗରେ ସେ ସଫଳ ହୋଇଥିଲେ ମଧ୍ୟ ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବେ ।
ଉଦୟନାଥ ଜାଣିଥିଲେ ଶିଶୁପ୍ରାଣ ସରଳ, ନିଷ୍ପାପ ଓ କୋମଳ । ଶିଶୁ ମନରେ ଆନନ୍ଦ, ବିଷାଦ, ମାନ, ଅଭିମାନ ଭରି ରହିଅଛି । ଏହି କଥାକୁ ମର୍ମେ ମର୍ମେ ଉପଲବ୍ଧି କରିଥିଲେ ସେ । ତେଣୁ ଅତି ସୁନ୍ଦର ଭାବେ ଶିଶୁ ମନକୁ ଛୁଇଁବା ଭଳି ଲେଖା ଗୋଟିକ ପରେ ଗୋଟିଏ ଲେଖି·ଲିଲେ ଉଦୟନାଥ । ତନ୍ମଧ୍ୟରେ ଟୁଉକୁମୂଷି, ଚକାଚକା ଭଉଁରୀ, ଜହ୍ନମାମୁଁ, କଥା କବିତା ଆଦି ଅନ୍ୟତମ । ଟୁଉକୁମୂଷି କବିତାରେ ବଡ଼ ଭାଇର ଆକଟ ପଣିଆ ବିରୁଦ୍ଧରେ ସାନ ଭାଇର ଚିନ୍ତା ଚେତନାକୁ ନିଖୁଣ ଭାବେ ପରିପ୍ରକାଶ କରି ଲେଖିଥିଲେ –
“ଏ ଘରେ ମୁଁ ଆଉ ରହିବି ନାହିଁ
ମୋଡ଼ି ଦେଲେ କାନ ମୋ ବଡ଼ ଭାଇ ।”
ଖାଲି ସେତିକି ନୁହେଁ ଶିଶୁର ମନସ୍ତତ୍ତ୍ୱକୁ ଅତି ସୁନ୍ଦର ଭାବେ ବୁଝି ପାରିଥିଲେ ଉଦୟନାଥ ଷଡ଼ଙ୍ଗୀ । ସେ ଜାଣିଥିଲେ ପିଲାମାନେ ପାଠକୁ ଭାରି ଡ଼ରନ୍ତି । ସ୍କୁଲ୍ ଯିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଶିଶୁର ଭାବନାକୁ ନେଇ ସେ ଅତି ମଜାଦାର ଢ଼ଙ୍ଗରେ ଲେଖିଥିଲେ – “ପାଠ, ପାଠ, ପାଠ
ଏ କଥାଟି ପଡ଼ିଲେ କାନେ
ହୋଇଯାଏ ମୁଁ କାଠ ।”
ଆଜିକାଲି ଅନେକ ଶିଶୁ ସାହିତି୍ୟକଙ୍କ ଆବିର୍ଭାବ ଘଟିଛି । ଅନେକ ଶିଶୁ ସାହିତ୍ୟ ଲେଖା ମଧ୍ୟ ହେଉଛି । କିନ୍ତୁ ଆମ ଶିଶୁ ସାହିତ୍ୟରେ ଏବେ ଘୋର ଅଭାବ ଦେଖାଦେଇଛି ବୈଜ୍ଞାନିକ ଚିନ୍ତା ଓ ଚେତନାର । ଏହି କଥାକୁ ସେତେବେଳେ ଅନୁଭବ କରି ଉଦୟନାଥ ଷଡ଼ଙ୍ଗୀ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭିତ୍ତିକ ଲେଖାମାନ ଅତି ସୁନ୍ଦର ଓ ସରଳ ଭାବରେ ଲେଖିଯାଇଛନ୍ତି । ତାଙ୍କ ଲେଖନୀ ନିଃସୃତ ଆମ ଗ୍ରହ-ଉପଗ୍ରହ, ଏମାନଙ୍କୁ ଜାଣିରଖ, ତେଲ ଲୁଣର ସଂସାର ଓ ବିଚିତ୍ର ପଶୁ ଆଦି ଶିଶୁ ସାହିତ୍ୟ ପୁସ୍ତକ ଯେତିକି ମନଛୁଅାଁ ସେତିକି ବିଜ୍ଞାନ ଭିତ୍ତିକ ଥିଲା । ଏହାହିଁ ଥିଲା ଉଦୟନାଥଙ୍କ ସୃଷ୍ଟିର ବିଶେଷତ୍ୱ ।
କେବଳ ସେତିକି ନୁହେଁ ଅନୁବାଦ କ୍ଷେତ୍ରରେ ମଧ୍ୟ ସିଏ ଜଣେ ସଫଳ ସ୍ରଷ୍ଟା ଥିଲେ । ବିଭିନ୍ନ ଭାଷାର ଶିଶୁ ସାହିତ୍ୟକୁ ଅନୁଦିତ କରି ସିଏ ନିଜର ପାରିବା ପଣିଆର ଆଉ ଏକ ନମୁନା ଦେଖାଇଥିଲେ । ତାଙ୍କ ଅନୁଦିତ ପୁସ୍ତକ ଆରବ୍ୟ ରଜନୀ, ଇଦ୍ ପର୍ବ, ଆଲିବାବା, ସିନ୍ଦ୍ ବାବା, ଗୌତମ ବୁଦ୍ଧ ଇତ୍ୟାଦି ତାଙ୍କର ଅନବଦ୍ୟ ସୃଷ୍ଟି ଥିଲା । ବିଶେଷକରି “ଟମ୍ କକାଙ୍କ କୁଟୀର” ପାଇଁ ସେ ଅଜସ୍ର ଖ୍ୟାତି ଅର୍ଜନ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ଏହି ପୁସ୍ତକ ଗୁଡ଼ିକ ଅନୁଦିତ ହୋଇଥିଲେ ମଧ୍ୟ ସବୁଥିରେ ତାଙ୍କ ନିଜସ୍ୱ ମୌଳିକତାର ଛାପ ସ୍ପଷ୍ଟ ବାରିହୋଇ ପଡୁଥିଲା । ତାଙ୍କର ଏହି ସାମଗ୍ରିକ ସାହିତ୍ୟ କୃତି ପାଇଁ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ ସେ ।
ପ୍ରଜାତନ୍ତ୍ର ପ୍ର·ର ସମିତି , ଓଡ଼ିଶା ସାହିତ୍ୟ ଏକାଡ଼େମୀ , ଉକôଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ଏମିତି ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସେ ସମ୍ବର୍ଦ୍ଧିତ ହୋଇଥିଲେ ।
ମଣିଷ ବଞ୍ଚି ରହେ ତାର କର୍ମକୁ ନେଇ । ଏହାକୁ ଯଥାର୍ଥରେ ସାକାର କରିଥିଲେ ଉଦୟନାଥ । ସେ ଜାଣିଥିଲେ ଆଜିର ଶିଶୁ କାଲିର ନାଗରିକ, ସେ ଅମୃତର ସନ୍ତାନ । ତେଣୁ ଶିଶୁର ବୈାଦ୍ଧିକ,ମାନସିକ ଓ ମନସ୍ତାତ୍ୱିକ ଚିନ୍ତା ଚେତନାକୁ ନେଇ ସେ ଲେଖନୀ ଚାଳନା କରୁଥିଲେ । ଆଜି ଉଦୟନାଥ ଷଡ଼ଙ୍ଗୀ ଆମ ଗହଣରେ ନାହାଁନ୍ତି । ୧୯୯୯ ମସିହା ଜାନୁୟାରୀ ୮ତାରିଖରେ ତାଙ୍କର ଦେହାବସାନ ଘଟିଛି । ତାଙ୍କ ଆବର୍ତ୍ତମାନର ଗାଁ କନିଅାଁ ସିଙ୍ଘାଣି ନାକିର ଅବସ୍ଥା ହୋଇଛି ତାଙ୍କର । ସମୟର କରାଳ ଗର୍ଭରେ କ୍ରମଶଃ ହଜି ଯାଉଛନ୍ତି ଏହି ଖ୍ୟାତନାମା ଶିଶୁ ସାହିତି୍ୟକ । ଏହିଭଳି ଜଣେ ବହୁମୁଖୀ ପ୍ରତିଭାଧାରୀ ବ୍ୟକ୍ତିଙ୍କ କଥା ଓ ଗାଥା ଇତିହାସର ପାଣ୍ଡୁଲିପି ନହୋଇ ଉତ୍ତରପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ, ଏହାହିଁ ଆଜିର ଅନୁଚିନ୍ତା
Comments are closed.